Odisha News

ସାଢ଼େ ୨ଟା ସୁଦ୍ଧା ୪୩ ଟପିଲା ତାତି, ୪୩.୬ ଡିଗ୍ରୀ ସହ ଝାରସୁଗୁଡ଼ା ଓ କେନ୍ଦୁଝର ସବୁଠୁ ଉତ୍ତପ୍ତ

ଭୁବନେଶ୍ବର,୨୧/୪: ପ୍ରବଳ ଖରାରୁ ଆଜି ବି ଆଶ୍ବସ୍ତି ମିଳିନାହିଁ। ସାରା ଓଡ଼ିଶାବାସୀ ତାତିରେ ତ୍ରାହିତ୍ରାହି ଡାକିଛନ୍ତି। ଦିନ ସାଢ଼େ ୨ଟା ୩୦ରେ ତାପମାତ୍ରା ୪୩.୬ ଡିଗ୍ରି ରେକର୍ଡ ହୋଇଛି।
ଝାରସୁଗୁଡ଼ା ଓ କେନ୍ଦୁଝରରେ ତାପମାତ୍ରା ୪୩.୬ ଡିଗ୍ରି ରେକର୍ଡ ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ହୀରାକୁଦ ଓ ରାଉରକେଲାରେ ତାପମାତ୍ରା ୪୧.୮, ସମ୍ବଲପୁରରେ ୪୧.୭, ଭୁବନେଶ୍ବର ଓ ଚାନ୍ଦବାଲିରେ୪୧.୬, ବାଲେଶ୍ବରରେ ୪୦.୫ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିବା ଆଶଙ୍କାରେ ୬ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୯ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ମୟୂରଭଞ୍ଜ, ନୟାଗଡ଼, ଅନଗୁଳ, ବୌଦ୍ଧ, କଟକ ଓ କେନ୍ଦୁଝର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଉଛି ନୂଆପଡ଼ା, ସୁବର୍ଣ୍ଣପୁର, ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, ବରଗଡ଼ ଓ ରାୟଗଡ଼ା। ୬ଟି ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।
ସେଗୁଡ଼ିକ ହେଉଛି କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରି।
ସେହିଭଳି ୨୨ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର ଓ ଅନୁଗୁଳ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ବାଲେଶ୍ବର, ଯାଜପୁର, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
୨୩ ଓ ୨୪ ତାରିଖରେ ରାଜ୍ୟର କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଏବଂ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଗ୍ରୀଷ୍ମପ୍ରବାହକୁ ଦେଖି ସ୍ବତନ୍ତ୍ର ରିଲିଫ୍ କମିସନର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।

Related Posts

Seo wordpress plugin by www.seowizard.org.