ବୌଦ୍ଧ ଜ଼ିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ସାମ୍ବାଦିକ ସମ୍ମିଳନୀ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ୧/୬: ବୌଦ୍ଧ ଜ଼ିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ , ବୌଦ୍ଧ ସଖା ତରଫରୁ କର୍ମଚାରୀ ଭଵନରେ ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ମିଳିତ ଅମଲା ମଞ୍ଚ ର ଅଧକ୍ଷ ମାନସ ରଞ୍ଜନ ସେଠିଙ୍କ ଅଧକ୍ଷାତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ସ୍ତରୀୟ ଅମଲା ମାନଙ୍କ ଦାବି ପ୍ରତି ସରକାର ଟାଲତୁଳ ନୀତି ଅଵଲଂବହନ କରଯାଉ ଥିବାରୁ ଅମଲା ମାନଙ୍କ ମଧ୍ୟ ରେ ଅସନ୍ତୋଷ ପ୍ରକାଶ ପାଇ ଥିଲା ।
ଜ଼ିଲ୍ଲା ସ୍ତରୀୟ ଅମଲା ମାନଙ୍କ ମୂଳ ପଦର ଦରମା ୪୨୦୦ ଗ୍ରେଡ଼ ପେ ବୃଦ୍ଧି ଦାବିରେ ଅମଲା ମାନେ ଗତ ୨୨ ତାରିଖ ରୁ କଳା ବ୍ୟାଜ ପରିଧାନ ପୂର୍ବକ ପ୍ରତିକାତ୍ମକ ଆନ୍ଦୋଳନ କରୁଛନ୍ତି । ଯଦି ମେ ମାସ ୩୧ ତାରିଖ ସୁଦ୍ଧା ସରକାର ଦାବି ପୂରଣ ନ କରନ୍ତି ତେବେ ଆସନ୍ତା ଜୁନ ୧ ତାରିଖ ଠାରୁ ଜ଼ିଲ୍ଲା ସ୍ତରୀୟ ସମସ୍ତ ଅମଲା ସମୂହ ଛୁଟିରେ ଯିବେ ବୋଲି ସୁଦାମ ଚରଣ ମିଶ୍ର ମିଳିତ ଅମଲା ମଞ୍ଚ ର ଆବାହକ ପ୍ରକାଶ କରିଛନ୍ତି ।
ଉକ୍ତ ବୈଠକ ରେ ରାଜସ୍ବ ଅମଲା ସଂଘ ବୌଦ୍ଧ ଶାଖାର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ମହାପାତ୍ର , ଲକ୍ଷ୍ମୀ ନାରାୟଣ ବଳିୟାର ସିଂ , ଭିକାରି ଚରଣ ଝାଙ୍କର , ଉପଦେଷ୍ଟା , ପ୍ରକାଶ କହ୍ନର , ବୌଦ୍ଧ ଜ଼ିଲ୍ଲା ଟ୍ରେଜେରି ଅମଲା ସଂଘ ର ସମ୍ପାଦକ, ଅମଲା ସଂଘ ର ଉପଦେଷ୍ଟା ଦିଲ୍ଲୀପ କୁମାର ମେହେର , ସତ୍ୟ ନାରୟଣ ପ୍ରଧାନ, ଶତ୍ରୁଜିତ ମହାପାତ୍ର , ସଭାପତି ଓଡିଶା ଅମଲା ସଂଘ ବୌଦ୍ଧ ଜ଼ିଲ୍ଲା ସଖା ,ସଂଜୀବ ବସ୍ତିଆ , ଜଗନ୍ନାଥ ମହାପାତ୍ର , ପ୍ରେମାନନ୍ଦ ମେହେର , ଅବିନାଶ ମିଶ୍ର ,ସରୋଜ ବେହେରା , ଶ୍ରୀନିବାସ ମିର୍ଧା , ବିକାଶ ମାହାଳିକ , ହାଡିବନ୍ଧୁ ମିଶ୍ର , ସୁଜିତ ମିଶ୍ର , ସର୍ବେଶ୍ୱର ଦାନୀ, ପ୍ରୀତି ରଞ୍ଜନ ମହାଲିଙ୍ଗ , ସୁବାସ ନାଏକ , ହିମାଂଶୁ ମେହେର , ସତ୍ୟବ୍ରତ ସାହୁ , ଦେବବ୍ରତ ପାଣିଗ୍ରାହୀ , ସୁମନ୍ତ ପାଣିଗ୍ରାହୀ , ଜିତେନ୍ଦ୍ର ମେହେର, ସଂଜିତ ସାହୁ , ଲୋକନାଥ ମେହେର , ସୁଧୀର ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।
ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ବନମାଳୀ ପାଣିଗ୍ରାହୀଙ୍କ ବିୟୋଗରେ ଶୋକ
ବୌଦ୍ଧ,୧/୬: ବୌଦ୍ଧ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ବନମାଳୀ ପାଣିଗ୍ରାହୀଙ୍କ ମଙ୍ଗଳବାର ଅପରାହ୍ନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହେଉଥିଲା । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ହେତୁ ବଗିଚାସାହି ସ୍ଥିତ ନିଜ ବାସଭବନ ଠାରେ ଆଜି ଅପରାହ୍ନ ସମୟରେ ସେ ଇହଧାମ ତ୍ୟାଗ କରିଛନ୍ତି ।
ଖବରପାଇ ବହୁ ବିଶିଷ୍ଟବ୍ୟକ୍ତି, ସାହିତ୍ୟିକ, ସାମ୍ବାଦିକ ଶେଷ ଦର୍ଶନ କରିବାପାଇଁ ତାଙ୍କ ବାସଭବନରେ ପହଞ୍ôଚଥିଲେ । ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ୍ ଓ ବୌଦ୍ଧ ଜିଲ୍ଲା ପ୍ରେସ କ୍ଲବ ତରଫରୁ ବନମାଳୀ ବାବୁଙ୍କ ବିୟୋଗରେ ଫୋରମ୍ କାର୍ଯ୍ୟାଳୟରେ କ୍ଲବର ସଭାପତି ବରଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । କ୍ଲବର ସଂପାଦକ ରଘୁନାଥ ଷଡଙ୍ଗୀ ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିବାବେଳେ ଅମ୍ଳାନ ଆତ୍ମାର ସଦଗତି କାମନା କରି ଉପସ୍ଥିତ ସଦସ୍ୟମାନେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ ।
ଶ୍ରୀ ପାଣିଗ୍ରାହୀଙ୍କ କର୍ମମୟ ଜୀବନ ବହୁ ସଂଘର୍ଷମୟ ଥିଲା । ସେ ନାଏକପଡା ଗ୍ରାମର ମୂଳ ନିବାସୀ ପିତା କେଶବ ଚନ୍ଦ୍ର ପାଣିଗ୍ରାହୀ ଓ ମାତା ସୁନୀତି ଦେବୀଙ୍କ ଔରସରୁ ୧୯୩୧ ମସିହା ଫଗୁଣ ପୂର୍ଣ୍ଣମୀରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ବୌଦ୍ଧରୁ ୧୯୮୬ ମସିହାରେ ଓଡିଆ ପାକ୍ଷିକ ସମ୍ବାଦପତ୍ର ‘ମର୍ମ’ ତାଙ୍କ ସମ୍ପାଦନାରେ ପ୍ରକାଶ ପାଇଥିଲା । ସେହିପରି ୧୯୯୨ ମସିହା ଏନଏସି ନିର୍ବାଚନରେ ସେ ବୌଦ୍ଧ ଏନଏସି ଚେୟାରମେନ ପଦବୀ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଧନୁଶର ଚିହ୍ନରେ ପ୍ରତିଦ୍ୱନ୍ଦିତା କରିଥିଲେ ।
