Odisha News

ବୌଦ୍ଧ ଜ଼ିଲ୍ଲାରେ ଦୁଇ ଦିନିଆ ନିଯୁକ୍ତି ମେଳା ଉଦ୍ଘାଟନ କଲେ ଜିଲ୍ଲାପାଳ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୫/୯ : ପ୍ରବଳ ବର୍ଷା ସତ୍ୱେ ୪୦୦ ରୁ ଉର୍ଧ ପିଲାଙ୍କ ଯୋଗଦାନ, ୨୩ ଟି କମ୍ପାନୀ ଦ୍ୱାରା ୧୫୯ ଜଣଙ୍କୁ ପ୍ରତକ୍ଷ ନିଯୁକ୍ତି ଓ ୧୨୦ ଜଣଙ୍କୁ ପ୍ରଶିକ୍ଷଣ ସହ ନିଯୁକ୍ତି ।
ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ରାଜ୍ୟ ସରକାର ଙ୍କ ତରଫ ରୁ ବୌଧ ଜିଲ୍ଲା ପ୍ରଶାସନ ଓ ଜ଼ିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ର ମିଳିତ ଆନୁକୂଲ୍ୟ ରେ ଆଜି ତା ୨୫.୦୯.୨୪ ରିଖ ଦିନ ଟାଉନ ହଲ ରେ ନିଯୁକ୍ତି ମେଳା ସକାଳ ୯ ଟା ରୁ ୨ ଟା ପର‌୍ୟ୍ୟନ୍ତ ଆୟୋଜନ କରା ଯାଇଥିଲା ।
ଆଜି ପ୍ରତିକୂଳ ପାଣିପାଗ ଥିବା ହେତୁ ପ୍ରାର୍ଥୀ ମାନେ ବିଳମ୍ବ ରେ ଯୋଗ ଦେଇଥିଲେ କିନ୍ତୁ ପରେ ପରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।
ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦ୍ଘାଟନ କରିଥିଲେ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ନିଯୁକ୍ତି ମେଳା ର ସୁଯୋଗ ହାସଲ କରିବାକୁ ଆଶୀର୍ବାଦ ପୂର୍ବକ ଉତ୍ସାହିତ କରିଥିଲେ ।
ଜ଼ିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଶ୍ରୀ ଅଜୟ କୁମାର ଦାଶ ସଭା ପରିଚାଳନା କରିଥିଲେ ଏବଂ ଜ଼ିଲ୍ଲା ରେ ତଥା ଜ଼ିଲ୍ଲା ବାହାରେ ନିଶୁଲ୍କ ସ୍ୱଳ୍ପ କାଳୀନ ତାଲିମ ଓ ଉପସ୍ଥିତ ଥିବା ନିଯୁକ୍ତି ଦାତା ଙ୍କ ପାଖରେ ଉପଲବ୍ଧ ବିଭିନ୍ନ ପଦ ପଦବୀ , ଦରମା, ଆବଶ୍ୟକ ଯୋଗ୍ୟତା ଉପରେ ଆଲୋକପାତ କରିଥିଲେ ।
ଏଥିରେ ୪୦୦ ରୁ ଉର୍ଧ ପ୍ରାର୍ଥୀ ଯୋଗ ଦେଇଥିଲେ ତନ୍ମଧ୍ୟରୁ ୩୧୯ ଜଣ ପଞ୍ଜିକରଣ କରିଥିଲେ ଓ ସେଥୀ ମଧ୍ୟରୁ ୧୫ ଟି କମ୍ପାନୀ ଦ୍ୱାରା ୧୫୯ ଜଣଙ୍କୁ ପ୍ରତକ୍ଷ ନିଯୁକ୍ତି ଓ ୮ ଟି ପ୍ରଶିକ୍ଷଣ ସଂସ୍ଥା ଦ୍ୱାରା ୧୨୦ ଜଣଙ୍କୁ ପ୍ରଶିକ୍ଷଣ ସହ ନିଯୁକ୍ତି ପାଇଲେ ।
ଏହି ପରିପ୍ରେକ୍ଷୀ ରେ ୭ ଜଣକୁ ନିଯୁକ୍ତି ପତ୍ର ଦିଆ ଯାଇଥିଲା ଇ ଜ଼ିଲ୍ଲପାଳ ମଧ୍ୟ ପ୍ରତ୍ୟେକ ଷ୍ଟଲ କୁ ଯାଇ ସମସ୍ତ କମ୍ପାନୀ ଙ୍କ ସହିତ ନିଯୁକ୍ତି ର ସୁଯୋଗ ଉପରେ ଆଲୋଚନା କରି ଜ଼ିଲ୍ଲା ର ଅଧିକାଂଶ ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ର ସୁଯୋଗ ଦେବା ପାଇଁ ପରାମର୍ଶ ଦେଇଥିଲେ ।
ଜ଼ିଲ୍ଲା ପ୍ରସନ ତରଫ ରୁ ଡେପୁଟି ସିଇଓ ଓ ଜ଼ିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ରିତାରାଣୀ ବଳିୟାରସିଂ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଆଗେଇ ନେବାରେ ସାହାଯ୍ୟ କରିଥିଲେ । ଜ଼ିଲ୍ଲାପାଳ ଏହି କାର‌୍ୟ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା ହେଉଥିବା ଦେଖି ଖୁସିବ୍ୟକ୍ତ କରିଥିଲେ ।
ବୌଦ୍ଧ ଜ଼ିଲ୍ଲା ର ସାମ୍ବାଦିକ, ଇଲେକ୍ଟ୍ରୋନିକ ଓ ପ୍ରିଣ୍ଟ ମେଡିଆ ଯୋଗ ଦେଇ ଥିଲେ ସ ଆଜି ର ନିଯୁକ୍ତି ମେଳା କୁ ସଫଳ ରୂପାୟନ ଦେବା ରେ ଜ଼ିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର‌୍ୟ୍ୟାଳୟ ର କର୍ମଚାରୀ ଦୀନେଶ ବଢ଼ାଇ, ରମାକାନ୍ତ ମିର୍ଧା, ହେମନ୍ତ ତିୱାରୀ ଓ ଡମ୍ବରୁଧର ଖାଲ୍କୋ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Related Posts

Seo wordpress plugin by www.seowizard.org.