Odisha News

ନୟାଗଡ଼ : 5T ସ୍କୁଲ ରେ ପାଠ ପଢା ଛାଡି ଗଛ କାଟୁଛନ୍ତି ଛାତ୍ର

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୪/୮:ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ମାଳିସାହି ଗତିକେଶ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଗତକାଲି ଜଣେ ଛାତ୍ର ପାଠପଢା ଚାଲିଥିବା ସମୟରେ ବିପଦସଂକୁଳ ଭାବେ ଗଛରେ ଚଢି ଡାଳ ହାଣୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି। ହେଲେ ସବୁଠାରୁ ବଡ ଆଶ୍ଚର‌୍ୟ୍ୟର ବିଷୟ ଛାତ୍ର ଜଣକ ଗଛରେ ଚଢି ଡାଳ ହାଣିବା କଥା ପ୍ରଧାନଶିକ୍ଷକଙ୍କ ଜାଣତରେ ହୋଇଥିବା ଜଣାପଡିଛି।
ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ସହିତ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଯାଉଛି। ବିଦ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଗଛ ଲଗାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଉଥିବା ବେଳେ ଗତିକେଶ ହାଇସ୍କୁଲରେ କିନ୍ତୁ କିଛି ଅଲଗା ଦୃଶ୍ୟ ଦେଖିବାକୁ ମିଳିଥିଲା।
ଗତକାଲି ଶନିବାର ସକାଳୁଆ ପାଠପଢା ରହିଥିବା ବେଳେ ବିଦ୍ୟାଳୟ ପରିସରରେ ଥିବା ଏକ ବିଶାଳକାୟ ଗଛର ଡାଳ ହାଣିବା ପାଇଁ ଜଣେ ଛାତ୍ରକୁ କୁହାଯାଇଥିଲା। ସେ ସାରଙ୍କ କଥାକୁ ଏଡାଇ ନପାରି ବିପଦସଂକୁଳ ଭାବେ ଗଛରେ ଚଢି ଡାଳ ହାଣିଥିବା ଦେଖିବାକୁ ମିଳିଥିଲା।
ଗୋଟିଏ ପଟେ ଗଛ ଲଗାଇବା ପାଇଁ ଛାତ୍ରଛାତ୍ରୀଙ୍କୁ କୁହାଯାଉଥିବା ବେଳେ ଏଠାରେ କିନ୍ତୁ ବ୍ୟତିକ୍ରମ ଘଟି ଗଛ ଡାଳ କାଟିବା ପାଇଁ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଉଛି। ତେବେ ଏନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ କହିଛନ୍ତି କି ବିଦ୍ୟାଳୟର ଛାତ ଉପରେ ଗୋଟିଏ ଡାଳ ରହିଥିଲା ତ ତାକୁ ହାଣିବା ପାଇଁ କହିଥିଲି।
ଏଠାରେ କେହି ବ୍ୟବସ୍ଥାରେ ନାହାଁନ୍ତି ସମସ୍ତେ ଅବ୍ୟବସ୍ଥାରେ ଅଛନ୍ତି ବୋଲି ପ୍ରଧାନଶିକ୍ଷକ କହିଥିଲେ। ତେବେ ଏ ଦିଗରେ ବିଭଗୀୟ ଅଧିକାରୀ ଦୃଷ୍ଟି ଦେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

ଜିଲ୍ଲା ଡିଜିଟାଲ୍ ମିଡିଆ ସାମ୍ବାଦିକ ସଂଘ ଦ୍ୱିତୀୟ ବାର୍ଷିକ ଉତ୍ସବ,ସକରାତ୍ମକ ଖବର ଦ୍ୱାରା ସମାଜର ସାମଗ୍ରିକ ବିକାଶ ହେବ : ଅରୁଣ
ନୟାଗଡ଼,୧୪/୮ : ନୟାଗଡ଼ ଜିଲ୍ଲା ଡିଜିଟାଲ ମିଡିଆ(ୱେବ୍) ସାମ୍ବାଦିକ ସଂଘ ଦ୍ୱିତୀୟ ବାର୍ଷିକ ଉତ୍ସବ ନୀଳମାଧବ କଲ୍ୟାଣମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି।
ସଂଘ ସଭାପତି ଅନୱାର ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କର, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ନୟାଗଡ଼ ସାମ୍ବାଦିକ ସଂଘ ସଭାପତି ବୈଦ୍ୟ ଭୂଷଣ ମହାପାତ୍ର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ଶ୍ଲୋକ ଉଚ୍ଚାରଣରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ବେଦ ପାଠ କରାଯାଇଥିଲା ।
ଏହି ଅବସରରେ ଇହଳୀଳା ସମ୍ବରଣ କରିଥିବା ସଂଘ ସମ୍ପାଦକ କିଶୋର ମହାପାତ୍ର ଏବଂ ସଂଘ ଯୁଗ୍ମ ସମ୍ପାଦକଙ୍କ ôପତୀ ବିୟୋଗକୁ ନେଇ ନୀରବ ପ୍ରାର୍ଥନା କରାଯାଇଥିଲା ।
ଏହି ଅବସରରେ ସ୍ୱାଧୀନତାର ପୂର୍ବ ଓ ପର ସାମ୍ବାଦିକତା ସମ୍ପର୍କରେ ରାଜ୍ୟ ସଂଘ ସଭାପତି ଶ୍ରୀଯୁକ୍ତ କର ବକ୍ତବ୍ୟ ରଖିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ, ନୟାଗଡ଼ ବିଧାୟକଙ୍କ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଥିବା ବେଳେ ବୀମା କ୍ଷେତ୍ରରେ ସାମ୍ବାଦିକମାନଙ୍କର ଯେଉଁ ଆର୍ଥିକ ସ୍ୱାବଲମ୍ବନ ଶୀଳ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ତାହାର ସୁଫଳ ଆଜିକା ଦିନରେ ସାମ୍ବାଦିକମାନେ ପାଉଥିବା କହିଥିଲେ ।
ଦଶପଲ୍ଲା ବିଧାୟକ ଶ୍ରୀଯୁକ୍ତ ବେହେରା ଡିଜିଟାଲ ସାମ୍ବାଦିକଙ୍କ ପ୍ରତି ଆମେ ସହୃଦୟତାର ସହ ବିଚାର କରୁଛୁ । ରାଜ୍ୟ ସରକାର ସେମାନଙ୍କ ପାଇଁ ସକରାତ୍ମକ ଆଭିମୁଖୀ ରଖିଛନ୍ତି । ତାହାର ଫଳାଫଳ ଆଗାମୀ ଦିନରେ ଅନୁଭୂତ ହେବ । ରଣପୁର ବିଧାୟକ ତଥା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ ତାଙ୍କ ବକ୍ତବ୍ୟରେ ସାମ୍ବାଦିକଙ୍କ ପ୍ରତି ଆମେ ସହାନୁଭୂତ ଶୀଳ ରହିଛୁ । ରାଜ୍ୟ ସରକାରଙ୍କ ପାଖରେ ସାମ୍ବାଦିକଙ୍କ ଦାବିକୁ ଉପସ୍ଥାପନ କରାଯାଉଛି, ତାହାର ସୁଫଳ ଖୁବଶୀଘ୍ର ମିଳିବ ବୋଲି କହିଥିଲେ । ମୁଖ୍ୟ ଅତିଥି ଡ. ସାହୁ, ଜାତୀୟ ଗଣମାଧ୍ୟମ ଉପରେ ଆଲୋଚନା କରିଥିଲେ।
ଡିଜିଟାଲ ମିଡିଆ ବହୁତ ଶକ୍ତିଶାଳୀ ହୋଇଛି। ଏକ ତରଫା ଉଦ୍ଦେଶ୍ୟ ପ୍ରଣୋଦିତ ଖବର ସମାଜର ହିତ ସାଧନ କରି ପାରେ ନାହିଁ। ସାମ୍ବାଦିକମାନେ ସକରାତ୍ମକ ଚିନ୍ତାଧାରାରେ ଖବର ପରିବେଷଣ କଲେ ସମାଜର ସାମଗ୍ରୀକ ବିକାଶ ହେବ ବୋଲି ସେ କହିଥିଲେ । ଗୋଦାବରୀଶ ସାହୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସାମ୍ବାଦିକ ଜୟେନ୍ଦ୍ର ବେହେରା କାର‌୍ୟ୍ୟକ୍ରମ ସଂଯୋଜନା କରିଥିଲେ।
ସଂଘ ସମ୍ପାଦକ ସଞ୍ଜୟ କୁମାର ସ୍ବାଇଁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏହି କାର୍ଯ୍ୟ କ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ପଟ୍ଟନାୟକ, ଭବାନୀ ଶଙ୍କର ଦାଶ, ଏସ୍ ଏ ମନାନ ପ୍ରମୂଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି ଅବସରରେ ବିଭିନ୍ନ ବ୍ଲକରୁ ଆସିଥିବା ସାମ୍ବାଦିକ ସଂଘ ଗୁଡ଼ିକୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଶ୍ରୀକାନ୍ତ ଖଟେଇ, ନବକିଶୋର ମିଶ୍ର, ଶୁଭେନ୍ଦୁ ଦାସ, ଲୋକନାଥ ମିଶ୍ର, ରିତେନ୍ଦ୍ର ଛାଟୋଇ, ପ୍ରମୂଖ ଉପସ୍ଥିତ ରହିଥିଲେ । ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Seo wordpress plugin by www.seowizard.org.