Odisha News

ଜନସେବାରେ ସହଯୋଗ ପାଇଁ ୧୩ ଜଣଙ୍କୁ ପୁରସ୍କୃତ କଲା ଜିଲା ପୁଲିସ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୧/୪: ବୌଦ୍ଧ ଜିଲ୍ଲା ପୁଲିସ ପକ୍ଷରୁ ଆଜି ଜନସେବାରେ ସହଯୋଗ ପାଇଁ ୧୩ ଜଣଙ୍କୁ ପୁରସ୍କୃତ କରାଯାଇଛି । ବିଭିନ୍ନ ସମୟରେ ଦୁର୍ଘଟଣା ତଥା ପୁଲିସର ଅନ୍ୟ କାର୍ଯ୍ୟରେ ସହଯୋଗ ଯୋଗୁଁ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଜିଲ୍ଲା ପ୍ରୋତ୍ସାହନ ରାଶି ଭାବରେ ୨ ହଜାର ଟଙ୍କା ଲେଖାଏଁ ଜିଲ୍ଲା ପୁଲିସ ଜରିଆରେ ପ୍ରଦାନ କରାଯାଇଛି । ଜିଲ୍ଲା ପୁଲିସ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ନିରାଡମ୍ବର କାର୍ଯ୍ୟକ୍ରମରେ ଜନସେବା ପାଇଁ ସୁଶିଲ କୁମାର ପ୍ରଧାନ,ପ୍ରଶାନ୍ତ କୁମାର ମହାକୁଡ,ପ୍ରଦିପ କୁମାର ସାହୁ,ପ୍ରଶାନ୍ତ ପଣ୍ଡା,ସୁନିଲ କୁମାର ସାହୁ,କାହ୍ନା ସାହୁ,ଅଜିତ କୁମାର ସାହୁ,ଶୁଭମ ସାହୁ,ଶୁଭେନ୍ଦୁ କୁମାର ଶତପଥୀ,ଇନ୍ଦ୍ରମଣି ମେହେର,କୃଷ୍ଣ ଗୋବିନ୍ଦ ମହାପାତ୍ର,ସୁଧିର ପଣ୍ଡା ଓ ହେମନ୍ତ ଦାଶଙ୍କୁ ଏସପି ରାଜ ପ୍ରସାଦ ଓ ଏସଡିପିଓ କୁଲଦୀପ ମିନା ପ୍ରଦାନ କରିଥିଲେ ।
ଏହାଦ୍ୱାରା ଲୋକମାନେ ବିପଦ ସମୟରେ ଭୟମୁକ୍ତ ଭାବରେ ଅନ୍ୟମାନଙ୍କୁ ସହଯୋଗ କରିବାକୁ ପ୍ରୋତ୍ସାହିତ ହେବେ ବୋଲି ଏସପି ଶ୍ରୀ ପ୍ରସାଦ ପ୍ରକାଶ କରିଥିଲେ । ଏହି ଅବସରରେ ସୁଶିଲ କୁମାର ପ୍ରଧାନ ଜନସେବାରେ ନିଜର ଅନୁଭୁତି ପ୍ରକାଶ କରି କରିଥିଲେ । ଏହି ଅବସରରେ ଅତିରିକ୍ତ ଏସପି ମାରିୟସ ମିଞ୍ଜ,ଡିଏସପି ଡିଆଇବି କପିଳେଶ୍ୱର ବେହେରା,ବୌଦ୍ଧଥାନା ଅଧିକାରୀ ରଂଜିତ କୁମାର ମୁନି,ରିଜର୍ଭ ଇନିସପେକ୍ଟର କୁଳମଣି ଗିରି,ଭାରପ୍ରାପ୍ତ ଆରଟିଓ ଶିଶିର କୁମାର ସାହୁ,ଏମଭିଆଇ ଗୋଲାପ ଚନ୍ଦ୍ର ହାଂସଦା ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ ।
ବୌଦ୍ଧରେ ଶାନ୍ତି ପୂର୍ଣ୍ଣ ନିର୍ବାଚନ ପାଇଁ ପୁଲିସ ଓ ବିଏସଏଫର ଫ୍ଲାଗ ମାର୍ଚ୍ଚ
ବୌଦ୍ଧ, ୨୧/୪: ବୌଦ୍ଧଜିଲ୍ଲାରେ ଚଳିତ ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ନିରପକ୍ଷ ଏବଂ ଶାନ୍ତିଶୃଙ୍ଖଳାରେ ପରିଚାଳନା କରିବା ପାଇଁ ଜିଲ୍ଲା ପୁଲିସ ଓ ବିଏସଏଫ ପକ୍ଷରୁ ବୌଦ୍ଧ ସହରରେ ଫ୍ଲାଗମାର୍ଚ୍ଚ କରାଯାଇଛି ।
ବୌଦ୍ଧ ବ୍ରିଜଛକ ଠାରୁ ଏହି ଫ୍ଲାଗମାର୍ଚ୍ଚ ବାହାରି ସହର ପରିକ୍ରମା କରିଥିଲେ । ଏହି ଫ୍ଲାଗମର୍ଚ୍ଚ ସମୟରେ ଏସଡିପିଓ କୁଲଦୀପ ମୀନା ଓ ବୌଦ୍ଧ ଥାନା ଅଧିକରୀ ରଂଜିତ ମୁନୀ, ଆରଆଇ କୁଲମଣୀ ଗିରି ଏହି ଫ୍ଲାଗମାର୍ଚ୍ଚରେ ଉପସ୍ଥିତ ଥିଲେ । ଏଥିରେ ଛଅ ପ୍ଲାଟୁନ ଫୋର୍ସ ସାମିଲଥିଲେ ।
ଗୌଡଦେଇ ନିକଟରୁ ଯୁବକର ରକ୍ତ ଜୁଡୁବୁଡୁ ମୃତ ଦେହ ଉଦ୍ଧାର , ହତ୍ୟା ସନ୍ଦେହ
ବୌଦ୍ଧ,୨୧/୪ ବୌଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି ଅର୍ନ୍ତଗତ ଗୌଡଦେଇ ନିକଟରେ ପୁଲିସ ଆଜି ସକାଳେ ଏକ ଯୁବକର ରକ୍ତ ଜୁଡୁବୁଡୁ ମୃତ ଦେହ ଉଦ୍ଧାର କରିଛି । ଯୁବକକୁ କେହି ମାରି ଫିଙ୍ଗି ଦେଇ ଥିବା ଅନୁମାନ କରାଯାଉଛି । ମୃତ ଯୁବକ ଜଣକ ହେଲେ ବଘିଆପଡା ଗ୍ରାମପଞ୍ଚାୟତ ଜମୁପାଲି ଗ୍ରାମର ୫୦ ବର୍ଷିାୟା ବିଭୀଷଣ ମହାରଥି ବୋଲି ପରିବାର ଲୋକ ଚିହ୍ନଟ କରିଛନ୍ତି । ଖବର ପାଇ ସକାଳୁ ଘଟଣା ସ୍ଥଳରେ ବୌଦ୍ଧ ଏସଡିପିଓ କୁଳଦୀପ ମିନା ଓ ବୌଦ୍ଧ ଥାନା ଅଧିକାରୀ ରଂଜିତ ମୁନୀ ପହଞ୍ôଚ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
ସାଇଣ୍ଟିଫିକ ଟିମ ସକାଳୁ ତଦନ୍ତ କରିବା ସହ ସନ୍ଧ୍ୟାରେ ସନ୍ଧାନୀ କୁକୁର ପହଞ୍ôଚ ତଦନ୍ତ କରିଛନ୍ତି । ପୁଲିସ ଶବକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଏନେଇ ମୃତ ବିଭିଷଣ କୁ କେହି ହତ୍ୟା କରିଥିବା ନେଇ ପରିବାର ପକ୍ଷରୁ ବୌଦ୍ଧ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ବୌଦ୍ଧ ଥାନା ଅଧିକାରୀ ରଂଜିତ ମୁନୀଙ୍କୁ ପଚାରିବାରୁ ଏକ ମାମଲା ରୁଜ କରାଯାଇଛି ତଦନ୍ତ ଚାଲିଥିବା ପ୍ରକାଶ କରିଛନ୍ତି ।
ବୌଦ୍ଧରେ ବିଜେପିର ମିଶ୍ରଣ ସମାବେଶ:ରାଜ୍ୟରେ ଡବଲ ଇଂଜିନ ସରକାର ନିଶ୍ଚିତ,ବିଜେପିରେ ସାମିଲ ହେଲେ ବହୁ ନେତା
