Odisha News

ସାଧାରଣ ନିର୍ବାଚନ-୨୦୨୪ ପାଇଁ କନ୍ଧମାଳ ଜିଲାରେ ନିର୍ବାଚନ ପ୍ରସ୍ତୁତି : ଚେକପୋଷ୍ଟରେ ଲାଗିବ ସିସିଟିଭି, ଶୃଙ୍ଖଳିତ ମତଦାନ ଉପରେ ଗୁରୁତ୍ବ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୨୧/୪: କନ୍ଧମାଳ ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ଆଶିଷ ଈଶ୍ୱର ପାଟିଲ୍ ସଦଦ୍ଭାବନା ସଭାଗୃହରେ ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଜିଲାର ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି।
ଚଳିତ ବର୍ଷର ସାଧାରଣ ନିର୍ବାଚନର ସୁପରିଚାଳନା ପାଇଁ ଆବଶ୍ୟକ ଗାଡ଼ି ଉପରେ ଆଲୋଚନା କରାଯାଇଥିଲା। ଜିଲା ଭିତରୁ ଏବଂ ଜିଲା ବାହାରୁ କେତେ ସଂଖ୍ୟକ ଗାଡ଼ି ଅଣାଯିବ ଏବଂ ସେଥିପାଇଁ ଆବଶ୍ୟକ ଇନ୍ଧନ ଶୁକ୍ଲ, ପୁଲିସ ବିଭାଗ ଓ ଗଠନ କରାଯାଇଥିବା ବିଭିନ୍ନ ସ୍କ୍ୱାର୍ଡ, ନିର୍ବାଚନ ବ୍ୟୟ ପର୍ଯ୍ୟବେକ୍ଷକ, ସାଧାରଣ ପର୍ଯ୍ୟବେକ୍ଷକ, ଆରକ୍ଷୀ ପର୍ଯ୍ୟବେକ୍ଷକ ସମେତ ନିର୍ବାଚନ କାର୍ଯ୍ୟରେ ନିଯୁକ୍ତ ସମସ୍ତ ପ୍ରିଜାଇଡିଂ ଓ ପୋଲିଂ ଅଧିକାରୀ ମାନଙ୍କ ପାଇଁ ଆବଶ୍ୟକ ଗାଡ଼ି ସଂଖ୍ୟା ଉପରେ ଆଲୋଚନା କରାଯାଇଥିଲା।
ଦୁର୍ଗମ ଅଞ୍ଝଳକୁ ପଠାଯାଉଥିବା ଗାଡ଼ିରେ ଆବଶ୍ୟକ ଇନ୍ଧନ ସହିତ ଅତିରିକ୍ତ ୨୦ଲିଟର ଇନ୍ଧନ ଯୋଗାଇଦେବାକୁ ଜିଲ୍ଲା ନିର୍ବାବନ ଅଧିକାରୀ ପରାମର୍ଶ ଦେଇଥିଲେ।
କ୍ଲଷ୍ଟର ବୁଥ୍, ଓ କ୍ରିଟିକାଲ୍ ବୁଥ୍ ଉପରେ ଆଲୋଚନା କରାଯାଇଥିଲା। କାଉଣ୍ଟିଂ ହଲ୍ ଏବଂ ପୋଷ୍ଟାଲ୍ ବାଲାଟ୍ କାଉଣ୍ଟିଂ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ। ସେହିପରି, ଉଭୟ ଲୋକସଭା ଓ ବିଧାନସଭା ସହକାରୀ ବ୍ୟୟ ପର୍ଯ୍ୟବେକ୍ଷକ ଆକାଉଣ୍ଟିଂ ଟିମ୍ ପାଇଁ ଆବଶ୍ୟକ ଆସବାବପତ୍ର, କମ୍ପ୍ୟୁଟର ଏବଂ ତା’ର ଉପକରଣ ଯୋଗାଇଦେବାପାଇଁ ପରାମର୍ଶ ଦେଇଥିଲେ।
ଚେକ୍ ପୋଷ୍ଟ ମାନଙ୍କରେ ସିସିଟିଭି ସଂଯୋଗ କରିବାକୁ କୁହାଯାଇଥିଲା।ଶୃଙ୍ଖଳିତ ଭୋଟର ଶିକ୍ଷା ଏବଂ ନିର୍ବାଚନୀ ଅଂଶ ଗ୍ରହଣ କାର୍ଯ୍ୟକଳାପକୁ ବ୍ୟାପକ କରିବାକୁ ମଧ୍ୟ ଜିଲା ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଥିଲେ। ଜିଲା ସ୍ତରୀୟ ଏମସିଏମସିର କାର୍ଯ୍ୟ ଆଲୋଚନା ବେଳେ ଆନେକ୍ସର୍- ବି ୧୬ରେ ପ୍ରତିଦିନ ରାଜନୈତିକ ବିଜ୍ଞାପନ ଓ ପେଡ୍ ନ୍ୟୁଜ୍ ତଥ୍ୟ ଦିଆଯିବା ଉପରେ ଗୁରୁତ୍ୱ ଦେଇଥିଲେ।
