Odisha News

ବୌଦ୍ଧ: ସ୍ୱାସ୍ଥ୍ୟକର୍ମୀ, ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୮/୯: ବୌଦ୍ଧଜିଲ୍ଲା ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ, ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ ପକ୍ଷରୁ ଆଜି ଏକ ଦାବିପତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପ୍ରଦାନ କରାଯାଇଛି । ଦାବିପତ୍ରରେ କ୍ୟାଡର ପୁନଃ ଗଠନ ପ୍ରକ୍ରିୟାରେ ସରକାର ଚରମ ଅବହେଳା ପ୍ରଦର୍ଶନ କରୁଛନ୍ତି । ତୃଣମୂଳ ରେ କାର୍ଯ୍ୟରତ ବହୁ ମୁଖୀ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପରୋକ୍ଷ ଭାବରେ ଆନ୍ଦୋଳନ ଆଭିମୁଖ୍ୟ ଆଡକୁ ବାଧ୍ୟ କରୁଛି ।
ପ୍ରତ୍ୟକ ସରକାରୀ କର୍ମଚାରୀ ନିଜର ଚାକିରୀ କାଳରେ ୪ରୁ୮ ଟି ପଦୋନ୍ନତି ପାଉଥିବା ବେଳେ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ମାନେ ମାତ୍ର ଗୋଟିଏ ପଦୋନ୍ନତି ପାଉଛନ୍ତି । ଏପରିକି କେହି କେହି ବିନା ପଦୋନ୍ନତି ଚାକିରୀରୁ ଅବସର ନେଇଛନ୍ତି ।
ଏହାର ପ୍ରତିବାଦ ସ୍ୱରୂପ ଗତ ବର୍ଷ ୨୦୨୧ ଜାନୁଆରୀ ମାସରେ ସରକାରଙ୍କ ତରଫରୁ କୋଭିଡ ଟିକା ନେବୁ ନାହିଁ କିନ୍ତୁ ଜନସାଧାରଣଙ୍କୁ ଟିକା ପ୍ରଦାନରେ ସଂପୂର୍ଣ୍ଣ ସହଯୋଗ କରିବୁ ବୋଲି କହିଥିଲେ । ପରବର୍ତ୍ତି ସମୟରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦୋଷକ ଓ ପରିବାର କଲ୍ୟାଣ ନିର୍ଦ୍ଦୋଶକ ରାଜ୍ୟ ସଂଘର କର୍ମକର୍ତ୍ତାମାନଙ୍କ ସହିତ ଆଲୋଚନା କରି ଦାବି ପୂରଣ କ୍ଷେତ୍ରରେ ପ୍ରତିଶୃତି ଦେବା ପରେ ରାଜ୍ୟରେ ସମସ୍ତ ସ୍ୱାସ୍ଥ୍ୟ କର୍ମୀମାନେ ଟିକା ଗ୍ରହଣ କରିଥିଲେ ।
ହେଲେ ଇତି ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ଙ୍କ କ୍ୟାଡର ପୁନଃ ଗଠନ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟ କର୍ମୀମାନେ ଅବହେଳା କରାଯାଇଛି । ଏଣୁ ସରକାର ଯଦି ଆସନ୍ତା ୧୦ ତାରିଖ ମଧ୍ୟରେ କ୍ୟାଡର ଗଠନ ପ୍ରକ୍ରିୟା ଶେଷ ନ କରନ୍ତି ତେବେ ଆସନ୍ତା ୧୧ ତାରିଖ ଠାରୁ ସମସ୍ତ କାର୍ଯ୍ୟ କରିବା ସତ୍ୱେ ଅନ ଲାଇନ ଟାଟା ଏଣ୍ଟ୍ରି କରିବୁ ନାହିଁ ବୋଲି ଅଭିଯୋଗ କରିଛନ୍ତି ।
