Odisha News

ସାବଧାନ: ସର୍ବସାଧାରଣ ଜାଗାରେ ଫୋନ ଚାର୍ଜ କରୁଥିଲେ ସାଇବର୍ ଠକର ଶିକାର ହେବ!

ଭୁବନେଶ୍ୱର,୧୫/୯: ସର୍ବସାଧାରଣ ଜାଗାରେ ଫୋନ ଚାର୍ଜ କରୁଥିଲେ ସାବଧାନ ହୋଇଯାନ୍ତୁ । ନହେଲେ ଶିକାର ହୋଇପାରନ୍ତି ସାଇବର ଠକର ।
ଦିନକୁ ଦିନ ସାଇବର ଠକଙ୍କ ସବୁଆଡେ ତାଙ୍କ ଜାଲ ବିଛାଇ ଚାଲିଛନ୍ତି । ଆଉ ସାଧାରଣ ଲୋକ ତାଙ୍କ ଜାଲରେ ପଡି ଲକ୍ଷ ଲକ୍ଷ ଟଙ୍କା ହରାଇ ବସୁଛି ।
ସେହିପରି ଏବେ ଏକ ଅଭିନବ ଉପାୟରେ ବାହାର କରିଛନ୍ତିି ସାଇବର ଠକ । ଷ୍ଟେସନ କିମ୍ବା ୟୁଏସବି ପାୱାର ଷ୍ଟେସନରେ ମୋବଇଲ ଚାର୍ଜ ନକରିବାକୁ ଓଡ଼ିଶା ପୁଲିସ ପକ୍ଷରୁ ସତର୍କତା ଜାରି ହୋଇଛି ।
ଏମିତି ଚାର୍ଜ କରିବା ଦ୍ୱାରା ସାଇବର ଠକ ମୋବାଇଲରୁ ବ୍ୟକ୍ତିଗତ ଡାଟା ଚୋରି କରି ନେଇଯିବା ସମ୍ଭାବନା ରହିଛି। ମୋବାଇଲରେ ନିଷିଦ୍ଧ ଆପ୍ ଇନଷ୍ଟଲ କରି ସାଇବର ଠକ ସବୁ ଡାଟା ନେଇଯାଇପାରନ୍ତି ବୋଲି ଓଡ଼ିଶା ପୁଲିସ କହିଛି ।

Related Posts

Seo wordpress plugin by www.seowizard.org.