Odisha News

ବୌଦ୍ଧରେ ରଥ ଯାତ୍ରା ପାଳିତ, ହରିଗୁଢି ରଥକୁ ଟାଣିଲେ ମହିଳା ଭକ୍ତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୧/୬ : ବୌଦ୍ଧ ଗଡଜାତରେ ରାଜରାଜୁଡା ଅମଳରୁ ରଥଯାତ୍ରା ପାଳନ ହୋଇଆସୁଥିବା ବେଳେ ବୌଦ୍ଧର ରଥଯାତ୍ରା ସ୍ୱତନ୍ତ୍ରତା ରହିଛି । ରଥଯାତ୍ରା ଏକ ମୁଖ୍ୟ ପର୍ବ ହୋଇଥିବା ବେଳେ ଏହାକୁ ଗଣପର୍ବ ଭାବେ ପାଳନ କରାଯାଉଅଛି । ରଥଯାତ୍ରାକୁ ଅଧିକ ସରସ କରିବା ପାଇଁ ବଡଦାଣ୍ଡକୁ ସୁନ୍ଦର ଭାବେ ସୁଜ୍ଜିତ କରାଯାଇଥିଲା । ମଙ୍ଗଳବାର ହେଉଛି ଆଷାଢ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥି ପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ।
ସୋମବାର ଦିନ ନବଯୈାବନ ଦର୍ଶନ ସରିବା ପରେ ମଙ୍ଗଳବାର ଭୋର ସକାଳ ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ କରାଯାଇଥିଲା । ସକାଳେ ପହଣ୍ଡି ପାଇଁ ବ୍ରାହ୍ମଣ ସମାଜ ଓ ସଂକୀର୍ତ୍ତନ ମଣ୍ଡଳୀ ସମାବେଶ ହେବା ପରେ ପହଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପ୍ରବଳ ଖରା ସ୍ୱତ୍ତେ ପହଣ୍ଡିଆ ସେବକ ମାନେ ପ୍ରଭୁଙ୍କ ମନ୍ଦିର ଭିତରକୁ ଧାଡି ପହଣ୍ଡିରେ ଆଣି ପହଣ୍ଡି କରିଥିଲେ । ପହଣ୍ଡି ସମୟରେ ଶଙ୍ଖ, ଘଣ୍ଟ , ମୃଦଙ୍ଗର ତାଳେ ତାଳେ ପ୍ରଭୁ ଝୁଲି ଝୁଲି ଧାଡି ପହଣ୍ଡିରେ ଆସିଥିବା ବେଳେ ପହଣ୍ଡି ସମୟରେ ବାଟ ଭୋଗ ହୋଇଥିଲା । ପହଣ୍ଡି ସମୟରେ ପୁରା ବଡଦାଣ୍ଡ ଭକ୍ତମୟ ହୋଇଥିବା ବେଳେ ଘଣ୍ଟ, ଶଙ୍ଖ , ମୃଦଙ୍ଗ ବାଦ୍ୟରେ ପୁରାଦାଣ୍ଡ ଉଛୁଳି ପଡିଥିଲା । ପ୍ରଥମେ ସୁଦର୍ଶନଙ୍କୁ ରଥାରୁଢ କରିବା ପରେ ପହଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପହଣ୍ଡି ସମୟରେ ଜିଲ୍ଲାପାଳ ସତ୍ୟରଂଜନ ସାହୁ, ଉପଜିଲ୍ଲାପାଳ ରବିନ୍ଦ୍ରନାଥ କହଁର, ସୁଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ ପ୍ରଭୁଙ୍କୁ ପହଣ୍ଡି ସମୟରେ ବଡଦାଣ୍ଡରେ ଉପସ୍ଥିତ ଥିଲେ । ରଥଯାତ୍ରା ପାଇଁ ପ୍ରଭୁଙ୍କ ପହଣ୍ଡି ଓ ରଥଟଣା ସମୟରେ ଗେହ୍ଳାମାଁ କଳାନିକେତନର କଳାକାର ମାନଙ୍କ ପକ୍ଷରୁ ମାହାରୀ ନୃତ୍ୟୁ ପରିବେଷଣ ହୋଇଥିଲା । ପ୍ରବଳ ଖରା ଯୋଗୁଁ ବଡ ଦାଣ୍ଡରେ ପହଣ୍ଡି ସମୟରେ ଅଗ୍ନିଶମ ବିଭାଗ ପକ୍ଷରୁ ପାଣି ଦାଣ୍ଡରେ ପକାଇବା ସହ ସିଞ୍ଚନ କରାଯାଇଥିଲା ।