ଦାବିପତ୍ର ପ୍ରଦାନ ସମୟରେ କାର୍ଯ୍ୟକାରୀ ସଭାପତି ବିରେନ ଶଙ୍କର ପଣ୍ଡା, ସାଧାରଣ ସଂପାଦକ ତାପସ କୁମାର ମିଶ୍ର,ସତ୍ୟନାରାୟଣ ମେହେର,ପ୍ରଶାନ୍ତ ପାଣିଗ୍ରାହି, ରତି ଜୀବନ ମହାପତ୍ର,କବିତା ପ୍ରଧାନ,ସ୍ମିତି ନିହାରିକା ମହାପାତ୍ର ପ୍ରମୁଖ ସ୍ୱାସ୍ଥ୍ୟକର୍ମୀ, ସ୍ୱାସ୍ଥ୍ୟ ପରିଦର୍ଶକ ମାନେ ଉପସ୍ଥିତଥିଲେ ।
ସେ ଣ୍ଟ୍ ଜାଭିୟର୍ସ ପବ୍ଲିକ ସ୍କୁଲରେ ବିଶ୍ୱ ସାକ୍ଷରତା ଦିବସ ପାଳିତ
ବୌଦ୍ଧ,୮/୯: ଆଜି ବୌଦ୍ଧସ୍ଥିତ ସେଣ୍ଟ୍ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ ବିଶ୍ୱ ସାକ୍ଷରତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସେନାପତିଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା ।
ମୁଖ୍ୟଅତିଥି ଭାବେ ଆଇ.ପି.ଇ ତଥା ସ୍କାଉଟ ଓ ଗାଇଡର ଜିଲ୍ଲା ସଂପାଦକ ଆନନ୍ଦ କୁମାର ବେହେରା ଯୋଗ ଦେଇଥିବାବେଳେ ସ୍କାଉଟର ଡିଓସି ଶଶାଙ୍କ ଶେଖର ଶାସିନୀ, ଡିଟିସି ସୁଧୀର କୁମାର ଭୋଇ ଯୋଗ ଦେଇଥିଲେ । ବିଦ୍ୟାଳୟର ଉପାଧ୍ୟକ୍ଷ ସତ୍ୟନାରାୟଣ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
ଅଧ୍ୟକ୍ଷା ଶ୍ରୀମତୀ ସେନାପତି ସଭା ପରିଚାଳନା କରିବା ସହିତ ଛାତ୍ରଛାତ୍ରୀଙ୍କୁ ସାକ୍ଷରତା ଦିବସର ମହତ୍ତ୍ୱ ଏବଂ ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ବୁଝାଇଥିଲେ । ଅତିଥିମାନେ ସାକ୍ଷରତାର ସଚେତନତା ଉପରେ ନିଜର ମତ ରଖିବା ସହିତ ସ୍କାଉଟ, ଗାଇଡ ଏବଂ ରେଡକ୍ରସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇଥିଲେ ଏବଂ ସେବା ମନୋବୃତି ନେଇ ଆଗକୁ ବଢ଼ିବାକୁ ଉତ୍ସାହିତ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କର ମନୋରଞ୍ଜନ କରାଇଥିଲେ ।
ରାଜ୍ୟପାଳ ପୁରସ୍କାରପ୍ରାପ୍ତ ସ୍କାଉଟ ଗାଇଡ କ୍ୟାଡେଟଙ୍କୁ ଏହି ଅବସରରେ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ଗାଇଡ କ୍ୟାପଟେନ ଶ୍ରୀମତୀ ଚନ୍ଦ୍ରମା ଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ସାକ୍ଷରତା ସଚେତନତା ପାଇଁ ମୁଖ୍ୟଅତିଥି ଶ୍ରୀ ବେହେରା ସବୁଜ ପତାକା ଦେଖାଇ ଏକ ଶିକ୍ଷା ସଚେତନତା ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ । ଛାତ୍ରଛାତ୍ରୀମାନେ ବିଦ୍ୟାଳୟରୁ ମର୍ଜ ।କୁଦ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ବାହାରି ଶିକ୍ଷାର ପ୍ରଚାର ପ୍ରସାର ପାଇଁ ଶିକ୍ଷା ସମ୍ବନ୍ଧୀୟ ବିଭିନ୍ନ ସ୍ଳୋଗାନ ଦେଇ ସଚେତନଧର୍ମୀ ବାର୍ତ୍ତା ଦେଇଥିଲେ ।
