Odisha News

ଖୋର୍ଦ୍ଧା : ସ୍ୱାଧୀନତା ଦିବସ ପୂର୍ବରୁ ଜିଲ୍ଲା ପ୍ରଶାସନ ର ଖସଡ଼ା ପ୍ରସ୍ତୁତ,ଦଶ ବ୍ଲକ ବିଡ଼ିଓଙ୍କ ସହ ଜିଲ୍ଲାପାଳ ଙ୍କ ଆଭାସୀ ବୈଠକ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୮/୮ : ସ୍ୱାଧୀନତା ଦିବସ ପୂର୍ବରୁ ଜିଲ୍ଲା ପ୍ରଶାସନ ର ଖସଡ଼ା ପ୍ରସ୍ତୁତ । ଦଶ ବ୍ଲକ ବିଡ଼ିଓଙ୍କ ସହ ଜିଲ୍ଲାପାଳ ଙ୍କ ଆଭାସୀ ବୈଠକ ।ଚାଳିଶ ଅମୃତ ସରବୋର ରେ ହେବ ଜାତୀୟ ପତାକା ଉତୋଳନ ।
ମେରୀ ମାଟି ମେରୀ ଦେଶ କାର୍ଯ୍ୟକ୍ରମ ରେ ପ୍ରତି ଅମୃତ ପୋଖରୀ ରେ ଲାଗିବ ୭୫ ଚାରା ପ୍ରତି ଘରେ ଉଡ଼ିବ ତିରଙ୍ଗା, ମଧୁ ବାବୁ ପେନସନ ଯୋଜନା ଓ ମୋ ଘର ପାଇଁ ସଚେତନତା ଖୋର୍ଦ୍ଧା, ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସମାନ ହଲ ରେ ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଲା ର ବିଭିନ୍ନ ବ୍ଲକ ର ବିଡ଼ିଓ ମାନଙ୍କ ସହ ଏକ ଆଭାସୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।
ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ରେ ପ୍ରତି ଘରେ ଜାତୀୟ ପତାକା ଉଡ଼ିବ କ୍ଷ ଏଥିପାଇଁ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ସଚେତନତା ସୃଷ୍ଟି କରିବେ । ଜିଲାରେ ଅମୃତ ସରବୋର ଯୋଜନା ରେ ଅନ୍ତର୍ଭୂକ୍ତ ୪୦ଟି ଅମୃତ ସରବୋର କୂଳରେ ତ୍ରିରଙ୍ଗା ପତାକା ଉତ୍ତୋଳନ ହେବ ।
ଭାରତ ସ୍ୱାଧୀନତା ପାଇବାର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳନ ହେଉଥିବା ମେରୀ ଦେଶ ମେରୀ ମାଟି କାର୍ଯ୍ୟକ୍ରମ । ଏହି ଅମୃତ ସରବୋର କୂଳରେ ୭୫ ଟି ଲେଖାଏଁ ଚାରା ରୋପଣ କରାଯିବ । ଏପରିକି ଏହି ୪୦ ଅମୃତ ସରବୋର ବ୍ୟତୀତ ଯଦି କୌଣସି ପଞ୍ଚାୟତ ରେ ବଡ଼ ପୋଖରୀ ଥିବ ସେଠାରେ ମଧ୍ୟ ୭୫ ଲେଖାଏଁ ଚାରା ରୋପଣ କରାଯିବ କ୍ଷ ଜଙ୍ଗଲ ବିଭାଗ ପକ୍ଷରୁ ଚାରା ଯୋଗାଇ ଦିଆଯିବ । ସେହିପରି ବିଡ଼ିଓ ମାନଙ୍କ ସହ ଆଲୋଚନା କରି ପ୍ରତି ବ୍ଲକ ମୁଖ୍ୟାଳୟ ଓ ପଞ୍ଚାୟତ ମାନଙ୍କ ରେ ମଧୁବାବୁ ପେନସନ ଯୋଜନା ପାଇଁ ସ୍ୱତନ୍ତ୍ର ସହାୟତା କେନ୍ଦ୍ର (ହେଲପ ଡେ଼କ୍ସ ) କରାଯିବ । ନିହାତି ବୟସ୍କ ଗରିବ,ବିଧବା, ଭିନ୍ନକ୍ଷମ,ସ୍ୱାମୀ ପରିତକ୍ତା ମହିଳା ମାନଙ୍କୁ ଚିନ୍ନଟ କରି ସେମାନଙ୍କୁ ଭତା ଆବେଦନ କରିବା ରେ ସହାୟତା କରିବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ପରାମର୍ଶ ଦେଇଥିଲେ । ମୋ ଘର ଯୋଜନା ରେ ଘର ପାଇଁ ଯେତିକି ଦରଖାସ୍ତ ଆସିଛି ତାହା ର ଯୋଗ୍ୟ ହିତାଧିକାରୀ ଚୟନ କରି ତୁରନ୍ତ ବ୍ୟାଙ୍କ ମାନଙ୍କୁ ପଠାଇବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ ।
ଏହି ବୈଠକ ରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବାଦଲ ମହାନ୍ତି,ଡିପିଏମ ବିବେକ ବେଉରା, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ସୂଚନା ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.