Odisha News

କନ୍ଧମାଳ : ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୯/୭: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ +୩ ଅନ୍ତିମ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।
ଉକ୍ତ ଉତ୍ସବରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସୀ ଅଧ୍ୟକ୍ଷତା କରିଥିଲେ। ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ଼.ବିଭୂତିଭୂଷଣ ଆଚାର୍ଯ୍ୟ ଉଦବୋଧନ ଛଳରେ ବିଭାଗର ସ୍ମୁତିଚାରଣ କରିଥିଲେ। ଅଧ୍ୟାପିକା ସ୍ନେହଲତା ମାଝୀ ଓ ଅଧ୍ୟାପିକା ସୁଲୋଚନା କହଁର ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।
ସୋନାଲିକା ପଣ୍ଡା, ବର୍ଷା ପ୍ରିୟଦର୍ଶିନୀ ପାତ୍ର, ବିଦାୟ କାଳୀନ ସଙ୍ଗୀତ ଗାନ କରିଥିଲେ। ଶରତ ପଟ୍ଟନାୟକ ଟୀକାରାମଙ୍କ ସଂଯୋଜନା ରେ କାର‌୍ୟ୍ୟକ୍ରମଟି ବେଶ୍ ଉପଭୋଗ୍ୟ ହୋଇପାରିଥିଲା।
କନ୍ଧମାଳରେ ଏସଓଜି ଓ ଡ଼ିଭିଏଫ ଯବାନଙ୍କ ମିଳିତ କମ୍ବିଙ୍ଗ ଅପେରସନ: ବହୁ ମାଓ ସାମଗ୍ରୀ ଜବତ
କନ୍ଧମାଳ,୧୯/୭: କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ ଙ୍କ ନିର୍ଦେଶକ୍ରମେ ଏସଓଜି ଏବଂ ଡ଼ିଭିଏଫ ଯବାନ ମାନେ ସୋମବାର ବାଲିଗୁଡା ଥାନା ଅନ୍ତର୍ଗତ ତିଲକୀ ଗ୍ରାମ ନିକଟ ଜଙ୍ଗଲ ରେ କମ୍ବିଙ୍ଗ ଅପରେସନ କରିବା ସହ ମାଓବାଦୀ କ୍ୟାମ୍ପ ଉପରେ ମଧ୍ୟ ଚଢ଼ାଉ କରି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିବା ନେଇ ମଙ୍ଗଳବାର କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ।
ଜବତ ସାମଗ୍ରି ମଧ୍ୟରେ ରହିଛି ମେଡିସିନ, ବିଦ୍ୟୁତ ତାର,ଜଗ ,କୁରାଢ଼ୀ, ଚଷମା, ଟର୍ଚ୍ଚ, ଦଉଡି, ଛତା, ଷ୍ଟିଲ ପ୍ଲେଟ, ଟିଫିନବକ୍ସ, ୱାଟର ବୋଟଲ, ଷ୍ଟିଲମଗ, ଆଦି ଅନେକ ଜିନିଷ ପତ୍ର ସମେତ କିଛି ଖାଦ୍ୟ ସାମଗ୍ରି ମାନ ଥିବା ଏସପି ଵିନୀତ ଅଗ୍ରୱାଲ କହିଛନ୍ତି ।
ସୂଚନା ଯୋଗ୍ୟ ଯେ, ଗତ ମେ ମାସ ୨୨ ରେ ଛତିଶଗଡ଼ ବିଜେପୁର ଜିଲା ଅନ୍ତର୍ଗତ ଵାସାଗୁଡା ଥାନା ଅନ୍ତର୍ଗତ ଡ଼ାଲା ଗ୍ରାମର ଅଶୋକ ପୁନେ ନାମକ ଜଣେ ହାର୍ଡ କୋର ମାଓବାଦୀ ଓ ଏରିଆ କମିଟି ସଦସ୍ୟ ଏସପି ଭିନୀତ ଅଗ୍ରୱାଲ ଙ୍କ ନିକଟରେ ଆତ୍ମସମର୍ପଣ କରିଥିଲା ।
କନ୍ଧମାଳ ଏସପି ବିନୀତ ଅଗ୍ରୱାଲ ଙ୍କ ରଣ କୌଶଳ,ଲଗାତାର କମ୍ବିଂ ଅପରେସନ ଯୋଗୁଁ ଜିଲାରେ ମାଓ ସଂଗଠନ ଦିନକୁଦିନ ଦୁର୍ବଳ ହେବାରେ ଲାଗିଥିବା ଜଣାପଡିଛି ।

Related Posts

Seo wordpress plugin by www.seowizard.org.