Odisha News

ସାଙ୍ଗମାନଙ୍କ ଆଗରେ ଭାସି ଗଲେ, ହୋଲି ଖେଳ ସାରି ଗାଧୋଇବା ବେଳେ ୨ ନିଖୋଜ

ବଲାଙ୍ଗୀର/ନିଶ୍ଚିନ୍ତକୋଇଲି,୮/୩: ସମଗ୍ର ଦେଶ ସହିତ ଓଡ଼ିଶାରେ ମଧ୍ୟ ବୁଧବାର ରଂଗର ପର୍ବ ‘ହୋଲି’ ଧୁମ୍ଧାମରେ ପାଳିତ ହୋଇଯାଇଛି। ତେବେ ହୋଲି ଖେଳ ପରେ ଅତ୍ୟଧିକ ଖୁସି କିଛି ଲୋକଙ୍କ ପାଇଁ ଦୁଃଖ ଆଣି ଦେଇଛି। ବଲାଙ୍ଗୀର ସହର ଏବଂ କଟକ ଜିଲ୍ଲା ନିଶ୍ଚିତକୋଇଲିରେ ଅଘଟଣ ଘଟିଛି। ହୋଲି ଖେଳ ପରେ ସାଙ୍ଗମାନଙ୍କର ସହିତ ଗାଧୋଇବା ସମୟରେ ୨ ଜଣ ଯୁବକ ପାଣିରେ ବୁଡ଼ି ଯାଇଛନ୍ତି। ବଲାଙ୍ଗୀର ସହରରେ ଜଣେ ଯୁବକ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଥିଲା ବେଳେ ନିଶ୍ଚିତକୋଇଲିରେ ନଦୀରେ ନିଖୋଜ ଅଛନ୍ତି ଅନ୍ୟ ଜଣେ ଯୁବକ।
ସୂଚନା ଅନୁସାରେ ଆଜି ଅପରାହ୍ଣ ସମୟରେ ହୋଲି ଖେଳି ସାରି ବୁହାଳ ଗାଁର ରାଜକୁମାର ସେନାପତି ଅନ୍ୟମାନଙ୍କ ସହିତ ନିଶ୍ଚିନ୍ତକୋଇଲିର ନାଗାମଠ ନିକଟ ଦେଇ ପ୍ରବାହିତ ଲୁଣାନଦୀରେ ଗାଧୋଇବାକୁ ଯାଇଥିଲେ। କୌଣସି କାରଣରୁ ତାଙ୍କୁ ଜଳର ସ୍ରୋତ ଭସାଇ ନେଇଥିଲା। ଅନ୍ୟମାନେ ଅଗ୍ନିଶମ ବିଭାଗକୁ ନିଖୋଜ ଯୁବକ ସଂପର୍କରେ ସୂଚନା ଦେଇଥିଲେ। ରିପୋର୍ଟ ଲେଖାଯିବା ବେଳକୁ ରାଜକୁମାରଙ୍କୁ ଅଗ୍ନିଶମ ବାହିନୀ ଖୋଜା ଜାରି ରଖିଛନ୍ତି।
ସେହିପରି ବଲାଙ୍ଗୀର ଟାଉନ୍ ଥାନା ଅନ୍ତର୍ଗତ କନ୍ଧପାଲିପଡ଼ା ଗାଁ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ସଂପୃକ୍ତ ଯୁବକ ହୋଲି ଖେଳି ସାରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେ ପାଣିରେ ବୁଡ଼ି ଯାଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିଚୟ ମିଳି ନାହିଁ।

Related Posts

Seo wordpress plugin by www.seowizard.org.