ଛାତ୍ରଛାତ୍ରୀମାନେ ଅଧ୍ୟକ୍ଷା ଶ୍ରୀମତୀ ସେନାପତି ଏବଂ ଗାଇଡ କ୍ୟାପଟେନଙ୍କ ନେତୃତ୍ୱରେ ମର୍ଜ ।କୁଦ ଗ୍ରାମରେ ଶିକ୍ଷାର ମହତ୍ତ୍ୱ ସମ୍ପର୍କରେ ବୁଝାଇବା ସହିତ ସାକ୍ଷରତା ଅଭିଯାନ ଉଦ୍ଦେଶ୍ୟରେ ଏକ କ୍ଷୁଦ୍ରନାଟକ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ ।
ବୌଦ୍ଧ ଇସ୍କନ ଧର୍ମାନୁଷ୍ଠାନ ପକ୍ଷରୁ ତିନିଦିନିଆ ଜନ୍ମାଷ୍ଟମୀ ଉତ୍ସବ ଆୟୋଜିତ
ବୈାଦ୍ଧ;୮/୯: ବୌଦ୍ଧ ଇସ୍କନ ଧର୍ମାନୁଷ୍ଟାନ ପକ୍ଷରୁ ସ୍ଥାନିୟ ଟାଉନହଲ ଠାରେ ୬ତାରିଖ ଠାରୁ ତିନିଦିନ ଧରି ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।
ପ୍ରଥମ ଦିବସରେ ଛୋଟ ଶିଶୁଙ୍କ କୃଷ୍ଣବେଶ, ଓ କୃଷ୍ଣସମ୍ବନ୍ଧିୟ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଯାଇଛି ଏବଂ ସଂଧ୍ୟାରେ କିର୍ତ୍ତନ୍ୟ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେହିପରି ଦ୍ୱିତୀୟ ଦିବସରେ କୃଷ୍ଣଜନ୍ମ ଦିବସ ପାଳିତ ହୋଇଛି । ସଂଧ୍ୟାରେ କିର୍ତ୍ତନ୍ୟ ଓ ପ୍ରବଚନ କାର୍ଯ୍ୟକ୍ରମ ପରେ ରାତ୍ରୀରେ ପ୍ରଭୁଙ୍କର ମହାଭିଷେକ କରାଯାଇଥିଲା ।
ସେହିପରି ତୃତୀୟ ଦିବସରେ ନନ୍ଦଉତ୍ସବ ପାଳିତ ହେବାସହ ମହା ଆଳତୀ ପୁଷ୍ପାଞ୍ଜଳୀ ପରେ ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରାଯିବାନେଇ ସନୁଷ୍ଠାନ ପକ୍ଷରୁ ସୁଚନା ମିଳିଛି । ଏହି ତିନିଦିନିଆ ଉତ୍ସବରେ ପ୍ରବଚକଭାବେ ସ୍ୱାମୀ ତୁକାରାମ ଦାସ ଯୋଗଦେଇ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଲୀଳା ସଂପର୍କରେ ପ୍ରବଚନ ଦେଇଥିଲେ । ଇସ୍କନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେହ ଶତାଧିକ ଭକ୍ତ ସମବେତ ହେଉଥିଲେ ।
ବୌଦ୍ଧଗଡ ଏନଏସି ଲିଗ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଗେହ୍ଳାମାଁ ଦଳ ଚମ୍ପିୟାନ
