Odisha News

ବୌଦ୍ଧ ପଂଚାୟତ କଲେଜ ଠାରେ ରାଜନିତି ବିଜ୍ଞାନ ବିଭାଗ ଦ୍ୱାରା ସେମିନାର ଆୟୋଜିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୧/୧୦: ବୌଦ୍ଧ ପଂଚାୟତ କଲେଜ ଠାରେ ରାଜନିତି ବିଜ୍ଞାନ ବିଭାଗ ଦ୍ୱାରା ଏକ ସେମିନାର ଆୟୋଜିତ ହୋଇଛି । ଅଧକ୍ଷ ପ୍ରକାଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସେମିନାରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଯୋଗଦେଇଥିଲେ। ରାଷ୍ଟ୍ରିୟ ଉଚ୍ଚତର ଶିକ୍ଷା ଅଭିଯାନ ସହଯୋଗରେ ଆୟୋଜିତ ସେମିନାର ରେ ଭାରତ ସମ୍ବିଧାନର ମୌଳିକ ଅଧିକାର ଓ ରାଷ୍ଟ୍ରିୟ ନିର୍ଦ୍ଦେଶମୁଳକ ନିତି ନେଇ ଅତିଥି ମାନେ ଆଲୋଚନା କରିଥିଲେ ।
ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟ ଭଞ୍ଜନ ମଦନ ମୋହନ ପାତ୍ର , ଡକ୍ଟର ସୁଜାତା ସାହୁ, ଡକ୍ଟର ଦତ୍ନପ୍ରଭା ବାରିକ, ଅଧ୍ୟାପକ ମୁକ୍ତି ସାହୁ ପ୍ରମୁଖ ଯୋଗଦେଇଥିଲେ । ସେମିନାରରେ ଶତାଧିକ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

Related Posts

Seo wordpress plugin by www.seowizard.org.