କନ୍ଧମାଳ ଜିଲା ଏମସିଏମସିର ସୋସିଆଲ୍ ମିଡିଆ ଆକାଉଣ୍ଟ ଏମସିଏମସି.,କନ୍ଧମାଳ ନାମରେ ରଖାଯାଇଛି। ନିର୍ବାଚନ ଶେଷହେବା ପର୍ଯ୍ୟନ୍ତ ୮୨-ବାଲିଗୁଡ଼ା ବିଧାନସଭା, ୮୩-ଘୁ.ଉଦୟଗିରି ବିଧାନସଭା, ୮୪-ଫୁଲବାଣୀ ବିଧାନସଭା ଓ ୧୩ -କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଆଦର୍ଶ ଆଚରଣ ବିଧି ସମ୍ପର୍କୀତ ଅଭିଯୋଗ ଏହି ସୋସିଆଲ୍ ମିଡିଆ ଆକାଉଣ୍ଟ ଗୁଡ଼ିକରେ ପୋଷ୍ଟ କରିପାରିବେ।
ସେହିପରି ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ପ୍ରାର୍ଥୀମାନେ ସେମାନଙ୍କର ସୋସିଆଲ୍ ମିଡିଆ ଆକାଉଣ୍ଟ ଉଲ୍ଲେଖ କରିବା ଆବଶ୍ୟକ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଉକ୍ତ ସମୀକ୍ଷା ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲା ପରିଷଦ, କନ୍ଧମାଳ ରତ୍ନାକର ସାହୁ, ଅତିରିକ୍ତ ଜିଲାପାଳ, କନ୍ଧମାଳ ଅଶୋକ କୁମାର ଭୋଇ, ଅତିରିକ୍ତ ଜିଜିଲାପାଳ, କନ୍ଧମାଳ (ନିର୍ବାଚନ) ରମେଶ ଚନ୍ଦ୍ର ଜେନା, ଉପ-ଜିଲାପାଳ ବାଲିଗୁଡ଼ା ଡା.ରୀନା ପ୍ରଧାନ, ଉପ-ଜିଲାପାଳ, କନ୍ଧମାଳ ଚିତ୍ତରଞ୍ଜନ ମହନ୍ତ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ସୁଶ୍ରୀ ଦେବାଯାନୀ ଭୁୟାଁ, ଡେପୁଟି କଲେକ୍ଟର, ନିର୍ବାଚନ ଡି. ମାଲେଶ୍ୱର ପାତ୍ରଙ୍କ ସମେତ ନିର୍ବାଚନ ସହିତ ସଂଶ୍ଲିଷ୍ଟ ଅନ୍ୟ ଅଧିକାରୀ ମାନେ ପ୍ରମୁଖ ଉପସ୍ଥିତ ଥିଲେ।

ବାଲିଗୁଡା ବନାଞ୍ଚଳର ବିଭିନ୍ନ ସ୍ଥାନରେ ନିଆଁ: ଗରମ ଓ ଗୁଳୁଗୁଳି ଦ୍ବିଗୁଣିତ ହୋଇଗଲାଣି
ବାଲିଗୁଡା, ୨୧/୪:ବର୍ତ୍ତମାନ ସାରା ରାଜ୍ୟର ବିଭିନ୍ନ ଜିଲାରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁଲାଣି। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ମଧ୍ୟ ତାପମାତ୍ରା ୩୬ରୁ ୪୦ ଡିଗ୍ରୀ ଉପରେ ରହୁଛି। ଗୋଟିଏ ପଟେ ରୌଦ୍ର ତାପରେ ଲୋକେ ଆଉଟୁ ପାଉଟୁ ହେଉଥିବା ବେଳେ ଅନ୍ୟପଟେ ବଣ, ଜଙ୍ଗଲରେ ନିଆଁ ଲାଗି ଗରମ ଓ ଗୁଳୁଗୁଳିକୁ ଦ୍ବିଗୁଣିତ କରି ପକାଉଛି ।
ତେବେ ଜନସଚେତନ ଓ ବନ ବିଭାଗର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ପୂର୍ବାପେକ୍ଷା ଏବେ ପୋଡୁ ଚାଷ ପାଇଁ କିଛି ଅଞ୍ଚଳରେ ନିଆଁ ଲଗାଯାଉଥିବା ଜଣାପଡିଛି।