ବୌଦ୍ଧ-୮/୯ ବୌଦ୍ଧଗଡ ଏନଏସି ପକ୍ଷରୁ କଚେରୀ ପଡିଆ ଠାରେ ଚାଲିଥିବା ଏନଏସି ଲିଗ ଫୁଟବଲ ଟୁର୍ଣ୍ଣାମେଣ୍ଟବୁଧବାର ଦିନ ଉଦଯାପିତ ହୋଇଛି । ଉଦଯାପନୀ ମ୍ୟାଚ ଗେହା୍ଳମାଁ ଦଳ ନୁଆସାହି ଓ ଗୋଲଡେନ କ୍ଳବ ବାପୁଜୀନଗର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମ୍ୟାଚଟି ଅତିଚିତାକର୍ଷକ ହୋଇଥିବା ବେଳେ ଖେଳର ପ୍ରଥମାର୍ଦ୍ଧରେ ଗେହ୍ଳାମାଁ ଦଳ ଗୋଟିଏ ଗୋଲ ଦେଇଥିବା ବେଳେ ଦିତୀୟାର୍ଦ୍ଦରେ ଆଉଗୋଟିଏ ଗୋଲ ଦେଇ ଆଗରେ ରହିଥିଲା ।
କିନ୍ତୁ ଖେଳ ସରିବାକୁ ଆଉ କିଛି ସମୟ ଥିବା ବେଳେ ଗୋଲଡଡେନ କ୍ଳବ ବାପୁଜୀନଗର ଗୋଟିଏ ଗୋଲ ଦେବାରେ ସକ୍ଷମ ହୋଇଥିଲା । ଫଳରେ ଗେହ୍ଳାମାଁ ଦଳ ୨-୧ ଗୋଲରେ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟ ଚମ୍ପିୟାନ ହୋଇଥିଲା । ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତିରାଜ ଓ ପାନୀୟଜଳ ,ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏନଏସି ଅଧକ୍ଷ୍ୟ ମୃତ୍ୟୁଂଜୟ ମିଶ୍ର, ଉପାଧ୍ୟକ୍ଷ ସୁବାସିନୀ ସେଠୀ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମନରଂଜନ ପଣ୍ଡା, ଜିଲ୍ଲା କ୍ରୀଡା ସଂଘ ସମ୍ପାଦକ ରବୀନ୍ଦ୍ର କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।
ଅତିଥି ମାନଙ୍କ ଦ୍ୱାରା ବିଜୟତା ଓ ଉପବିଜୟତା ଦଳକୁ ଟ୍ରଫି ସହ ପୁରସ୍ମାର ପ୍ରଦାନ କରାଯାଇଥିଲା । ମ୍ୟାଚକୁ ଜାତୀୟ ରେଫରୀ ସୁବ୍ରତ ପୁରୋହିତ,ଚନ୍ଦନ ମହାରଣା, ଟିଙ୍କୁ ନାଏକ ପରିଚାଳନା କରିଥିବା ଚତୁର୍ଥ ରେଫରୀ ଭାବେ ପ୍ରମୋଦ ବେହେରା କାର୍ଯ୍ୟ ତୁଲାଇଥିଲେ । । ଟୁର୍ଣ୍ଣାମେଣ୍ଟକୁ ରଂଜିତ କୁମାର ରାଉତ, ବଦ୍ରି ନାରାୟଣ ମିଶ୍ର,ପ୍ରଫୁଲ୍ଲ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ । ଖେଳରେ ଧାରାବିବରଣୀ ଚନ୍ଦ୍ରକାନ୍ତ ନାଏକ ପ୍ରଦାନ କରିଥିଲେ ।
ଶିଶୁ ମାନଙ୍କୁ ଯୌନ ନିର୍ଯ୍ୟାତନାରୁ ସୁରକ୍ଷା ଆଇନ ଉପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ବୌଦ୍ଧ,୮/୯: ବୌଦ୍ଧଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟ, ବଡବନ୍ଧ, ବୈାଦ୍ଧ ଠାରେ ପ୍ରଧାନ ଶିକ୍ଷକ, ଅଧିକ୍ଷକ, ସେବିକା, ମେଟ୍‌ରନ, ସିସିଏ ମାନଙ୍କୁ ନେଇ ଶିଶୁ ମାନଙ୍କୁ ଯୌନ ନିର୍ଯ୍ୟାତନାରୁ ସୁରକ୍ଷା ଆଇନ ତଥା ଶିଶୁ ଅଧିକାର ଓ ବେଟି ବଚାଓ ବେଟି ପଢାଓ ଯୋଜନା ଉପରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
