Odisha News

ଆଇନଜୀବୀଙ୍କୁ ଚାପି ଦେଲା ଟ୍ରକ୍, ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ସମ୍ବଲପୁର, ୧୨/୩: ଶନିବାର ସକାଳେ ବରିଷ୍ଠ ଆଇନଜୀବୀ ଉମେଶ ପ୍ରଧାନ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ତାଙ୍କୁ ଏକ ଟ୍ରକ ସରଲାକାନୀ ଛକ ନିକଟରେ ପଛ ପଟୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଆଇନଜୀବୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସକାଳ ୬ଟା ୧୫ ମିନିଟ୍ ସମୟରେ ଏହି ଅଘଟଣ ଘଟିଥିବା ଜଣାଯାଇଛି।
ତାଙ୍କ ମୃତ୍ୟୁ ପରେ ସମ୍ବଲପୁର ଓକିଲ ସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଓକିଲ ସଂଘ ପକ୍ଷରୁ ଶ୍ରୀ ପ୍ରଧାନଙ୍କ ମୃତଦେହ ରଖି ରାଜରାସ୍ତା ଅବରୋଧ କରାଯାଇ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଓଭରବ୍ରିଜ କାମ ଶୀଘ୍ର ସାରିବା ସହ ହମ୍ସ କରିବାକୁ ଦାବି ର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।
ସ୍ଥାନୀୟ ଲୋକେ ଓ ଆଇନଜୀବୀ ରାସ୍ତାରୋକ କରିଛନ୍ତି। ଏହାସହ ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ଟି ଜାଳି ଦେଇଛନ୍ତି। ଅଗ୍ନିଶମ ବାହିନୀ ପହଞ୍ଚି ନଥିବା ବେଳେ ଧୁଳି ଦ୍ୱାରା ପୁଲିସ ନିଆଁ ଲିଭାଇବାକୁ ଚେଷ୍ଟା କରିଛି। ନିକଟରେ ଡିଜେଲ ଟ୍ୟାଙ୍କର ଥିବାରୁ ବଡ଼ ଦୁର୍ଘଟଣା ଆଶଙ୍କାରେ ପୁଲିସ ସ୍ଥିତି ଉପରେ କଡ଼ା ନଜର କରିଛି।

Related Posts

Seo wordpress plugin by www.seowizard.org.