Top Stories

୨୦୨୪ ନିର୍ବାଚନ କସରତ : ବିଭିନ୍ନ ରାଜ୍ୟ ପାଇଁ ବିଜେପିର ପ୍ରଭାରୀ ତାଲିକା, ବିଜୟ ପାଲ ସିଂହଙ୍କୁ ଓଡିଶାର ଦାୟିତ୍ୱ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୭/୧: ଲୋକସଭା ନିର୍ବାଚନ ପାଇଁ ଏବେ ବିଜେପି ଏହାର ରଣନୀତି ପ୍ରସ୍ତୁତ କରୁଥିବାବେଳେ ଆଜି ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହ ପ୍ରଭାରୀଙ୍କ ନାମ ଘୋଷଣା କରିଛି ।
ଓଡ଼ିଶାର ପ୍ରଭାରୀ ଭାବେ ରାଜ୍ୟସଭା ସାଂସଦ ବିଜୟପାଲ ସିଂହ ତୋମାରଙ୍କୁ ଦାୟିତ୍ୱ ମିଳିଥିବାବେଳେ ସହ ପ୍ରଭାରୀ ଭାବେ ଲତା ଉସେଣ୍ଡିଙ୍କୁ ଦାୟିତ୍ୱ ଦିଆଯାଇଛି ।
ସେହିପରି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଥିବା ବୈଜୟନ୍ତ ପଣ୍ଡାଙ୍କୁ ଉତ୍ତରପ୍ରଦେଶର ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି ।
ସେହିପରି ପଶ୍ଚିମବଙ୍ଗ ପାଇଁ ମଙ୍ଗଳ ପାଣ୍ଡେ, ଅମିତ ମାଲବୀୟ ଓ ଆଶା ଲକଡାଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ଉତ୍ତରାଖଣ୍ଡ ପାଇଁ ଦୁଷ୍ୟନ୍ତ ଗୌତମ, ତାମିଲନାଡୁ ପାଇଁ ଅରବିନ୍ଦ ମେନନ ଓ ସୁଧାକର ରେଡ୍ଡୀ, ସିକିମ ପାଇଁ ଦିଲ୍ଲୀପ ଜୟସ୍ବାଲ, ପଞ୍ଜାବ ପାଇଁ ବିଜୟ ରୁପାଣି ଓ ନରିନ୍ଦର ସିଂହ, ମଧ୍ୟପ୍ରଦେଶ ପାଇଁ ମହେନ୍ଦ୍ର ସିଂହ ଓ ସତୀଶ ଉପାଧ୍ୟାୟ, କେରଳ ପାଇଁ ପ୍ରକାଶ ଜାଭଡେକର, କର୍ଣ୍ଣାଟକ ପାଇଁ ରାଧାମୋହନ ଦାସ ଅଗ୍ରୱାଲ ଓ ସୁଧାକର ରେଡ୍ଡୀ, ହିମାଚଳପ୍ରଦେଶ ପାଇଁ ଶ୍ରୀକାନ୍ତ ଶର୍ମା ଓ ସଞ୍ଜୟ ଟଣ୍ଡନ, ହରିୟାଣା ପାଇଁ ବିପ୍ଳବ ଦେବ ଓ ସୁରେନ୍ଦ୍ର ନାଗରଙ୍କୁ ପ୍ରଭାରୀ, ସହ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି ।

Related Posts

Seo wordpress plugin by www.seowizard.org.