ଏହି କର୍ମଶାଳାକୁ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଳ ପ୍ରଧାନ ଯୋଗାଦେଇ ଉଦଘାଟନ କରିବା ସହ ଶିଶୁ ସୁରକ୍ଷା କର୍ତବ୍ୟରତ ସମସ୍ତ କର୍ମଚାରୀ ମାନେ ସଚେତନ ହେଲେ ତଥା ନିଜର ଦାୟିତ୍ୱ ଓ କର୍ତବ୍ୟକୁ ସୁଚାରୁ ରୁପେ ପାଳନ କଲେ ଅନୁଷ୍ଠାନରେ ଶିଶୁମାନେ ସୁରକ୍ଷା ତଥା ଉତ୍ତମ ସୁବିଧା ଯୋଗାଇ ହେବ ବୋଲି ମତ ପ୍ରକାଶ କରିଥିଲେ ।
ସମ୍ମାନିତ ଅତିଥି ତଥା ପ୍ରଶିକ୍ଷକ ଭାବରେ ଘାସିରାମ ପଣ୍ଡା, ରାଜ୍ୟ ସଂଯୋଜକ, ଏକ୍ସନ.ଏଡ ଭୁବନେଶ୍ୱର ଯୋଗଦେଇ କିଶୋର ନ୍ୟାୟ ଅଧିନିୟମ, ଶିଶୁ ଅଧିକାର, ଯୌନ ଅପରାଧରୁ ଶିଶୁଙ୍କୁ ସୁରକ୍ଷା ଆଇନ ର ସମାଜିକ ଦିଗ ସର୍ମ୍ପକରେ ଅଲୋଚନା କରିଥିଲେ । କର୍ମ କ୍ଷେତ୍ରରେ ମହିଳା ମାନଙ୍କ ସୁରକ୍ଷା ପାଇଁ କମିଟି ଗଠନ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ କହିଥିଲେ ।
ଅନୁଷ୍ଠାନରେ ଛାତ୍ର ଛାତ୍ରୀ ଙ୍କ ସମସ୍ୟା କୁ ଗୁରୁତର ଭାବରେ ନେଇ ସମାଧାନ କରିବା ପାଇଁ ପରାମର୍ଶ ଦେଇଥିଲେ ।ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମଙ୍ଗଳ ଅଧିକାରୀ ସୂର୍ଯ୍ୟ ନାରୟଣ ବେହେରା ଯୋଗଦେଇ ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଅଧିକ୍ଷକ, ମେଟ୍ରନ, ସିସିଏ ମାନଙ୍କୁ ବିଦ୍ୟାଳୟ ର ନିୟମାବଳି ତଥା ଛାତ୍ରଛାତ୍ରୀଙ୍କ ନିରାପତ୍ତା ତଥା ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବା ସହିତ ଅସୁବିଧା ଜଣାଇବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ବଡବନ୍ଧ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ସାହୁ ଯୋଗଦେଇ ଏଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ଖୁସି ବ୍ୟକ୍ତ କରିବା ସହ ସମସ୍ତେ ସହୃଦୟେଛାତ୍ର ଛାତ୍ରୀ ମାନଙ୍କ ପାଇଁ କାମ କରିବା ପରାମର୍ଶ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୌମ୍ୟରଂଜନ ଦେ,ଜିଲ୍ଲା ସଂଯୋଜିକା, ଏକ୍ସନ.ଏଡ ପ୍ରବିଜ୍ଞା ଦାଶ ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସୁରକ୍ଷା ଅଧିକାରୀ ସୁସାନ୍ତ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ଏହି ପ୍ରଶିକ୍ଷଣ କାଯ୍ୟକ୍ରମରେ ହରଭଙ୍ଗା ଓ ବୌଦ୍ଧ ବ୍ଲକର ୧୫ଟି ଅନସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟ ଓ ଶିଶୁଯତ୍ନ ଅନୁଷ୍ଠାନରର ୭୦ ଜଣ କର୍ମଚାରୀ ପ୍ରଶିକ୍ଷଣ ନେଇଥିଲେ ।