ରଥଖଳାରେ ଠାକୁରମାନେ ପହଞ୍ôଚବାପରେ ଚାରିବେଢା ପରିକ୍ରମା କରିବା ପରେ ଅପରାହ୍ନ ସମୟରେ ରଥ ଉପରକୁ ମହାପ୍ରଭୁ ବିଜେ କରିଥିଲେ । ବୌଦ୍ଧ ରଥଯାତ୍ରାରେ ଏକ ଭିନ୍ନ ପରମ୍ପରା ରହିଛି ରଥଛୁଆଁ । ତିନି ଠାକୁର ରଥାରୁଢ ହେବା ପରେ ରଥଛୁଆ ହୋଇଥାଏ । ଛୋଟ ଛୋଟ ଛୁଆଙ୍କୁ ରଥ ଉପରେ ପ୍ରଭୁଙ୍କୁ ପାଖରେ ରଥ ଛୁଆଁଇଲେ ,ଏହା ସେମାନଙ୍କର ମଙ୍ଗଳ ହୋଇଥାଏ ବୋଲି କାହିଁ ଦିନରୁ ଅଞ୍ଚଳବାସୀଙ୍କ ବିଶ୍ୱାସ ରହିଛି ।
ଏହାକୁ ରଥଛୁୃଆ ବୋଲି କହିଥାନ୍ତି । ଏହାପରେ ରଥ ଉପରେ ଛେରାପହଁରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛେରା ପହଁରା ଓ ରଥ ଛୁଆଁ ସରିବା ପରେ ରଥଟଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସେହିପରି ସହରର ପୋଡା ପୋଡା ହରିଗୁଢି ରଥକୁ ମଧ୍ୟ ରଥ ଟଣା ହୋଇଥିଲା । ସାହି ବାସିନ୍ଦାଙ୍କ ମିଳିତ ସହଯୋଗରେ ପାଳିତ ହୋଇ ଆସୁଥିବା ରଥଯାତ୍ରାରେ ଏକ ବିଶେଷତ୍ୱ ହେଲା ଏହି ରଥକୁ କେବଳ ମହିଳା ଭକ୍ତ ମାନେ ଟାଣନ୍ତି ।
ବଡ ଆନନ୍ଦର ସହ ମହିଳାଭକ୍ତ ମାନେ ହରିଗୁଢି ରଥକୁ ଟାଣିଥିଲେ । ବଡ ଦାଣ୍ଡରେ ରଥ ଟଣା ହେଉଥିବା ସମୟରେ ବିଭିନ୍ନ ଛକ ମାନଙ୍କରେ ପ୍ରଭୁଙ୍କୁ ପୋଡପିଠା, ବିଭିନ୍ନ ଭୋଗ ଭକ୍ତ ମାନେ ଅର୍ପଣ କରୁଥିଲେ । ବିଭିନ୍ନ ସଂଗଠନ ପକ୍ଷରୁ ଭକ୍ତଓ ଶ୍ରଦ୍ଧାଳ ମାନଙ୍କୁ ଥଣ୍ଡାପାନୀୟ, ଅନ୍ନଭୋଗ ଓ ବିଭିନ୍ନ ଭୋଗ ବଣ୍ଟନ କରାଯାଇଥିଲା । ଉଭୟ ରଥ ଆଗ ପଛ ହୋଇ ଗୋଟିଏ ଜାଗାରେ ଥିବା ମାଉସୀ ମା ମନ୍ଦିରକୁ ଯାଇଥିଲେ ।
ରଥ ବଡଦାଣ୍ଡରେ ଗଡି ମାଉସୀମା ଘରେ ପହଞ୍ôଚବା ପରେ ରଥରୁ ପ୍ରଭୁଙ୍କୁ ପହଣ୍ଡି କରାଯାଇ ମାଉସୀମା ଘରେ ମହାପ୍ରଭୁଙ୍କୁ ବିଜେ କରାଇଥିଲେ । ପ୍ରବଳ ଖରା ସ୍ୱତ୍ତେ ଅପରାହ୍ନରେ ପାଗରେ ରଥଯାତ୍ରା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ସହ ଭକ୍ତ ମାନେ ଆନନ୍ଦରେ ରଥ ଟାଣି ଥିଲେ । ଶାନ୍ତି ଶଙ୍ଖଳା ପାଇଁ ବୌଦ୍ଧ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତ ଥିବା ସହ ଶାନ୍ତିଶୃଙ୍ଖଳା ସହ ରଥ ଯାତ୍ର ସଂପନ୍ନ ହୋଇଥିଲା । ସେହିପରି ପାତାଳି ଶ୍ରୀକ୍ଷେତ୍ର ନାଏକପଡା ଠାରେ ଗ୍ରାମବାସୀଙ୍କ ସହଯୋଗରେ ରଥଯାତ୍ରା ପାଳିତ ହୋଇଥିଲା । ବୁଧବାର ଜିଲ୍ଲାର ଅନେକ ଗ୍ରାମରେ ବାସୀ ରଥଯାତ୍ରା ପାଳିତ ହୋଇଥିଲା ।
ପ୍ରଜାପିତା ବ୍ରହ୍ମକ୍ଷକୁମାରୀ ଈଶ୍ବରୀୟ ବିଦ୍ୟାଳୟ ତରଫରୁ ଆତ୍ମିକ ସଶକ୍ତିକରଣ
ବୌଦ୍ଧ,୨୧/୬ : ବୌଦ୍ଧ ପ୍ରଜାପିତା ବ୍ରହ୍ମକ୍ଷକୁମାରୀ ଈଶ୍ବରୀୟ ବିଦ୍ୟାଳୟ ତରଫରୁ ସୁବର୍ଣ୍ଣ ତଥା ସତ୍ୟଯୁଗ ଦୁନିଆଁ ସ୍ଥାପନ ନିମନ୍ତେ ଆତ୍ମିକ ସଶକ୍ତିକରଣ ନେଇ ଏକ ସଭାର ଆୟୋଜନ ହୋଇଥିଲା ।
ବ୍ରହ୍ମକ୍ଷ କୁମାରୀ ଓ ରାଜଯୋଗ ଅନୁସନ୍ଧାନ ଶିକ୍ଷା କେନ୍ଦ୍ର ସୁରକ୍ଷା ପ୍ରଭାଗ ଦ୍ୱାରା ଓଡିଶା ଅଭିଯାନ ରେ ଦିଲ୍ଲୀ ରୁ ଆସିଥିବା ବି କେ ପୂର୍ଣ୍ଣିମା ଭଉଣୀ ଓ ବି କେ ସଂଜୀବ ଭାଇ ଆଧ୍ୟାତ୍ମିକ ଜ୍ଞାନ ଓ ରାଜଯୋଗ ଶିକ୍ଷା ଦ୍ୱାରା ବ୍ୟକ୍ତି ନିଜ ଆତ୍ମନୁଭ ସହିତ ଆନ୍ତରିକ ଦିବ୍ୟ ଗୁଣ ଓ ଈଶ୍ବରୀୟ ଶକ୍ତି କୁ ପ୍ରୟୋଗ କରି ବିଷୟ, ବିକାର, ବ୍ୟସନ ରୁ ସହଜରେ ମୁକ୍ତି ପ୍ରାପ୍ତ ହୋଇ ସୁଖ ଶାନ୍ତି ଖୁସି ଓ ଆନନ୍ଦମୟ ଜୀବନ ଯାପନ କରି ପାରିବକ୍ଷ ସମ୍ଭନ୍ଧରେ ବର୍ଣ୍ଣନା କରିଥିଲେ ।
ଅଭିଯାନ ର ଉଦଘାଟନୀ ଉତ୍ସବ ରେ ବରିଷ୍ଠ ନାଗରିକ ସମ୍ପାଦକ ଅକ୍ଷୟ ମହାନ୍ତି, ବରିଷ୍ଠ ଓକିଲ ସୁଧୀର କୁମାର କର୍ଣ୍ଣ, ବି ଜେ ପି ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି, ଅବସର ପ୍ରାପ୍ତ ପ୍ରତିରକ୍ଷା ସଙ୍ଘ ର ସମ୍ପାଦକ ରଂଜିତ କୁମାର ଅମାତ ପ୍ରଭୃତି ଦୀପ ପ୍ରଜ୍ବଳନ କରିଥିଲେ ।
କେନ୍ଦ୍ର ସଞ୍ଚଳିକା ବି କେ ମାମିନା ଭଉଣୀ ସଂସ୍ଥା ର ବୃହତ ଲକ୍ଷ୍ୟ ବିଷୟରେ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଭିଯାନ ରେ ସମ୍ବଲପୁର ରୁ ଆସିଥିବା ବି କେ ଜ୍ୟୋତି ଭଉଣୀ ସଭା କାର୍ଯ୍ୟ କୁ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ସହରର ବରିଷ୍ଠ ନାଗରିକ, ବୁଦ୍ଧିଜୀବ ଓ ସଂସ୍ଥାର ଭାଇ ଭଉଣୀମାନେ ଯୋଗଦାନ ଦେଇଥିଲେ ।
