Odisha News

ଗଜପତି: ବିବେକାନନ୍ଦ କନ୍ୟାକୁମାରୀ କେନ୍ଦ୍ର ପକ୍ଷରୁ ଆଲୋଚନା ଚକ୍ର କାର୍ଯ୍ୟକ୍ରମ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୯/୭ : ବିବେକାନନ୍ଦ କନ୍ୟାକୁମାରୀ କେନ୍ଦ୍ର ପାରଳାଖେମୁଣ୍ଡି ଶାଖା ତରଫରୁ ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
କେନ୍ଦ୍ରର ସଂଯୋଜକ ଶ୍ରୀ ଭାଗବତ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବେଶ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଶାଖାର ସଂଚାଳକ ଶ୍ରୀଯୁକ୍ତ ନିଲାକ୍ଷୀ ଯୋଗଦାନ କରିଥିବା ବେଳେ ସରସ୍ବତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା , ମହିଳା ମହାବିଦ୍ୟାଳୟର ରେଡକ୍ରସ ଦାୟିତ୍ବରେ ଥିବା ଅଧ୍ୟାପିକା ମଧୁସ୍ମିତା ପ୍ରଧାନ , ବିନୋଦିନୀ ବିଜ୍ଞାନ ମହାବିଦ୍ୟାଳୟର ଏନ୍.ଏସ୍.ଏସ୍ ଦାୟିତ୍ୱରେ ଥିବା ଅଧ୍ୟାପକ ଶ୍ରୀ ସୀତାରାମ ପ୍ରଧାନ , ସମାଜସେବୀ ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ , ଗୁରାଣ୍ଡି ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର\’ର ଜନସ୍ଵାସ୍ଥ୍ୟ ସାମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ , ଶ୍ରୀମତୀ ସ୍ନିଗ୍ଧା ମିଶ୍ର , ଶ୍ରୀ ବିଘ୍ନେଶ୍ବର ଦାଶ , ଶ୍ରୀ ରାଜେନ୍ଦ୍ର ରଥ , ଶ୍ରୀ ବିଘ୍ନରାଜ ପଣ୍ଡା , ଶ୍ରୀ ରଞ୍ଜନ ମହାନ୍ତି , ଶ୍ରୀ ସୁଜ୍ଞାନ ଚାନ୍ଦ ବ୍ରହ୍ମା , ଶ୍ରୀ ସୌମ୍ୟ ରଞ୍ଜନ ଆଚାରୀ ପ୍ରମୁଖ ଯୋଗଦେଇ ନିଜ ନିଜର ମତ ପ୍ରଦାନ କରିଥିଲେ ।
ମହାବିଦ୍ୟାଳୟ ସ୍ତରରେ ସ୍ୱାମୀ ବିବେକାନନ୍ଦଙ୍କ ସନ୍ଦେଶ ବାର୍ତ୍ତା ପହଞ୍ଚାଇବା ପାଇଁ ଉପସ୍ଥିତ ସମସ୍ତଙ୍କୁ ପରାମର୍ଶ ଦିଆ ଯାଇଥିଲା ।

Related Posts

Seo wordpress plugin by www.seowizard.org.