Home Posts tagged Puri
Odisha News
ପୁରୀ, ୧୫/୫: ପୁରୀ ସାକ୍ଷୀଗୋପାଳ ମନ୍ଦିରର ବରିଷ୍ଠ ସେବାୟତ ତଥା ପୂର୍ବତନ ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। କିଶୋରଙ୍କ ମୁହଁ, ଓଠରେ କ୍ଷତ ହୋଇଥିବା ବେଳେ ଛାତିରେ ଗଭୀର ଆଘାତ ଲାଗିଛି।ଗତକାଲି ସେବକ ସାହିରେ ଥିବା ଜାଗେଶ୍ୱରୀ ମଣ୍ଡପରେ ସାକ୍ଷୀଗୋପାଳ ମନ୍ଦିର ସେବାୟତ ସଂଘର ବୈଠକ ବସିଥିଲା। ଅଣସେବାୟତ କିଭଳି ଭାବରେ Continue Reading
Odisha News
ପୁରୀ,୧୦/୫: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶୁକ୍ରବାର ରଥକାଠ ଅନୁକୁଳ ହୋଇଛି । ରଥ ନିର୍ମାଣ ପାଇଁ ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ ହୋଇଛି । ଏଥିସହ ଆଜି ଠାରୁ ଶ୍ରୀକ୍ଷେତ୍ରରେ ଚନ୍ଦନଯାତ୍ରା ଆରମ୍ଭ ହୋଇଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇ ରଥକାଠ ଅନୂକୁଳ ହୋଇଛି । ରାତି ୩ଟାରୁ ମହାପ୍ରଭୁଙ୍କର ଦ୍ୱାର ଫିଟା ନୀତି କରାଯାଇ ଅନ୍ୟାନ୍ୟ ନୀତି କରାଯାଇଥିଲା । Continue Reading
Odisha News
ପୁରୀ,୧୦/୫: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା ଆଜି ପବିତ୍ର ଅକ୍ଷୟ ତୃତୀୟା। ଆଜିଠୁ ଆରମ୍ଭ ହେବ ରଥ ନିର୍ମାଣ ଅନୁକୁଳ ନୀତି ଓ ଚନ୍ଦନଯାତ୍ରା। ଏଥିପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ସମ୍ମୁଖରେ ତିନୋଟି ୧୨ ଫୁଟିଆ ଧଉରା କାଠକୁ ରଖାଯାଇଛି।ଆଜ୍ଞାମାଳ ଆସିବା ପରେ ପୂଜାର୍ଚ୍ଚନା କରାଯାଇ ରଥକାଠ ଅନୁକୁଳ ପରେ ରଥନିର୍ମାଣର ବିଧି ଆରମ୍ଭ ହେବ। ଶ୍ରୀମନ୍ଦିରରୁ ବିମାନ Continue Reading
Odisha News
ଭୁବନେଶ୍ବର, ୪/୫: ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି କଂଗ୍ରେସ ଟିକେଟ୍ ଫେରାଇଥିବା ଜଣାଯାଇଛି। ପୁରୀ କଂଗ୍ରେସ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି ଏନେଇ କହିଛନ୍ତି ଯେ ସେ ଯେଉଁଆଡ଼େ ଯାଉଛନ୍ତି, ସେଠି ଲୋକଙ୍କ ଶ୍ରଦ୍ଧା ମିଳୁଛି, କିନ୍ତୁ ଅର୍ଥ ନଥିଲେ ନିର୍ବାଚନ ପ୍ରଚାର ସମ୍ଭବ ନୁହେଁ।ଦଳ ପକ୍ଷରୁ କୌଣସି ଆର୍ଥିକ ସହାୟତା ନ ମିଳିବା କାରଣରୁ ସେ ଟିକେଟ ଫେରାଇବା ଲାଗି ନିଷ୍ପତ୍ତି ନେଇଛନ୍ତି। ସୁଚରିତା ମହାନ୍ତି ଆହୁରି କହିଛନ୍ତି ଯେ ସେ Continue Reading
Odisha News
ପୁରୀ, ୧୭/୪ : ଗତକାଲିଠୁ ନିଖୋଜ ଥିଲେ। ଆଜି ସକାଳେ ସମୁଦ୍ର କୂଳରୁ ଠାବ ହୋଇଛି ବ୍ୟକ୍ତିଙ୍କ ମୃତଦେହ।ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଗୁଣ୍ଡଳବା ନିକଟ ସମୁଦ୍ର କୂଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ କରାଯାଇଛି।ମୃତ ବ୍ୟକ୍ତି ଜଣଙ୍କ ଆଇଁସଣିଆ ଗ୍ରାମର ରାଧୁ ସ୍ୱାଇଁ। ତାଙ୍କ ଦେହରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି।ଗତକାଲି ଅପରାହ୍ଣରୁ ରାଧୁ ଘରୁ ବାହାରକୁ ଯାଇ ଫେରିନଥିଲେ। ବିଳମ୍ବିତ ରାତି ପର‌୍ୟ୍ୟନ୍ତ ନଫେରିବାରୁ ପରିବାର ଲୋକେ Continue Reading
Odisha News