ବୌଦ୍ଧ,୨୧/୪ : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦିନିକଆ ବୌଦ୍ଧଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ଦୁଇଟି ନିର୍ବାଚନୀ କଣ୍ଟମାଳନିର୍ବାଚନ ମଣ୍ଡଳିର ପଲସାଗୋରା ଓ ବୌଦ୍ଧ ନିର୍ବାଚନ ମଣ୍ଡଳିର ବୁଟୁପାଲି ଠାରେ ଏକ ସମାବେଶରେ ସାମିଲ ହୋଇ ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ, ବୌଦ୍ଧ ବିଧାୟକ ପ୍ରାର୍ଥୀ ସରୋଜ ପ୍ରଧାନ ଓ କଣ୍ଟାମାଳ ବିଧାୟକ ପ୍ରାର୍ଥୀ କହ୍ନାଇ ଚରଣ ଡାଙ୍କଙ୍କ ପାଇଁ ପ୍ରଚାର କରିଥିଲେ । ପୂର୍ବାହ୍ନରେ କଣ୍ଟାମାଳ ବ୍ଲକ ପଲଶାଗୋରା ଯାତ୍ରା ପଡିଆଠାରେ ଅନୁଷ୍ଠିତ ସମାବେଶରେ ବିରାଟ ମିଶ୍ରଣ ସଭାରେ ସାମିଲ ହୋଇଥିଲେ ।
ସେଠାରୁ ବୌଦ୍ଧ ଆସି ଐତିହାସିକ ରାମେଶ୍ୱର ମନ୍ଦିର ଓ ଜଗନ୍ନାଥ ମନ୍ଦିର ଦର୍ଶନ କରିବାପରେ ବୁଟୁପାଲି ସ୍ଥିତ ତୁଳସୀ କଲ୍ୟାଣ ମଣ୍ଡପଠାରେ ଆୟୋଜିତ କର୍ମୀ ସମାବେଶରେ ଯୋଗଦେଇଥିଲେ । ବୌଦ୍ଦ ସଭାରେ ମଧ୍ୟ ଅନ୍ୟ ଦଳର ବହୁ ନେତା ବିଜେପିରେ ସାମିଲ ହୋଇଥିଲେ । ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କ ବିଫଳତା ନେଇ ବର୍ଷିବା ସହିତ ମୋଦି ସରକାର ବିଭିନ୍ନ ଜନକଲ୍ୟାଣ ଯୋଜନାରେ ରାଜ୍ୟକୁ କୋଟି କୋଟି ଟଙ୍କାର ସହାୟତା ପ୍ରଦାନ କରିଥିବା ପ୍ରକାଶ କରିଥିଲେ ।
କେବେଳ ବୌଦ୍ଧ ଜିଲ୍ଲାରେ ୩ଲକ୍ଷ ୬୦ ହଜାର ଲୋକଙ୍କୁ ମାଗଣାରେ ୫ କିଲୋ ଚାଉଳ,୬୦ ହଜାର ପରିବାରକୁ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ମାଗଣା ଗ୍ୟାସ ସଂଯୋଗ,ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୬୪ ହଜାର ଲୋକଙ୍କୁ ବାସଗୃହ ସହାୟତା,୮୭୨୨୭ ପରିବାରକୁ ପାଇଖାନା ନିର୍ମାଣ ପାଇଁ ସହାୟତା ଏବଂ ମନରେଗା ଯୋଜନାରେ ୪୦୮ ଜିଲାରେ ୩ଲକ୍ଷ ୬୦ ହଜାର ଲୋକଙ୍କୁ ମାଗଣାରେ ୫ କିଲୋ ଚାଉଳ,୬୦ ହଜାର ପରିବାରକୁ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ମାଗଣା ଗ୍ୟାସ ସଂଯୋଗ,ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୬୪ ହଜାର ଲୋକଙ୍କୁ ବାସଗୃହ ସହାୟତା,୮୭୨୨୭ ପରିବାରକୁ ପାଇଖାନା ନିର୍ମାଣ ପାଇଁ ସହାୟତା ଏବଂ ମନରେଗା ଯୋଜନାରେ ୪୦୮ କୋଟି ଟଙ୍କାର ସହାୟତା କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି । ରାଜ୍ୟରେ ୨୪ବର୍ଷ ହେଲା ମିଛ କହୁଥିବା ସରକାର, ଲୋକଙ୍କୁ ଠକୁଥବା ସରକାର ଚାଲୁଅଛି ।