ଅଧ୍ୟାପକ ପ୍ରବୀର ଦାସ ଙ୍କୁ ଅନ୍ତରାଷ୍ଟ୍ରୀୟ ପରିବେଶ ବିଜ୍ଞାନୀ ପୁରସ୍କାର
ବୌଦ୍ଧ,୨୧/୬: ଜାମ୍ମୁକାଶ୍ମୀର ର ରାଜଧାନୀ ଶ୍ରୀନଗର ଠାରେ ଅନୁଷ୍ଠିତ ପଞ୍ଚମ ଆନ୍ତର୍ଜାତିକ ଜଳବାୟୁ ପରିବର୍ତ୍ତନ ଓ ତାର ପ୍ରଭାବ ସମ୍ମିଳନୀ ରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ର ବିଭାଗ ମୁଖ୍ୟ ତଥା ପରିବେଶବିତ୍ ଅଧ୍ୟାପକ ଡ. ପ୍ରବୀର କୁମାର ଦାସ ଙ୍କୁ ସମ୍ମାନ ଜନକ \”ପରିବେଶ ବିଜ୍ଞାନୀ ସମ୍ମାନ\” ରେ ସମ୍ମାନିତ କରାଯାଇଅଛି ।
ଏହି ସମ୍ମିଳନୀରେ ଡ. ଦାସ ବୌଦ୍ଧ ଜଙ୍ଗଲ ରେ ଲାଗୁଥିବା ବନାଗ୍ନି ଓ ତାର ପରିଚାଳନା ବିଷୟ ଉପରେ ତାଙ୍କର ଗବେଷଣାଗତ ନିବନ୍ଧ ଉପସ୍ଥାପନା କରିଥିଲେ ଯାହାକି ଉଚ୍ଚକୋଟୀର ହୋଇଥିଲା । ଏହି ସମ୍ମିଳନୀରେ ପୃଥିବୀ ର ୧୨ ଟି ଦେଶର ୧୩୫୦ ଜଣ ବିଜ୍ଞାନୀ ଅଂଶଗ୍ରହଣ କରି ନିଜ ନିଜର ନିବନ୍ଧ ଉପସ୍ଥାପନା କରିଥିଲେ ।
ଉଚ୍ଚକୋଟୀର ଗବେଷଣା ଏବଂ ଅନେକ ବର୍ଷଧରି କରିଆସୁଥିବା ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ୨୦୦୧ ମସିହା ଠାରୁ ସେ ଭାରତ ସରକାରଙ୍କ ଇକୋ କ୍ଲବ କାର୍ଯ୍ୟକ୍ରମ ର ମୁଖ୍ୟ ପ୍ରଶିକ୍ଷକ ରୂପେ କାର୍ଯ୍ୟ କରି ଆସୁଛନ୍ତି ।
ନିକଟରେ ସେ ଗଚ୍ଛ ସୁରକ୍ଷାପାଇଁ ଏକ ବିଶ୍ଵ ରେକର୍ଡ ସୃଷ୍ଟି କରିଥିଲେ । ସେ ଦୁଇ ଥର ପ୍ରକୃତି ବନ୍ଧୁ ଥରେ ପ୍ରକୃତି ମିତ୍ର,ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ପୁରସ୍କାର ରେ ସମ୍ମାନିତ ହେବା ସହ ଅନେକ ରାଜ୍ୟସ୍ତରୀୟ ଓ ଜାତୀୟସ୍ତରରେ ପୁରସ୍କୃତ ହୋଇଛନ୍ତି । ଏହି ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ନେଇ ଟେବୁଲ ଟପ କର୍ମଶାଳା ଆୟୋଜିତ
ବୌଦ୍ଧ,୨୧/୬: ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ନେଇ ଏକ ଟେବୁଲ ଟପ କର୍ମଶାଳା ଆୟୋଜିତ ହୋଇଛି କ୍ଷ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟ ଭଞ୍ଜନ ମଦନ ମୋହନ ପାତ୍ର ଅଧ୍ୟକ୍ଷତା କରିଥିଲେ କ୍ଷ