ପୁରୀ, ୧୦/୪: ଆଜିଠୁ ଉଠ ଓଡ଼ିଆ ସ୍ବାଭିମାନ ସଙ୍କଳ୍ପ ପଦଯାତ୍ରା। ପୁରୀ ଶ୍ରୀମନ୍ଦିର ନିକଟରୁ ଯାତ୍ରା ବାହାରି ବୀର ହରେକୃଷ୍ଣପୁର, ସୁଆଣ୍ଡୋ, ସତ୍ୟବାଦୀ, ଧଉଳି ଦେଇ ୧୪ ତାରିଖ ପଣାସଂକ୍ରାନ୍ତି ତଥା ଓ ନବବର୍ଷ ଦିନ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିବ।ଓଡ଼ିଆ ଅସ୍ମିତା, ଓ ସ୍ବାଭିମାନ ଏବଂ ଓ ସୁରକ୍ଷା ଲକ୍ଷ୍ୟ ନେଇ ଏହି ବିରାଟ ପଦଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି। ସକାଳ ୭ଟାରୁ ସିଂହଦ୍ୱାର ସାମ୍ନାରୁ ପଦଯାତ୍ରା ଆରମ୍ଭ ହୋଇଯାଇଛି।Continue Reading
Odisha News
ପୁରୀ, ୩୦/୩ : ନିଶାସକ୍ତ ବିଦେଶୀ ପର୍ଯ୍ୟଟକ ଶ୍ରୀମନ୍ଦିରରେ ପଶିବାକୁ ଉଦ୍ୟମ କରୁଥିଲେ। ବିରୋଧ କରିବାରୁ ପୁଲିସ୍ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ।ଆକ୍ରମଣରେ ଦୁଇ ଜଣ ପୁଲିସ୍ କର୍ମଚାରୀ ଓ ଜଣେ ସେବାୟତ ଆହତ ହୋଇଛନ୍ତି। ପୁଲିସ୍ ତାଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲେ।ହେଲେ ନିଶାସକ୍ତ ବିଦେଶୀ ପର୍ଯ୍ୟଟକ ଜଣକ ଥାନାରେ ଉତ୍ପାତ କରିଥିବା ଅଭିଯୋଗ ହୋଇଛି।ଆଜି ସକାଳେ ସ୍ୱର୍ଗଦ୍ୱାର ବେଳାଭୂମିରେ ନିଶା ଖାଇ ଉତ୍ପାତ କରୁଥିଲେ ବିଦେଶୀ ପର୍ଯ୍ୟଟକ ଥୋମାସ୍ Continue Reading
Odisha News
ପୁରୀ, ୨୫/୩: ଆଜି ସକାଳେ ପୁରୀରେ ବିଜେପିର ଦୁଇ ଲୋକସଭା ସାଂସଦ ପ୍ରାର୍ଥୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ଏ ଦୁଇଜଣ ହେଲେ ପୁରୀର ଲୋକସଭା ସାଂସଦ ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ର ଓ ସମ୍ବଲପୁରର ଲୋକସଭା ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ।ଦୋଳ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରକୁ ଯାଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ମୁର୍ଦୁଳା ଠାକୁର ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ଲୋକସଭା ସାଂସଦ ପ୍ରାର୍ଥୀ ଘୋଷଣା Continue Reading
Odisha News
ପୁରୀ, ୧୬/୩: ପୁରୀରେ ପୁଣି ବୋମାମାଡ଼। ବାଲିଘାଟ ନିକଟ ଭୁଦାନ ଛକରେ ବୋମାମାଡ଼ ହୋଇଛି । ସୁବ୍ରତ କୁମାର ଦୀକ୍ଷିତଙ୍କ ଗାଡ଼ି ୱାର୍କସପ୍ ଉପରକୁ ବୋମାମାଡ଼ କରାଯାଇଛି। ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ବୋମାମାଡ଼ କରିଥିବା ସୂଚନା ମିଳିଛି। ୱାର୍କସପରେ କାମ କରୁଥିବା ଚାରିଜଣ କର୍ମଚାରୀ ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଳବଣିଆ ପୁଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି ।Continue Reading
Odisha News
ପୁରୀ, ୧୨/୩ : ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ସେବାୟତମାନଙ୍କ କଲ୍ୟାଣ ପାଇଁ ଆଜି ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ବିଭିନ୍ନ ଭତ୍ତାର ପରିମାଣ ଓ ସ୍ୱାସ୍ଥ୍ୟ ବୀମା ରାଶିରେ ବୃଦ୍ଧି କରାଯାଇଛି।ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଶ୍ରୀ ଜଗନ୍ନାଥ ମନ୍ଦିରର ସେବାୟତ ଓ ସେମାନଙ୍କ ପରିବାର ପାଇଁ ଉଦ୍ଦିଷ୍ଟ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପୂର୍ବରୁ ଦିଆଯାଉଥିବା ବୀମା ରାଶି ପରିମାଣକୁ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ Continue Reading
Seo wordpress plugin by www.seowizard.org.