ବୌଦ୍ଧରେ ଶାସକ ଦଳରୁ ଦୁଇଜଣ ନେତା ପ୍ରତିନିଧିତ୍ୱ କରୁଥିବାବେଳେ ଏଠାରେ ଚାଷ ପାଇଁ ଜଳସେଚନ ସୁବିଧା ନାହିଁ,ଉତ୍ତମ ସ୍ୱାସ୍ଥ୍ୟ ସେବା ନାହିଁ,ପାନୀୟଜଳ ସୁବିଧାନାହିଁ । ଲୋକମାନେ କାମଧନ୍ଦା ନପାଇ ଦାଦନ ଖଟିବାକୁ ଯାଉଥିବା କହିଥିଲେ । ଏବେ ବେଳ ଆସିଛି ରାଜ୍ୟରୁ ଏହି ସରକାରକୁ ହଟାଇ ଡବଲ ଇଞ୍ଜିନ ସରକାର ବସାଇବାକୁ ବୋଲି ମନ୍ତ୍ରୀ ଶ୍ରୀପ୍ରଧାନ ଆହ୍ୱାନ ଜଣାଇଥିଲେ ।
ଏହି ସମାବେଶରେ ସାଂସଦ ସୁକାନ୍ତ ପାଣିଗ୍ରାହୀ , ବୌଦ୍ଧ ବିଧାୟକ ପ୍ରାର୍ଥୀ ସରୋଜ କୁମାର ପ୍ରଧାନ,କଣ୍ଟାମାଳ ବିଧାୟକ ପ୍ରାର୍ଥୀ କହ୍ନାଇଁ ଚରଣ ଡାଙ୍ଗ, ବରିଷ୍ଠ ନେତା ଶେଷ କୁମାର ମେହର , ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ କୁମାର ରଥ, ସଂଯୁକ୍ତା ନାୟକ, ମାଗୁଣୀ ଗାଇଗୌରିଆ, ବିକାଶ ମହାକୁଡଙ୍କ ସମତେ ବହୁ ନେତା ମଞ୍ଚାସୀନ ଥିଲେ । ଜିଲ୍ଲା ପରିଷଦର ସଭ୍ୟ ରାକେଶ ତ୍ରପାଠି ମଞ୍ଚ ପରିଚାଳନା କରିଥିଲେ ।
ଗଂଜେଇ ମାମଲା ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
ବୌଦ୍ଧ,୨୧/୪ : ବୌଦ୍ଧ ଅତିରିକ୍ତ ଜିଲ୍ଲାଦୌରାଜଜ ତଥା ସ୍ପେଶାଲ ଜଜ ଶନିବାର ଦିନ ଏକ ଗଂଜେଇ ମାମଲାର ବିଚାର କରି ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ମାମଲାରୁ ପ୍ରକାଶ ଗତ ୧.୧୦. ୨୦୧୫ ରିଖରେ ବାଉଁଶୁଣୀ ଥାନା ଅଧିକାରୀ ବିଶେଷ ସୁତ୍ରରୁ ଖବର ପାଇଥିଲେ ଯେ ବାଉଁଶୁଣୀ ଥାନାର ପୋଢଖାଲ ଗ୍ରାମର ଲକ୍ଷ୍ମଣ କର୍ମୀ ନିଜ ଘରେ ଗଂଜେଇ ଚାଲାଣ ପାଇଁ ରଖିଅଛି । ଏନେଇ ଥାନା ଅଧିକାରୀ ଓ ଅନ୍ୟ ଥାନା କର୍ମଚାରୀ ସକାଳୁ ସକାଳୁ ଅଭିଯୁକ୍ତ ଲକ୍ଷ୍ମଣଙ୍କ ଘର ଉପରେ ଚଢଉ କରିଥିଲେ । ଚଢଉ ସମୟରେ ଘରେ ଏକ ବସ୍ତାରେ ଗଂଜେଇ ଥିବା ଦେଖିବାକୁ ପାଇଥିଲେ ।
ଗଂଜେଇକୁ ଓଜନ କରିବାରୁ ୪୬ କେଜି ହୋଇଥିବାବେଳେ ଜବତ କରିବା ସହ ଏକ ମାମଲା ଥାନା କେସନଂ ୮୬/୧୫ରେ ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।
