Odisha News

OAS ଅଧିକାରୀ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର,ମୋଟ ୬ଜଣଙ୍କ ବଦଳି

ଭୁବନେଶ୍ୱର,୩୧/୩ : ଓଏଏସ୍ ଅଧିକାରୀ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏହି ପ୍ରକ୍ରିୟାରେ ୬ ଜଣ ଓଏଏସ୍ ଅଧିକାରୀଙ୍କୁ ମିଳିଛି ନୂଆ ଦାୟିତ୍ୱ।
କଳ୍ପତରୁ ବେହେରାଙ୍କୁ କଟକ ମହାନଗର ନିଗମ (ସିଏମସି)ର ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି। ପୂର୍ବରୁ ସେ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ରେଜିଷ୍ଟ୍ରାର (ଆଡ୍ମିନିଷ୍ଟ୍ରେସନ୍) ଭାବେ କାର‌୍ୟ୍ୟ କରୁଥିଲେ।
ଅନ୍ୟପକ୍ଷରେ କଟକ ମହାନଗର ନିଗମ (ସିଏମ୍ସି)ରେ ଅତିରିକ୍ତ କମିଶନର ଭାବେ କାର‌୍ୟ୍ୟ କରୁଥିବା ଓଏଏସ୍ ଅଫିସର ଅବିନାଶ ରାଉତଙ୍କୁ ଏସସିବି ରେଜିଷ୍ଟ୍ରାର (ଆଡମିନିଷ୍ଟ୍ରେସନ) ଭାବେ ବଦଳି କରାଯାଇଛି।
ପାରଳାଖେମୁଣ୍ଡି ସବ୍ କଲେକ୍ଟର ଥିବା ଦିଲୀପ କୁମାର ମହାରଣାଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଓଏସ୍ଡି ଭାବେ ବଦଳି କରାଯାଇଛି।
ମାଲକାନଗିରି ଆଇଟିଡିଏ ପିଏ ଭାବେ କାର‌୍ୟ୍ୟରତ ଥିବା କ୍ଷୀରାବ୍ଦୀ ବେହେରାଙ୍କୁ ମାଲକାନଗିରି ଡିଆରଡିଏକୁ ଅତିରିକ୍ତ ପିଡି (ଆଡ୍ମିନିଷ୍ଟ୍ରେସନ) ଭାବେ ବଦଳି କରାଯାଇଛି।
ମୟୂରଭଞ୍ଜ ବିଜିତଲାରେ ବିଡିଓ ଥିବା ତ୍ରିନାଥ ମାଝୀଙ୍କୁ ମାଲକାନଗିରି ଆଇଟିଡିଏର ପିଏ ଭାବେ ବଦଳି କରାଯାଇଛି। ଗଞ୍ଜାମ ଜିଲ୍ଲା ଚିକିଟିରେ ବିଡିଓ ଥିବା ଫାଲ୍ଗୁନି ମାଝୀଙ୍କୁ ଗଜପତି ଆଇଟିଡିଏର ପିଏ ଭାବେ ନିଯୁକ୍ତି ଦିଆଯାଇଛି।

Related Posts

Seo wordpress plugin by www.seowizard.org.