ପରାମର୍ଶଦାତା ବସନ୍ତ ଦିଶିରି ଧନ୍ୟବାଦ ଅର୍ପଣ କରି ଥିବା ବେଳେ ଶିଶୁ ସୁରକ୍ଷା ୟୁନିଟ ରୁ ଚିତ୍ରସେନ ସାହୁ , ରଂଜିତ ସାହୁ ଓ ବଡବନ୍ଧ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।
୧୦୪ କିଲୋ ଗଞ୍ଜେଇ ଜବତ ୪ ଗିରଫ
ବୌଦ୍ଧ,୮/୯: ଜଙ୍ଗଲ ସୀମାନ୍ତ ଗ୍ରାମ ଖଜୁରିପଡ଼ାରୁ ବୌଦ୍ଧ ପଟକୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ବୌଦ୍ଧ ପୁଲିସ ଏକ ଅଟୋରିକ୍ସାରୁ ୧୦୪ କିଲୋ ଗଞ୍ଜେଇ ଜବତ କରିଛି। ଆଟୋରେ ଥିବା ଚାରିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ଚୋରା ଚାଲାଣ ହେବା ଖବର ପାଇ ବୌଦ୍ଧ ପୁଲିସ ଖଲିଆପାଲି ଛକରେ ଛକି ରହିଥିଲା।
ସଂପୃକ୍ତ ଅଟୋ(ଓଡି-୨୭-ଏ-୯୬୩୧)କୁ ଅଟକାଇ ଯାଞ୍ଚ କରାଯିବାରେ ଦୁଇଟି ବସ୍ତାରୁ ୧୦୪ କିଲୋ ୪୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ବାଉଁଶୁଣି ଥାନା ଗୋପୀନାଥପୁର ଗ୍ରାମର ଶ୍ରୀକାନ୍ତ କହଁର(୨୮), ସନ୍ତୋଷ କହଁର(୩୧), ଗୋପୀନାଥପୁରର ମକରନ୍ଦ କହଁର(୨୯) ଓ ବସ୍ତମପୁରର ଉତ୍ତମ ପାଣିଗ୍ରାହୀ(୨୮)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ବୌଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ଠାରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ
ବୌଦ୍ଧ,୮/୯: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ପରମ୍ପରା ଅନୁସାରେ ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ନବାନ୍ନ ଲଗ୍ନ ଧାର୍ଯ୍ୟ କରାଯାଇଛି । ସେପ୍ଟେମ୍ବର ମାସ ୨୦ ତାରିଖ ବୁଧବାର ଦିନ ଭାଦ୍ରବ ଶୁକ୍ଳ ପକ୍ଷ ପଂଚମୀ ସକାଳ ୮ ଟା ୦୩ ମିନିଟ ରୁ ୮ ଟା ୧୭ ମିନିଟ ମଧ୍ୟେ ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ଠାରେ ନବାନ୍ନ ଭୋଗ ଲାଗିବ ।