ପରବର୍ତ୍ତୀ ସମୟରେ ମାମଲାଟି ଅତିରିକ୍ତ ଜିଲ୍ଲାଦୌରାଜଜ ତଥା ସ୍ପେଶାଲ ଜଜଙ୍କ ଅଦାଲତରେ ସ୍ପେଶାଲ କେସନଂ ୧/୨୦୧୬ ହୋଇ ବିଚାର ହୋଇଥିଲା । ସରକାରଙ୍କ ପକ୍ଷରୁ ୧୦ ଜଣଙ୍କ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଦାଲତ ପ୍ରମାଣ ଅଭାବରୁ ୍ର୍ରଅଭିଯୁକ୍ତ ଲକ୍ଷ୍ମଣ କର୍ମୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅଭିଯୁକ୍ତ ପକ୍ଷରୁ ମାମଲାକୁ ଆଇନଜୀବୀ ଅଶୋକ କୁମାର ସାହୁ ମାମଲାକୁ ପରିଚାଳନା କରୁଥିଲେ ।
ବୌଦ୍ଧଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ୪୫ ଡିଗ୍ରି ଟପିଲା, ରାଜ୍ୟର ସବୁଠୁ ଉତ୍ତପ୍ତ ସହର
ବୌଦ୍ଧ, ୨୧/୪: ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଜି ବୌଦ୍ଧ ଜିଲ୍ଲା ରାଜ୍ୟର ସବୁଠୁ ଉତପ୍ତ ଜିଲ୍ଲା ଭାବରେ ତାପମାତ୍ର ୪୫.୩ ଡିଗ୍ରୀ ବୋଲି ରେକର୍ଡ କରାଯାଇଛି ।
ପ୍ରବଳ ଖରା ଯୋଗୁଁ ପୁରାପୁରି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସକାଳ ୧୦ ଟାରୁ ରାସ୍ତାଘାଟ ଶୂନଶାନ ହୋଇପଡୁଥିବା ବେଳେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ବୌଦ୍ଧ ସହର ଦେଇ ଚିରସ୍ରୋତା ମହାନଦୀ ପ୍ରବାହିତ ହୋଇଥିବା ବେଳେ ଏବେ ମହାନଦୀ ପୁରାପୁରୀ ଶୁଖିଲା ପଡିଛି । ମହାନଦୀ ଶୁଖିଲା ପଡିବା ଯୋଗୁଁ ନଦୀର ବାଲି ଓ ନଦୀ ଭିତରେ ଥିବା ପଥର ଖରାର ତାପ ଯୋଗୁଁ ତାପମାତ୍ରା ବୃଦ୍ଧି ହେବାରେ ଲାଗିଛି । ଖରା ସହିତ ଝାଂଜି ପବନ ସାଙ୍ଗକୁ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ କରିପକାଉଛି ।
ସନ୍ଧ୍ୟା ୬ଟା ନହେଲା ପର୍ଯ୍ୟନ୍ତ ଘରୁ ବାହାରି ହେଉନାହିଁ । ରାସ୍ତା ଘାଟକୁ ଦେଖିଲେ ଅଘୋଷିତ କର୍ଫ୍ୟୁ ଭଳି ଲାଗୁଛି । ଆହୁରୀ ମଧ୍ୟ ବୌଦ୍ଧ ସହର ବର୍ତ୍ତମାନ ବୃକ୍ଷ ଶୁନ୍ୟ ହୋଇପଡିଛି । ସହରର ପ୍ରମୁଖ ରାସ୍ତା ଗୁଡିକ ପ୍ରଶସ୍ତି କରଣ କରାଯିବା ଯୋଗୁଁ ରାସ୍ତା କଡରେ ଥିବା ବଡ ବଡ ଗଛ ଗୁଡିକ କାଟି ଦିଆଯାଇଥିଲା । ଗଛ ଗୁଡିକ କାଟିଦିଆଯିବା ଯୋଗୁଁ ଖରାର ଉତ୍ତାପ ମଧ୍ୟ ବୃଦ୍ଧିର କାରଣ ପାଲଟିଛି । ପ୍ରଶାସନ ପକ୍ଷରୁ ମହାନଦୀରେ ଖରାଦିନେ ଯେପରି ପାଣି ଭରପୁର ରହିପାରିବ ସେ ନେଇ ପଦକ୍ଷେପ ନେବା ଏକ ପ୍ରକାର ଜରୂରୀ ହାଇପଡିଛି । ସକାଳୁଆ ଅଫିସ ଥିଲେ ମଧ୍ୟ କର୍ମଚାରୀଙ୍କ ବ୍ୟତୀତ ଜରୂରୀ କାର୍ଯ୍ୟ ନଥିଲେ କୌଣସି ସାଧାରଣଲୋକ ଆସୁନାହାନ୍ତି । ଯାତ୍ରୀବାହୀ ବସ ଗୁଡିକରେ ମଧ୍ୟ ଯାତ୍ରୀଙ୍କ ଭିଡ ନଥିବା ଦେଖାଯାଉଅଛି । ତେବେ ଚାରିପଟେ ଜଙ୍ଗଲ ଓ ନଦୀ ଘେରି ରହିଥିବା ଏହି ଜିଲ୍ଲାରେ ଅସମ୍ଭବ ଭାବରେ ତାପମାତ୍ରା ବୃଦ୍ଧି ପାଇବା କାରଣକୁ ନେଇ ପରିବେଶବିତମାନେ ଚିନ୍ତା ପ୍ରକଟ କରିଛନ୍ତି । ଦିନକୁ ଦିନ ମହାନଦୀରେ ବାଲି ପୋତି ହୋଇଚାଲିଥିବାବେଳେ ଜଳ ସଙ୍କଟ ଯୋଗୁଁ ବର୍ଷର ୮ ମାସ ମହାନଦୀ ଶୁଖିଲା ରହୁଅଛି । ସହରର ରାସ୍ତା କଡରେ ଲିମ୍ବ, ଜାମୁ , ତେନ୍ତୁଳି, ବର ଓ ପିପଳ ଗଛ ଲଗାଗଲେ ସହରରେ ଖରା ତାପ କମିବାରେ ସହାୟକ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ବରିଷ୍ଠ କିରାଣୀ
ବୌଦ୍ଧ, ୨୧/୪:ପ୍ରୋସିଡିଙ୍ଗ ଫାଇଲ କ୍ଲିଅର କରାଇ ଦେବାକୁ କହି ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗର ବରିଷ୍ଠ କିରାଣୀ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ କିରାଣୀ ଶୁକ୍ରବାର ଦିନ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ମିଳିଥିବା ସୁଚନା ମୁତାବକ ହରଭଙ୍ଗା ବ୍ଳକର ବୁରୁବୁଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଅନୁସୟା ନାଏକଙ୍କ ନାମରେ ବିଭାଗୀୟ ପ୍ରୋସିଡିଙ୍ଗ ରହିଥିଲା । ଶିକ୍ଷୟତ୍ରୀ ପ୍ରୋାସିଡିଙ୍ଗ ଫାଇଲକୁ କ୍ଳିଅର କରିବାକୁ ଦୀର୍ଘ ୬ ମାସ ହେବ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ରବିନ୍ଦ୍ର ପାଢୀଙ୍କୁ ଅନୁରୋଧ କରିଆସୁଥିଲେ । କିନ୍ତୁ କିରାଣୀ ଶ୍ରୀ ପାଢୀ ତାଙ୍କୁ ୪୦ ହଜାର ଲାଞ୍ଚ ମାଗିଥିଲେ । ପ୍ରଥମେ ୨୦ ହଜାର ଟଙ୍କା ଦେବି କାମ ସରିବା ପରେ ବାକି ଟଙ୍କା ଦେବି ବୋଲି କହି ଶିକ୍ଷୟତ୍ରୀ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଏନେଇ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଶୁକ୍ରବାର ଦିନ କିରାଣୀ ଶ୍ରୀ ପାଢୀ ହରଭଙ୍ଗା ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କର୍ମଚାରୀ ମାଡି ବସିଥିଲେ । ତାଙ୍କୁ ଠାରୁ ୨୦ ହଜାର ଟଙ୍କା ଜବତ କରିବା ତାଙ୍କ ନାମରେ ବ୍ରହ୍ମପୁର ଭିଜିଲାନ୍ସ କେସନଂ ୮/୨୪ରେ ମାମଲା ରୂୁଜୁ କରିଥିଲେ । ସଙ୍ଗେ ସଙ୍ଗେ ଭିଜିଲାନ୍ସ କର୍ମଚାରୀ ତାଙ୍କୁ ଫୁଲବାଣୀ ନେଇ ଯାଇଥିଲେ । ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଚଢଉରେ ବ୍ରହ୍ମପୁର, ଫୁଲବାଣୀ ଓ ବୌଦ୍ଧ ଭିଜିଲାନ୍ସ ବିଭାଗର କର୍ମଚାରୀ ସାମିଲ ଥିଲେ ।
ବାଇକ ଉପରେ ଚଢ଼ିଗଲା ଆମ୍ବୁଲାନସ, ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ, ରକ୍ଷାପାଇଲେ ୨ ଝିଅ

ବୌଦ୍ଧ, ୨୧/୪: ମହାନଦୀ ସେତୁ ଉପରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା କ୍ଷ ବାଇକ ଉପରେ ଚଢ଼ିଗଲା ଆମ୍ବୁଲାନସ କ୍ଷ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସୌଭାଗ୍ୟକ୍ରମେ ରକ୍ଷାପାଇଛନ୍ତି ୨ ଝିଅ କ୍ଷ ମହାନଦୀ ସେତୁ ଉପରେ ବାଇକ ସହ ସ୍ୱାମୀ-ସ୍ତ୍ରୀ ଛିଡା ହୋଇଥିବା ବେଳେ ଏକ ବେସରକାରୀ ଆମ୍ବୁଲାନସ ଦାନଵ ଗତିରେ ଆସି ବାଇକ ସହ ସ୍ୱାମୀ-ସ୍ତ୍ରୀ ଙ୍କୁ ଚାପିଦେଇଥିଲା କ୍ଷ ସୂଚନା ପ୍ରକାରେ ବୌଦ୍ଧ ଜିଲା ସଦେଇପୁର ଗ୍ରାମର ମିଟୁ ବେହେରା ଅନଗୁଳ ଜିଲା ଆଠମଲ୍ଲିକ ସ୍ଥିତ ନିଜ ଶଶୁର ଘରୁ ସ୍ତ୍ରୀ ମନୋରମ ଓ ୨ ଝିଅ ଙ୍କୁ ଧରି ବାଇକ ଯୋଗେ ନିଜ ଘରକୁ ଫେରୁଥିଲେ କ୍ଷ ଝିଅ ମାନେ ସେତୁ ଉପରୁ ନଦୀ ପାଣି ଦେଖିବାକୁ ଜିଦ କରିବାରୁ ମିଟୁ ବାଇକ ରଖି ଝିଅ ଙ୍କୁ ଓଲ୍ହାଇଥିଲେ କ୍ଷ ଝିଅ ମାନେ ସେତୁ ବାଡା ପାଖରେ ଛିଡା ହୋଇ ନଦୀ ପାଣି ଦେଖୁଥିଲେ ଓ ସ୍ୱାମୀ-ସ୍ତ୍ରୀ ବାଇକ ଉପରେ ବସି ରହିଥିଲେ କ୍ଷ ଆମ୍ବୁଲାନସ ଧକ୍କାରେ ଘଟଣାସ୍ଥଳରେ ମିଟୁଙ୍କ ମୃତ୍ୟୁ ହୋଇଥିବା ବେଳେ ବୌଦ୍ଧ ଜିଲା ମୁଖ୍ୟ ଡାକ୍ତରଖାନା ରେ ଚିକିସ୍ଛା ଧୀନ ଅବସ୍ଥାରେ ମନୋରମଙ୍କ ମୃତ୍ୟୁ ହୋଇଛି କ୍ଷ ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇ ଆମ୍ବୁଲାନସ ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି କ୍ଷ କିଆକଟା ଥାନା ପୋଲିସ ଘଟଣାର ତଦନ୍ତ କରୁଛନ୍ତି କ୍ଷ

Related Posts

Seo wordpress plugin by www.seowizard.org.