ଦୈନିିକ ସମ୍ବାଦପତ୍ର ପ୍ରଜାତନ୍ତ୍ରର ବୌଦ୍ଧର ସ୍ୱତନ୍ତ୍ର ପ୍ରତିନିଧି ଭାବେ ଦୀର୍ଘ ବର୍ଷ ଧରି ସାମ୍ବାଦିକତା କରିଥିଲେ । ଡ. ହରେକୃଷ୍ଣ ମହତାବ ଓ ନନ୍ଦିନୀ ଶତପଥିଙ୍କ ଭଳି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ତାଙ୍କର ଘନିଷ୍ଠତା ଥିଲା । କେବଳ ସାମ୍ବାଦିକତା ି ନୁହେଁ ସାହିତ୍ୟ ରଚନା କ୍ଷେତ୍ରରେ ମଧ୍ୟ ତାଙ୍କ ସାଧନା ରହିଥିଲା । ସେ ବୌଦ୍ଧ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମର ପ୍ରତିଷ୍ଠାତା ସଭାପତି ଥିଲେ ଓ ତାଙ୍କରି ଉଦ୍ୟମରେ ୨୦୦୨ ମସିହାରେ ବୌଦ୍ଧ ଟାଉନ୍ହଲ୍ ଠାରେ ପ୍ରଥମ ବୌଦ୍ଧ ପୁସ୍ତକ ମେଳା ଆୟୋଜନ ହୋଇଥିଲା । ତାଙ୍କ ଲିଖିତ ପୁସ୍ତକ ‘କିଛି ଭାଷା କିଛି ଭାବ’, ‘କିଛି ଚିତ୍ର କିଛି ଚରିତ୍ର’, ‘କିଛି ସ୍ମୃତି କିଛି ଅନୁଭୁତି’ ପ୍ରକାଶ ପାଇ ପାଠକୀୟ ଆଦୃତି ଲାଭ କରିଥିଲା । ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଭାବେ ମଧ୍ୟ ମନୋନୀତ ହୋଇଥିଲେ ।
ଅନେକ ବର୍ଷ ଧରି ବୌଦ୍ଧ ବଣିକ ସଂଘର ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ ବୋଲି ଉପସ୍ଥିତ ସାମ୍ବାଦିକ ମାନେ ସ୍ମୃତିଚାରଣ କରିଥିଲେ । ବରିଷ୍ଠ ସାମ୍ବାଦିକ ରଜନୀକାନ୍ତ ଦାଶ, ପ୍ରଦୋଷ ମିଶ୍ର, ସମରେଶ ମିଶ୍ର, ହୀରାଞ୍ଚଳ ଦୈନିକ ଖବରକାଗଜର ସଂପାଦକ ଯୁଗଳ କିଶୋର ସାମଲ, ସତ୍ୟଜିତ ପଣ୍ଡା ପ୍ରଭୃତି ସ୍ୱର୍ଗତ ପାଣୀଗ୍ରାହୀଙ୍କ କର୍ମମୟ ଜୀବନର ସ୍ମୃତିଚାରଣ କରିଥିଲେ ।
ସଦସ୍ୟ ଦେବାନନ୍ଦ ସାହୁ, ଦିବ୍ୟ ରଂଜନ ପଟ୍ଟନାୟକ, ସୁଶାନ୍ତ ବେହେରାଙ୍କ ସମେତ ଅନେକ ସଦସ୍ୟ ଏହି ସଭାରେ ସାମିଲ ହୋଇଥିଲେ । ତାଙ୍କରି ବିୟୋଗରେ ଜିଲ୍ଲା ତଥା ରାଜ୍ୟର ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି । ସ୍ଥାନିୟ ରାଜଘାଟ ଠାରେ ତାଙ୍କର ଏକମାତ୍ର ପୁତ୍ର ବିଭୁଦତ୍ତ ପାଣିଗ୍ରାହୀ ଅନ୍ତେଷ୍ଟିକ୍ରିୟା କାର୍ଯ୍ୟ ସମାପନ କରିଥିଲେ ।
ମନରେଗା ଯୋଜନାରେ ଚାଳିଛି ମେସିନ କାମ