ଓସଡମା ର ସଚିବ ତଥା ଆଇଟି ଏକ୍ସପର୍ଟ ସୌରଶ କୁମାର ବୋଷ ଯୋଗ ଦେଇ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ତାଲିମ ଦେଇଥିଲେ କ୍ଷ ଜିଲ୍ଲାର ପ୍ରତ୍ୟେକ ଲାଇନ ଡିପାର୍ଟମେଣ୍ଟ୍ ସମ୍ଭାବ୍ୟ ବନ୍ୟା ପରିସ୍ଥତିର ମୁକାବିଲା ପାଇଁ ନିଜେ ନିଜେ କେତେ ସଚେତନ ଅଛନ୍ତି ଏବଂ କିଭଳି ଯୋଜନା ପ୍ରସ୍ତୁତ କରିଛନ୍ତି ତାହା ଉପରେ ବିବରଣୀ ପ୍ରଦାନ କରିଥିଲେ ।
ଜିଲ୍ଲା ଜରୂରୀକାଳୀନ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା ସଭା ପରିଚାଳନା କରିଥିଲେ । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜରୂରୀ ଔଷଧ ମହଜୁଦ ରଖିବା, ପାନୀୟଜଳ ପଲିଥିନ, ସାନିଟାଇଜର, ଶୁଖିଲା ଖାଦ୍ୟ, ଗୋଖାଦ୍ୟ, ଭେକ୍ସିନ ଓ ଆମ୍ବୁଲେନସ ପ୍ରସ୍ତୁତ ରଖିବାକୁ ସଂପୃକ୍ତ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିଲା । ବୈଠକରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର କୁମାର ରାଉତ, ବିଡ଼ିଓ , ଜଙ୍ଗଲ, ଜଳସେଚନ, ରାସ୍ତା , ସ୍ୱାସ୍ଥ୍ୟ ଆଦି ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ ।
ବୌଦ୍ଧ ବିଜେପି ଜିଲ୍ଲା ତରଫରୁ ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ ଅନୁଷ୍ଠିତ
ବୌଦ୍ଧ,୨୧/୬: ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଟାଉନ୍ ହଲ୍ ଠାରେ ଏକ ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ ସହିତ ବେପାରୀ ବର୍ଗ ଙ୍କ ସମ୍ମିଳନୀ ବୌଦ୍ଧ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟିୟ ସାଧାରଣ ସଂପାଦକ କୃଷକ ମୋର୍ଚ୍ଚାର ବାବୁ ଭାଇ ଜେବେଲିଆ ଯୋଗଦେଇ ଉପସ୍ଥିତ ଥିବା କଣ୍ଟାମାଳ ଓ ବୌଦ୍ଧ ବିଧାନସଭା ର ସମସ୍ତ ,୭ ଗୋଟି ମୋର୍ଚ୍ଚା ର କର୍ମକର୍ତ୍ତା ପ୍ରମୁଖ ଙ୍କ ସହିତ ଜିଲ୍ଲା ବିଜେପି କାର୍ଯ୍ୟ କର୍ତ୍ତା ମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯ ବର୍ଷ ର ବିଭିନ୍ନ ଜନହିତକର କାର‌୍ୟ୍ୟ ଗୁଡ଼ିକ କିପରି ଭାବରେ ଦେଶବାସୀ ଉପକୃତ ହୋଇଛନ୍ତି ସେସବୁ ଉପରେ ଆଲୋଚନା କରି ଥିଲେ ।
କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକ ବୁଥ ସ୍ତରରେ ସୁବ୍ୟବସ୍ଥିତ ଭାବରେ ପହଞ୍ଚାଇବା ପାଇଁ ମାର୍ଗ ଦର୍ଶନ ପ୍ରଦାନ କରିଥିଲେ । ଜିଲ୍ଲା ବିଜେପି ସଭାପତି ଶ୍ରୀ ମହାନ୍ତି ତାଙ୍କ ଅଭିଭାଷଣ ରେ ଆଗାମୀ ୨୦.୦୬.୨୩ ଠାରୁ ୩୦.୦୬.୨୩ ପର୍ଯ୍ୟନ୍ତ ବୁଥ କମିଟି ସଦସ୍ୟ ସଦସ୍ୟା ଙ୍କ ସହିତ ଜନ ସାଧାରଣ ଙ୍କ ପାଖରେ ସମସ୍ତ କେନ୍ଦ୍ରୀୟ ଯୋଜନାର ସୁଫଳ ପାଇଛନ୍ତି ସେସବୁ କୁ ପହଞ୍ଚାଇବା ପାଇଁ କର୍ମକର୍ତ୍ତା ମାନଙ୍କୁ ଦିଗ ଦର୍ଶନ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ରାଜ୍ୟ କୃଷକ ମୋର୍ଚ୍ଚା ର ସୁର ନଜନ ମଙ୍ଗରାଜ କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ଜନହିତକର କାର୍ଯ୍ୟ ଗୁଡ଼ିକ କିପରି ଭାବରେ ତଳ ସ୍ତରରେ ପହଞ୍ଚି ପାରିବ ସେ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମ ରେ କହ୍ନେଇଁ ଚରଣ ଡାଙ୍ଗ, ଶୁଶାନ୍ତ କୁମାର ପ୍ରଧାନ , ବନ ମହାନ୍ତି, ପ୍ରେମାନନ୍ଦ ମିଶ୍ର , ତାପସ କୁମାର ପଟ୍ଟନାୟକ , ଯୁଗଳ କୁମାର ସାମଲ ଶ୍ୟାମ ସୁନ୍ଦର ପୁରୋହିତ, ଅଟଳ ପ୍ରଧାନ, ରବି ଦେଓ, ପୂର୍ଣ୍ଣ ଚନ୍ଦ୍ର ଗାଈ ଗୌରୀ ଆ , ମୀନାରାଣୀ ମିଶ୍ର, ରାଜୀବ ଦେହୁରୀ,ଶମ୍ଭୁ ପ୍ରସାଦ ମୁଣ୍ଡା , ଶିଶିର ଘୋଷ , ଚିତ ରଞ୍ଜନ ପାଣିଗ୍ରାହୀ, ମନ ରଞ୍ଜନ ଦାସ, ନମିତା ରାଣୀ ଦାସ , ବାମନ ବାରିକ , ନବୀନ ହୋତା , ଶମ୍ଭୁ ପ୍ରଧାନ ,ତପନ କୁମାର ଡାଙ୍ଗ, ବନମାଳୀ ରଣା, ସୁଦାମ ମେଣ୍ଡିଳୀ, କୈବଲ୍ୟ ପ୍ରଧାନ, ସୁରେଶ ମହାକୁଡ ,ନିରଞ୍ଜନ ଦାନୀ, ରାଜ ମେହେର,ମାଗୁଣି ଗାଈଗୌରୀଆ, ଯୁଗଳ ସାହୁ , ସୂର୍ଯ୍ୟ ନାରାୟଣ ମହାପାତ୍ର, ସୁଶାନ୍ତ କୁମାର ବାଘ , ସଂଗ୍ରାମ ବେହେରା , ରଶ୍ମିତା ହୋତା ,ଶାନ୍ତିଲତା ଦନ୍ତା ,ପ୍ରଭୁଦତ ଦଲାଲ,ବୈକୁଣ୍ଠ ପ୍ରଧାନ, ସତ୍ୟାନନ୍ଦ ପାଣ୍ଡେ ପ୍ରମୁଖ ଯୋଗଦେଇଥିଲେ ।
ଏହାସହିତ ଜିଲ୍ଲା ବେପାରୀ ବର୍ଗ ଙ୍କ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ବେପାର ବଣିଜ୍ୟ ର ସମସ୍ୟା ଉପରେ ଆଧାରିତ ମତାମତ ପ୍ରଦାନ୍ କରିବା ସହିତ ଦାବି ପ୍ରଦାନ କରିଥିଲେ ।

Related Posts

Seo wordpress plugin by www.seowizard.org.