Odisha News

ଦୁଇ ଦଫା ଦାବିରେ ପଞ୍ଚାୟତ ଅଧିକାରୀଙ୍କ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ କଲମ ଛାଡ ଆନ୍ଦୋଳନ ଓ ଗଣଧାରଣା

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ୱର,୨୨/୮: ବାଲେଶ୍ୱର ଜିଲ୍ଲାରେ କାର୍ଯ୍ୟରତ ପଞ୍ଚାୟତ ଅଧିକାରୀ ମାନେ ନିଜର ୨ଦଫା ଦାବି ନେଇ ୨୦/୦୮ ଠାରୁ ଅନିର୍ଦିଷ୍ଟକାଳ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଆନ୍ଦଳନ କରିଆସୁଛନ୍ତି।
ପଞ୍ଚାୟତ ଅଧିକାରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ +୨ ରୁ +୩ ଉନ୍ନୀତ କରିବା।ଦରମା ହାର ଲେବେଲ ୫ ରୁ ୯ କୁ ବୃଦ୍ଧି କରିବା । ଦ୍ବିତୀୟତ ଜଣେ ନିର୍ବାହୀ ଅଧିକାରୀ ୩୦ ରୁ ୪୦ ବର୍ଷ ଚାକିରୀ କରିଲେ ମଧ୍ୟେ ପ୍ରମୋଶନ ର ସୁବିଧା ନ ହେବା।
ଏହି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଅନ୍ଦୋଳନ ଓ ଗଣଧାରଣା ଜୋର୍ ଦାର ହେବ।ବୋଲି ବାଲେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଗୌତମ ସେଠି ଓ ସମ୍ପାଦକ ବିକ୍ରମ କେଶରୀ ଜେନା
ଉଭୟ ପ୍ରେସ ଇସ୍ତାହାର ରେ ଜଣାଇଛନ୍ତି ।
ଏହି ଆନ୍ଦୋଳନ ଦୀର୍ଘ ଦିନ ଧରି ଚାଲିବ ବୋଲି ଜିଲ୍ଲାସ୍ତରୀୟ କର୍ମ କର୍ତ୍ତା ବୃନ୍ଦ ସୂଚନା ଦେଇଛନ୍ତି।

Related Posts

Seo wordpress plugin by www.seowizard.org.