ବୌଦ୍ଧ,୧/୬: ସରାକର ଗରିବ ଙ୍କ ପାଇଁ ଶହେ ଦିନ କାମ ଯୋଗାଇବା ପାଇଁ ମନରେଗା ଯୋଜନା କରିଛନ୍ତି ହେଲେ ବୌଦ୍ଧ ବ୍ଲକ ର ବିଭିନ୍ନ ଗ୍ରାମପଞ୍ଚାୟତ ରେ କିନ୍ତୁ ମନରେଗା ଯୋଜନାରେ ଅନିୟମିତତା ଅଭିଯୋଗ ହେଉଛି।କାମ ରେ ମଣିଷ ବଦଳ ରେ ଜେସିବ ଓ ଟ୍ରାକ୍ଟର ସାହାଯ୍ୟ ରେ କାମ ହେଉ ଥିବା ଦେଖିବାକୁ ମିଳୁଛି ।
ବୌଦ୍ଧ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀପାଲି ପଞ୍ଚାୟତ ର ବ୍ରାହ୍ମଣୀପାଲି ଓ ଖଲିଆପାଲି ଠାରେ ପୋଖରୀ ଖନନ ,ଟିକରପଡ଼ା ଗ୍ରାମପଞ୍ଚାୟତ ର ବୁରଗୋରା ଠାରେ ପୋଖରୀ ଖନନ ,ବହଲପଡ଼ା ପୋଖରୀ ଖନନ କତମ୍ସିଂ ପୋଖରୀ, ମାଲିକପଡ଼ା ଠୁ ଦମଣ୍ଡା ରାସ୍ତା ,ସେହି ପରି ବଘିଆପଡା ଗ୍ରାମ ପଞ୍ଚାୟତ ଅନତର୍ଗତ ଖୁନଟୀଆପଡା ଠାରେ ପୋଖରି ଖନନ ଗୋଛାପଡା ଠାରୁ ଝଙ୍କାରପଡ଼ା ରାସ୍ତା କାମ ବିନା ସୂଚନା ଫଳକ ରେ କାମ ହେଉ ଥିବା ଦେଖିବାକୁ ମିଳୁଛି ।
ରାତି ଦିନ ମେସିନ୍ ସାହାଯ୍ୟ ରେ କାମ ହେଉଥିବା ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। ଅନ୍ୟ ପଟେ ବୌଦ୍ଧ ଜିଲ୍ଲାପାଲ ସତ୍ୟରଞ୍ଜନ ସାହୁଙ୍କ କଡା ନିର୍ଦ୍ଦେଶ ମନରେଗା କାମରେ ମେସିନ୍ ବ୍ୟବହାର କଲେ ତୁରନ୍ତ ବନ୍ଦ କରିବା ସହ ବିଲ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇ ଥିଲେ ମଧ୍ୟ କେହି ପାଳନ କରୁ ନାହାନ୍ତି ।
ଏହି ତିନୋଟ ଗ୍ରାମ ପଞ୍ଚାୟତ ର ବହୁ ଲୋକ ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଉଥିବା ବେଳେ ଏଠାରେ କୁଜି ଠିକାଦାର ବିଭାଗୀୟ ଯନ୍ତ୍ରୀ ଓ ଜିଆରସ କୁ ହାତ କରି ବେଫିକର ମେସିନ୍ ସାହାଯ୍ୟ ରେ କାମ ହେଉ ଥିବା ଦେଖିବାକୁ ମିଳୁଛି । ଆଗାମୀ ଦିନରେ ଜଦି ରୋକ ନ ଲାଗିଲେ ଆହୁରି ଅଧିକ ଦାଦନ ଖଟିବାକୁ ବାହାର ରାଜ୍ୟ କୁ ଯିବେ ବୋଲି ସାଧରଣରେ ଚର୍ଚ୍ଚା ହେଉଛି।
ଏ ନେଇ ଆମେ ବିଭାଗୀୟ ଯନ୍ତ୍ରୀ ଶିଶିର ଦାସ ଙ୍କୁ ପଚାରିବାରୁ ସେ କହିଲେ ଯେହେତୁ ଶ୍ରମିକ ମିଲୁନାହାନ୍ତି ତେଣୁ ସମସ୍ତ୍ ଙ୍କ କଥା ବୁଝି ମେସିନ୍ ବ୍ୟବହାର କରୁଛନ୍ତି ବୋଲି କହିଥିଲେ ତେବେ କାହା ଛତ୍ରଛାୟା ତଲେ ରହି ବେଧଡକ୍ ମେସିନ୍ ସାହାଯ୍ୟ ରେ କାମ କରୁଛନ୍ତି ତାହା ତଦନ୍ତ କରିବ। ସହ ଜିଲ୍ଲାପାଲ ହସ୍ତ୍ କ୍ଷପ କରି ବିଭାଗୀୟ ଅଧିକାରୀ ଙ୍କ ବିରୁଧ ରେ ଦୃଢ଼ କାର୍ୟ୍ୟାନୁଷ୍ଠନ ନେବା ପାଇଁ ସାଧାରଣ ରେ ଦାବି ହେଉଛି ।