ପଣ୍ଡିତ ମାନଙ୍କ ମଧ୍ୟରେ ଆଲୋଚନା କରାଯାଇ ଲଗ୍ନ ଧାର୍ଯ୍ୟ ସଂପର୍କିତ ମତାମତ ନିଆଯିବା ପରେ ସର୍ବସମ୍ମତି କ୍ରମେ ଲଗ୍ନ ଧାର୍ଯ୍ୟ କରାଯାଇଥିବା ନେଇ ପଣ୍ଡିତ ପିତାମ୍ବର ଆଚାର୍ଯ୍ୟ ସୂଚନା ଦେଇଥିଲେ । ମାଁ ଭୈରବୀଙ୍କ ପୀଠରେ ପ୍ରଥମେ ନବାନ୍ନ ଲାଗି ହେବା ପରେ ଅନ୍ୟ ଦେବାଦେବୀଙ୍କ ଠାରେ ନବାନ୍ନ ଅର୍ପଣ ହେବ ।
ତାପରେ ଲୋକେ ନିଜ ନିଜ ଇଷ୍ଟ ଦେବାଦେବୀଙ୍କ ଠାରେ ନବାନ୍ନ ଅର୍ପଣ କରି ନିଜେ ନବାନ୍ନ ଗ୍ରହଣ କରିବେ ବୋଲି ମୁଖ୍ୟ ପୂଜକ ଗୌରୀ ଶଙ୍କର ବଡମାଳୀ ପ୍ରକାଶ କରିଛନ୍ତି । ପରମ୍ପରା ପ୍ରକାରେ ମା’ ଭୈରବୀଙ୍କ ନିକଟରେ ନବାନ୍ନ ଲାଗି କରାଯିବା ପରେ ମା ଭୈରବୀଙ୍କ ପୀଠରେ ଭକ୍ତମାନଙ୍କୁ ନବାନ୍ନ ଭୋଗ ବିତରଣ କରାଯିବ ।
ଏହି ଅବସରରେ ବ୍ରାହ୍ମଣ ସମାଜର ସଭାପତି ଗୁରୁପ୍ରସାଦ ଦାସ, ସଂପାଦକ ଦେବାଶିଷ ପୁରୋହିତ, ପଣ୍ଡିତ ପ୍ରଦ୍ୟୁମ୍ନ କୁମାର ମିଶ୍ର, ସିଦ୍ଦେଶ୍ୱର ଯୋଶୀ , ପୂଜକ ହରିହର ବଡମାଳି, ତରଣୀ ବଡମାଳି, ବିଜୟ ମିଶ୍ର, ଶମ୍ଭୁ ପ୍ରସାଦ ମହାକୁଳ, ସଂପଦ ଅଗ୍ରୱାଲା, ସଞ୍ଜୟ ଶଙ୍କର ପୁରୋହିତ, ଅମର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ବୌଦ୍ଧ ଜିଲ୍ଲାରେ ଆଶାରେ ରହିଛନ୍ତି ୮୦ ଜଣ କଳାକାର
ବୌଦ୍ଧ,୮/୯: ରାଜ୍ୟ ସରକାର କଳାର ସମୃଦ୍ଧି ପାଇଁ ଅଭିଜ୍ଞ କଳାକାର ମାନଙ୍କୁ ବରିଷ୍ଠତା ଭିତ୍ତିରେ ମାସିକ ୧୨୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ \”ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା-୨୦୧୮\” ପ୍ରଚଳନ କରିଛନ୍ତି । ଉକ୍ତ ଯୋଜନାରେ ରାଜ୍ୟର ୫୦ ହଜାର କଳାକାରଙ୍କୁ ସାମିଲ୍ କରିବା ନିମନ୍ତେ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିଲେ।
ତେଣୁ ବିଭିନ୍ନ ଜିଲ୍ଳାର ସଂପୃକ୍ତ ଯୋଜନାରେ ଅଦ୍ୟାବଧି ଖାଲିପଡ଼ିଥିବା ସ୍ଥାନ ଗୁଡିକରେ ହିତାଧିକାରୀ ଚୟନ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଥିଲେ। ୨୦୨୧ ମସିହା ଅଗଷ୍ଟ ମାସରେ ବିଭିନ୍ନ ନିୟମାବଳି ସହ ଅକ୍ଟୋବର ୩୦ ତାରିଖ ମଧ୍ୟରେ କଳାକାରମାନେ ଆବେଦନ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞାପନ ଦିଆଯାଇଥିଲା।
ଯାହାକୁ ନେଇ ବୌଦ୍ଧ ଜିଲ୍ଲାରେ ମୋଟ୍ ୬୬୧ ଜଣ କଳାକାର ଆବେଦନ କରିଥିଲେ। ବୌଦ୍ଧ ଜିଲ୍ଲାରେ ଆବେଦନ କରିଥିବା କଳାକାରମାନଙ୍କ ପାଇଁ ୨୦୨୧ ମସିହା ଡିସେମ୍ବର ୧୬,୧୭,୧୮,୧୯ ତାରିଖ ଦିର୍ଘ ୪ ଦିନ ଧରି ସାମର୍ଥ୍ୟ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।
