Odisha News

୧ଟା ୧୦ରେ ପହଣ୍ଡି, ୫ ଟାରେ ରଥଟଣା

ପୁରୀ,୨୪/୬: ଶ୍ରୀମନ୍ଦିର ଛତିଶା ନିଯୋଗ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ଦିନ ୧ଟା ୧୦ରେ ପହଣ୍ଡି ଆରମ୍ଭ ହୋଇ ୨ଟା ୩୦ରେ ପହଣ୍ଡି ସରିବ ବୋଲି ସମୟ ଧାର୍ଯ୍ୟ କରାଯାଇଛି।
ଅପରାହ୍ନ ୪ଟାରେ ଗଜପତିଙ୍କ ଦ୍ୱାରା ଛେରାପହଁରା, ୪ଟା ୩୦ରେ ରଥରୁ ଚାର ଫିଟା, ଘୋଡ଼ା ସାରଥି ଲାଗିବେ। ଏହା ପରେ ଅପରାହ୍ନ ୫ଟାରେ ରଥଟଣା ଆରମ୍ଭ ହେବ।
ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ବୈଠକ ପରେ ସୂଚନା ଦେଇଛନ୍ତି। ମୁଖ୍ୟ ପ୍ରଶାସକ, ଜିଲାପାଳ, ଏସ୍ପି, ନିଯୋଗ ସଦସ୍ୟ ବୈଠକରେ ସାମିଲ ଥିଲେ। ସୂଚନାଯୋଗ୍ୟ, ମହାପ୍ରଭୁଙ୍କ ଘୋଷଯାତ୍ରା ଜୁଲାଇ ୭ରେ ଅନୁଷ୍ଠିତ ହେବ।

Related Posts

Seo wordpress plugin by www.seowizard.org.