Odisha News

ହେମେନ୍ଦ୍ର ସେନା, ନୟାଗଡ଼ର ପ୍ରଥମ ସାଧାରଣ ବୈଠକ ଏବଂ ରକ୍ତଦାନ ଶିବିର

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୭/୫ : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୃଷ୍ଟି ହୋଇଥିବା ଉତ୍କଟ ରକ୍ତ ଅଭାବକୁ ଦୃଷ୍ଟିରେ ରଖ୍ ସଙ୍ଗଠନର ପ୍ରତିଷ୍ଠାତା ଅରଣ୍ୟରାଜ କିଶୋର ସିଂଙ୍କ ନିର୍ଦ୍ଦେଶରେ ରବିବାର ପ୍ରଥମ ସାଧାରଣ ବୈଠକ ଅବସରରେ ତା୧୪.୦୫.୨୦୨୩ରିଖ (ରବିବାର) ସକାଳ ୯ ଘଟିକା ସମୟରେ ସଭାପତି ସୌମ୍ୟ ରଂଜନ ପ୍ରଧାନ, ସମ୍ପାଦକ ଶେଖ ଅବଦୁଲ ଆହାଦ, ସମାଜସେବୀ ଦାମୋଦର ସାର ଓ ଅନ୍ୟ ସଦସ୍ୟମାନଙ୍କ ଉପସ୍ଥିତିରେ ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଙ୍କ ଦ୍ବାରା ରକ୍ତଦାନ ଶିବିର ପୁରୁଣା ରାଜବାଟୀ, ନୟାଗଡ଼ଠାରେ
ଉଦଘାଟିତ ହୋଇଯାଇଛି।
ନୟାଗଡ଼ ଏହା ପରେ ସଙ୍ଗଠନର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନୟାଗଡ଼ ମେଡିକାଲ କଲେଜ, ନୟାଗଡ଼ ମହାବିଦ୍ୟାଳୟକୁ ନୟାଗଡ଼ ବିଶ୍ବବିଦ୍ୟାଳୟ ରୂପେ ଘୋଷଣା ଏବଂ ନୟାଗଡ଼ରେ ହେଉଥିବା ଘନ ଘନ ବିଦ୍ୟୁତ କାଟ ଉପରେ ଆଲୋଚନା କରାଯିବା ସହ ଏହା ଉପରେ ବହୁଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ନିଆଯିବା ନିମନ୍ତେ ସ୍ଥିର କରାଗଲା।
ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖାଯାଇଥିବା ରକ୍ତର ସଂକଟକୁ ଏଡ଼ାଇବା ନିମନ୍ତେ ସମସ୍ତ ନୟାଗଡ଼ିଆଙ୍କୁ ସଂଗଠନ ତରଫରୁ ପ୍ରେସ ବିଜ୍ଞପ୍ତି ଏବଂ ସାମାଜିକ ଗଣମାଧ୍ୟମରେ ଅନୁରୋଧ କରାଯାଉଅଛି। ଏହି ରକ୍ତଦାନ ଶିବିରରେ ସର୍ବମୋଟ ୩୫ ୟୁନିଟ ରକ୍ତ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବ୍ଲଡ଼ ବ୍ୟାଙ୍କ ଦ୍ବାରା ସଂଗ୍ରହ କରାଯାଇଥିଲା। ରକ୍ତଦାନ ଶିବିର ପରେ ସମସ୍ତ ରକ୍ତଦାତାଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

Related Posts

Seo wordpress plugin by www.seowizard.org.