Odisha News

ସାଲୁଙ୍କି ନଦୀ ଉପରେ ବିଜୁ ସେତୁ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୧/୧: ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ବହଲ ପଡ଼ା R.D ରାସ୍ତାଠାରୁ ରାମ୍ଭିକକ୍ଷ ରାସ୍ତା ଉପରିସ୍ଥ ସାଲୁଙ୍କି ନଦୀ ଉପରେ ବିଜୁ ସେତୁ ଯୋଜନାରେ । ସେତୁ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ଉକ୍ତ ସେତୁ ନିର୍ମାଣ ହେଲେ କଣ୍ଟାମାଳ, ବୌଦ୍ଧ, ହରଭଙ୍ଗା ବ୍ଲକର ଉପାନ୍ତ ଆଦିବାସୀ ଅଞ୍ଚଳରେ ଜନସାଧାରଣ ଶିକ୍ଷା,ସ୍ୱାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ଉପକୃତ ହେବେ ।
ଉକ୍ତ କାର୍ଯ୍ୟକ୍ରମରେ ସୁଦ୍ଧା ଅତିଥି ଭାବେ ଜଙ୍ଗଲ ଓ ପରିବେଶ , ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଏଥିରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ନୃସିଂହ ଚରଣ ସ୍ୱାଇଁ , ଅଧିକ୍ଷମ ଯନ୍ତ୍ରୀ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଶ୍ରୀ ମୃତ୍ୟୁଞ୍ଜୟ ମିଶ୍ର ଓ ଅନ୍ୟାନ୍ୟ ଅତିଥିମାନେ ଯୋଗ ଦେଇଥିଲେ ।

Related Posts

Seo wordpress plugin by www.seowizard.org.