Odisha News

ଗଛରେ ପିଟିହେଲା ସ୍କୁଲ ବସ୍, ୧୫ ଛାତ୍ରଛାତ୍ରୀ ଆହତ

ନବରଙ୍ଗପୁର,୧୧/୧: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଫଟିକିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପିଲାଙ୍କୁ ନେଇ ଯାଉଥିବା ଏକ ପ୍ରାଇଭେଟ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୫ ଜଣ ଛାତ୍ର ଆହତ ହୋଇଛନ୍ତି । ଜିଲ୍ଲାର ଚନ୍ଦାହାଣ୍ଡି ସଦର ବ୍ଲକର ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଫଟକିସ୍ଥିତ ସ୍କୁଲ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ବସ୍ଟି ମୋହରା ନିକଟରେ ଏକ ଗଛକୁ ପିଟିଦେଲା । ଯାହାଫଳରେ ବସରେ ଥିବା ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି।
ସମସ୍ତ ଆହତମାନଙ୍କୁ ଚନ୍ଦାହାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପ୍ରତିଦିନ ଏକ ବେସରକାରୀ ବସରେ ଛାତ୍ରଛାତ୍ରୀଙ୍କୁ ଚନ୍ଦାହାଣ୍ଡିରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା ଫଟକିସ୍ଥିତ ଆଦର୍ଶ ବିଦ୍ୟାଳୟକୁ ନିଆ ଯାଉଥିବା ସୂଚନା ମିଳିଛି । ତେବେ ଦୁର୍ଘଟଣା ପରେ ବସ କର୍ମଚାରୀ ଫେରାର ଅଛନ୍ତି । ସମସ୍ତ ଛାତ୍ରଛାତ୍ରୀ ଚନ୍ଦାହାଣ୍ଡି ସିଏଚସିରେ ଭର୍ତ୍ତି ହୋଇଛନ୍ତି।

Related Posts

Seo wordpress plugin by www.seowizard.org.