Odisha News

ବୌଦ୍ଧ ଏନଏସିରେ ବିଜେଡିର ବାଜିମାତ୍ : ୧୫ୱାର୍ଡ ମେମ୍ବରସହ ମୃତ୍ୟୁଞ୍ଜୟ ମିଶ୍ର ଅଧ୍ୟକ୍ଷଭାବେ ବିଜୟୀ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ; ୨୬/୩: ୧୭ ଗୋଟି ୱାର୍ଡକୁ ନେଇ ଗଠିତ ବୌଦ୍ଧଗଡ ଏନଏସି ଚଳିତ ନିର୍ବାଚନରେ ତ୍ରିମୁଖି ପ୍ରତିଦ୍ୱନ୍ଦିତା ରହିଥିଲା । ତେବେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେଡିର ମୃତ୍ୟୁଞ୍ଜୟ ମିଶ୍ର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି କଂଗ୍ରେସ ପ୍ରାର୍ଥୀ ଗଣେଷ ପ୍ରସାଦ ଅଗ୍ରୱାଲାଙ୍କ ଠାରୁ ୧୩୪୦ଭୋଟ ଅଧିକପାଇ ବିଜୟଲାଭ କରିଛନ୍ତି ।
ଶ୍ରୀ ମିଶ୍ର ସମୁଦାୟ ୪୮୮୧ଖଣ୍ଡ ଭୋଟ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ଅଗ୍ରୱାଲା ୩୫୪୧ ଏବଂ ବିଜେପି ୩୦୦୦ଖଣ୍ଡ ଭୋଟ ପାଇଥିବା ସରକାରୀ ଘୋଷଣାରୁ ଜଣାପଡିଛି । ସେହିପରି ୭ନଂ ଓ ୧୨ନଂ ଏହି ଦୁଇ ୱାର୍ଡ ବିଜେପି ଆତେଇଥିବାବେଳେ ବାକି ୧୫ଟି ୱାର୍ଡରେ ବିଜେଡି କାଉନସିଲର ପ୍ରାର୍ଥୀ ବିଜୟୀ ହୋଇଥିବା ଜଣାପଡିଛି । ଏହି ତିନି ପ୍ରାର୍ଥୀଙ୍କୁ ଛାଡିଦେଲେ ସ୍ୱାଧିନଭାବେ ଏହି ରଣାଙ୍ଗନାରେ ଅବତିର୍ଣ୍ଣ ୫ଜଣ ପ୍ରାର୍ଥୀ ଅମାନତ ହରାଇଛନ୍ତି ।
ଏହି ଏନଏସିର ୧୫୭୧୦ଜଣ ମତଦାତାଙ୍କ ମଧ୍ୟରୁ ୧୧୭୭୪ଜଣ ମତଦାନ କରିଥିଲେ । ସେଥିମଧ୍ୟରୁ ୧୦୧ଟି ଭୋଟ ନୋଟାରେ ଦେଇଥିବା ଜଣାପଡିଛି । ଏଠାରେ ସୁଚନାଯୋଗ୍ୟଯେ ଦୀର୍ଘ ୧୫ବର୍ଷ ଧରି ବିଜେଡି ଏହି ଏନଏସିକୁ ନିଜ ଅକ୍ତିଆରରେ ରଖିଥିବାବେଳେ ବୌଦ୍ଧ ବିଧାୟକଙ୍କ ଗୋଟ ଚାଳନା ପୁଣି ଏହି ଗଡକୁ ଅକ୍ତିଆର କରିବାରେ ସଫଳ ହୋଇଛି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।

Related Posts

Seo wordpress plugin by www.seowizard.org.