Odisha News

ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଚାଲିଗଲା ଜଣେ ଭକ୍ତଙ୍କ ଜୀବନ

ପୁରୀ ୧୭/୪: ଜଗା ଦର୍ଶନ ହେଲା ଶେଷ ଦର୍ଶନ। ଶ୍ରୀମନ୍ଦିରରେ ଦର୍ଶନ କରୁଥିବା ବେଳେ ବିମଳା ମନ୍ଦିର ଠାରେ ଘଟିଲା ଅଘଟଣ। ଉଡିଗଲା ଭକ୍ତଙ୍କ ପ୍ରାଣବାୟୁ । ମୃତକ ଛତିଶଗଡ଼ର ଓ୍ୱାଇ ଜି ମୁର୍ତ୍ତି ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଛତିଶଗଡ଼ରୁ ଜଗା ଦର୍ଶନ ପାଇଁ ପରିବାର ସହ ଆସିଥିଲେ ଭକ୍ତ ଓ୍ୱାଇ ଜି ମୂର୍ତ୍ତି । ରବିବାର ଦିନ ଶ୍ରୀମନ୍ଦିର ଜଗା ଦର୍ଶନ ପରେ ବିମଳା ମନ୍ଦିର ନିକଟରେ ଦର୍ଶନ କରୁଥିବା ବେଳେ ହଠାତ୍ ଟଳିପଡିଥିଲେ ଭକ୍ତ ।
ତୁରନ୍ତ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ମୃତକଙ୍କ ବୟସ ପ୍ରାୟ ୭୨ ବର୍ଷ ହେବ ବୋଲି ସୂଚନା ରହିଛି ।
ତେବେ ଏତେ ବୟସରେ ଦୂର ବାଟ ନଆସିବା ପାଇଁ ପରିବାର ଲୋକେ ବାରଣ କରୁଥିଲେ । କିନ୍ତୁ ସେ ଜଗାଦର୍ଶନ କରିବା ତାଙ୍କ ଶେଷ ଇଚ୍ଛା ବୋଲି ପରିବାରକୁ କହିଥିଲେ ।
ଏହାପରେ ପୁରା ପରିବାର ସହ ପୁରୀ ଆସିଥିଲେ ମହାପ୍ରଭୁଙ୍କ ଦର୍ଶନ ଲାଗି । ଆଉ ଏଠି ଚାଲିଗଲା ତାଙ୍କ ପ୍ରାଣବାୟୁ ।
ସେପଟେ ଭକ୍ତଙ୍କ ମୃତ୍ୟୁ ପରେ ଶ୍ରୀମନ୍ଦିରରେ ନୀତିକାନ୍ତି ବନ୍ଦ ନେଇ କୌଣସି ସୂଚନା ମିଳିନାହିଁ । ଯେହେତୁ ସେ ବେଢା ଭିତରେ ଅଚେତ ଅବସ୍ଥାରେ ପଡିଥିଲେଫ ।
ତେଣୁ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ବିଘ୍ନ ସୃଷ୍ଟ ହେବ ନାହିଁ ବୋଲି ସେବାୟତମାନେ କହିଛନ୍ତି ।

Related Posts

Seo wordpress plugin by www.seowizard.org.