Odisha News

ନୟାଗଡ଼: ଟାଉନ ପୋଲିସକୁ ପୁଣି ସଫଳତା:ଲକ୍ଷାଧିକ ଟଙ୍କା ଜବତ, ନୟାଗଡ଼ ସହରର ୩ସାଇବର ଲୁଟେରା ଗିରଫ

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୬/୧୧: ନୟାଗଡ଼ ଟାଉନ ଥାନା ପୋଲିସ ୩ଜଣ ସାଇବର ଲୁଟେରାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।
ଗିରଫ ଲୁଟେରାମାନେ ହେଲେ ନୟାଗଡ଼ ପୁରୁଣାସହର ରଥଗଡ଼ା ସାହିର ସାଗର ଓରଫ ସିଦ୍ଧାର୍ଥ ପାଣିଗ୍ରାହୀ (୨୪), ନବଘନପୁର ଗ୍ରାମର ସିଲୁ ଓରଫ ଆଶୁତୋଷ କର(୨୨), ନୟାଗଡ଼ ପୁରୁଣାସହର ମଙ୍ଗଳାସାହିର ସିଦ୍ଧୁ ଓରଫ ମନୋରଞ୍ଜନ ଦାସ (୨୮) ସେମାନଙ୍କ ଠାରୁ ୧ଲକ୍ଷ ୬୫ହଜାର ଟଙ୍କା ସହ ୫ଟି ମୋବାଇଲ ଜବତ କରାଯାଇ ପୋଲିସ ବିଭିନ୍ନ ଦଫା ଲଗାଇ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ଟାଉନ ଥାନା ଅଧିକାରିଣୀ ପ୍ରଜ୍ଞା ପାରମିତା ଜେନା ସୂଚନା ଦେଇଛନ୍ତି।

Related Posts

Seo wordpress plugin by www.seowizard.org.