ଯେଉଁଥିରେ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ଆବେଦନ କରିଥିବା ୬୮ ଜଣ କଳାକାର ମଧ୍ୟରୁ ୫୨ ଜଣ ଅଂଶଗ୍ରହଣ କରିଥିଲେ ଏବଂ ବୌଦ୍ଧ ବ୍ଲକ୍ ର ୨୨୮ ଜଣ କଳାକାରଙ୍କ ମଧ୍ୟରୁ ୨୦୪ ଜଣ ଅଂଶଗ୍ରହଣ କରିଥିଲେ ଓ ହରଭଙ୍ଗା ବ୍ଲକ୍ ରେ ୧୫୪ ଜଣଙ୍କ ମଧ୍ୟରୁ ୧୨୨ ଜଣ ଅଂଶଗ୍ରହଣ କରିଥିବାବେଳେ କଣ୍ଟାମାଳ ବ୍ଲକରେ ୨୧୧ ଜଣଙ୍କ ମଧ୍ୟରୁ ୧୫୯ ଜଣ ଅଂଶଗ୍ରହଣ କରିଥିଲେ। ସାମର୍ଥ୍ୟ ପରୀକ୍ଷାରେ ଜିଲ୍ଲାର ସର୍ବମୋଟ୍ ୫୩୭ ଜଣ ଅଂଶଗ୍ରହଣ କରିଥିବା ବେଳେ ୧୨୪ ଜଣ କଳାକାର ଅନୁପସ୍ଥିତ ଥିଲେ।
ତେବେ ଏହି ସାମର୍ଥ୍ୟ ପରୀକ୍ଷାର ଫଳ ଗୋଟିଏ ବର୍ଷ ପରେ ଜିଲ୍ଲା ପ୍ରଶାସନ ପ୍ରକାଶ ପାଇବା ପରେ କେତେଜଣ କଳାକାର ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗତ ଫେବୃୟାରୀ ୨୬ ତାରିଖରେ ସୂଚନା ଓ ଲୋକସମ୍ପର୍କ ବିଭାଗ କାର‌୍ୟ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାରେ ୩୦୭ ଜଣଙ୍କୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ସାମିଲ କରିଥିବା ବେଳେ ୮୦ ଜଣ କଳାକାର ୱେଟିଂ ତାଲିକାରେ ରହିଛନ୍ତି । ଯାହା ଫଳରେ ବାକି ରହିଥିବା କଳାକାର ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ଏବଂ କେତେଜଣ କଳାକାର ଜିଲ୍ଲା ପାଳ ଙ୍କ ଅଭିଯୋଗ ଶୁଣାଣିରେ କଳାକାର ଭତ୍ତାରେ ସାମିଲ୍ କରିବା ପାଇଁ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା।
ୱେଟିଂ ଲିଷ୍ଟରେ ଥିବା କେତେକ କଳାକାର ମାନଙ୍କର ବୟସସୀମାକୁ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଭୁଲ୍ ଲେଖିଥିବାରୁ ସେମାନେ ପ୍ରଥମ ପର୍ଯ୍ୟାୟ ଚୟନରୁ ବଞ୍ଚିତ ହୋଇ ଥିବା ଅଭିଯୋଗ ହୋଇଛି।ତେବେ ବାକି ରହିଥିବା ୮୦ ଜଣ କଳାକାରମାନଙ୍କୁ ବୌଦ୍ଧ ଜିଲ୍ଲା ପ୍ରଶାସନ କିମ୍ୱା ରାଜ୍ୟ ସରକାର ଦୃଷ୍ଟି ଦେଇ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ କଳାକାର ସହାୟତାରେ ସାମିଲ୍ କରିବା ପାଇଁ ଦାବୀ ହେଉଛି ।

Related Posts

Seo wordpress plugin by www.seowizard.org.