ତେବେ ପାହାଡ଼ରେ ଚଲା ରାସ୍ତା ପାଇଁ ସୁବିଧା ଓ ସଲପ ରସ ପିଇବାକୁ ଯାତାୟତରେ ସୁବିଧା ହେବ ବୋଲି ଦୁର୍ବୁତ୍ତମାନେ ପାହାଡ଼ରେ ନିଆଁ ଲଗାଇଦେଉଥିବା ବେଳେ କିଛି ଶିକାରୀ ଜଙ୍ଗଲର ଜୀବଜନ୍ତୁଙ୍କୁ ଧରିବା ବା ତାଙ୍କ ପ୍ରାଣ ହାନୀ କରିବା ଉଦ୍ଦେଶ୍ୟରେ ଜଙ୍ଗଲରେ ନିଆଁ ଲଗାଇ ଫାଇଦା ନେଉଥିବା ବନ ବିଭାଗ ଜାଣିସାରିଛି। ସେମାନଙ୍କୁ ଧରିବା ପାଇଁ ବନ ବିଭାଗର ଟିମ ଚେଷ୍ଟା ଚଳାଇଥିବା ବାଲିଗୁଡା ଏସ୍ସିଏଫ ସତିଶ କୁମାର ଧାରୁଆ ପ୍ରକାଶ କରିଛନ୍ତି। ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା ଏବଂ ଏସ୍ସି୍ଏଫ ସତୀଶ କୁମାର ଧାରୁଆଙ୍କ ସମେତ ବନ କର୍ମଚାରୀଙ୍କ ବୁଡ଼ାଗୁଡା ସେକ୍ସନ ପକାରୀ ବନାଞ୍ଚଳରେ ନିଆଁ ଲିଭାଇବାରେ ଡିଫଓ ସାମିଲ ହୋଇ ନିଆଁ ଲିଭାଇବାରେ ସାହାଯ୍ୟ କରିଥିଲେ। ସଂରକ୍ଷିତ ଜଙ୍ଗଲ ସମେତ ରାଜସ୍ବ ଜଙ୍ଗଲ ଓ ପ୍ରସ୍ତାବିତ ସରଂକ୍ଷିତ ଜଙ୍ଗଲରେ ଦୁର୍ବୁତ୍ତମାନେ ନିଆଁ ଲଗାଇ ଦେଉଥିବାରୁ ଦାରିଙ୍ଗବାଡି ଓ ବ୍ରାହ୍ମଣୀଗାଁ ବନାଞ୍ଚଳରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବା ସହ ଦାରିଙ୍ଗବାଡି ବନାଞ୍ଚଳରେ ୩୦ ଜଣ ନିଆଁ ଜଗୁଆଳିଙ୍କୁ ୭ଟି ଦଳରେ ବିଭକ୍ତ କରାଯାଇ ବିଭିନ୍ନ ଜଙ୍ଗଲକୁ ସୁରକ୍ଷା ଯୋଗାଇବା କାର୍ଯ୍ୟ କରୁଛନ୍ତି।
ସେହିପରି ଦାରିଙ୍ଗବାଡି ବନାଞ୍ଚଳରେ ୨୮ଟି ବନ ସଂରକ୍ଷଣ ସମିତି ସମେତ ବିଭିନ୍ନ ବିଦ୍ୟାଳୟ ଓ ଗ୍ରାମ ମିଶି ମୋଟ ୧୯୩ ଟି ଗ୍ରାମରେ ସଚେତନତା ବୈଠକ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନ କରାଯାଇଥିବା ବେଳେ ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ ହରିହର ବେହେରା, ଭାରପ୍ରାପ୍ତ ବନପାଳ ଦୀପକ ପଟ୍ଟନାୟକଙ୍କ ନେତୃତ୍ୱରେ ମୋଟ ୫୭ଟି ବନ ସଂରକ୍ଷଣ ସମିତି ସମେତ ୧୪୩ଟି ବୈଠକ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସଚେତନତା କରାଯାଇଛି।
ଏଥିସହ ୧୦ଜଣ ଅଗ୍ନି ନିରାପତ୍ତା ବାହିନୀ,୧୫ଜଣ ପ୍ରୋଟେକ୍ସନ ସ୍କ୍ବାର୍ଡ ଏବଂ ୧୫ଜଣ ନିଆଁ ଜଗୁଆଳି, ୮ ଜଣ ଅଫିସର ଓ ଅନ୍ୟ କର୍ମଚାରୀ ଜଙ୍ଗଲ ସୁରକ୍ଷାରେ ଦାୟିତ୍ୱରେ ରହିଥିବା ବିଷୟ ଡିଏଫଓ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି ।

Related Posts

Seo wordpress plugin by www.seowizard.org.