Home Posts tagged cuttack odisha
Odisha News
କଟକ, ୨୩/୪: ଓଆରଏଚଡିସି ଦୁର୍ନୀତି ମାମଲାରେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ।ଏହି ମାମଲାରେ ମୋକିମଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରି ସୁପ୍ରିମକୋର୍ଟ ଓଡ଼ିଶା ଭିଜିଲାନ୍ସକୁ ନୋଟିସ୍ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ। ହାଇକୋର୍ଟ ରାୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ମୋକିମ।ବାରବାଟୀ-କଟକ ବିଧାୟକ ଭାବେ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଓଡ଼ିଶା ହାଇକୋର୍ଟ ଅସିଦ୍ଧ ଘୋଷଣା କରିବା ପରେ Continue Reading
Odisha News
କଟକ, ୯/୨ : ଲିଙ୍ଗ ନିରୁପଣ ଅଭିଯୋଗରେ ଜଣେ ଡାକ୍ତରଙ୍କ ଘରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଛି। କଟକ ଫ୍ରେଣ୍ଡସ୍ କଲୋନୀରେ ଥିବା ଜଣେ ଡାକ୍ତରଙ୍କ ଘରେ ଏହି ରେଡ୍ ହୋଇଛି। ଏହି ରେଡରେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ସହ ଉପଜିଲ୍ଲାପାଳ ମଧ୍ୟ ସାମିଲ ଥିଲେ।ରେଡ ବେଳେ ଟଙ୍କା ଭର୍ତ୍ତି ବ୍ୟାଗ୍ ଓ ଲିଙ୍ଗ ନିରୁପଣ ମେସିନ ଜବତ କରିବା ସହ ଜଣେ ରୋଗୀଙ୍କୁ ଉଦ୍ଧାର କରିଛି ସ୍ୱାସ୍ଥ୍ୟ ବିଭାଗ।ଡାକ୍ତର ଜଣଙ୍କ ଦେବଗଡ଼ ସରକାରୀ […]Continue Reading
Odisha News
କଟକ,୩୧/୧୨: ଡିଜିପି ଭାବେ ଆଜି ଦାୟିତ୍ୱ ନେଇଛନ୍ତି ଅରୁଣ ଷଡଙ୍ଗୀ । ୧୯୯୦ ବ୍ୟାଚର ଆଇପିଏସ୍ ଅଫିସର ଅରୁଣ ଷଡଙ୍ଗୀ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଅତିରିକ୍ତ ଡିଜିପି ଭାବେ ଦାୟିତ୍ୱ ନେଇଛନ୍ତି । ନୂଆ ଡିଜିପି ନିଯୁକ୍ତ ହେବା ପର୍ଯ୍ୟନ୍ତ ସେ ଦାୟିତ୍ୱରେ ରହିବେ ବୋଲି ଜଣାପଡିଛି ।ଶ୍ରୀ ଷଡ଼ଙ୍ଗୀ ବର୍ତ୍ତମାନ ବିଜୁ ପଟ୍ଟନାୟକ ଷ୍ଟେଟ୍ ପୁଲିସ ଏକାଡେମୀ(ବିପିଏସ୍ପିଏ)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି। ବିପିଏସପିଏ ନିର୍ଦ୍ଦେଶକ ସହ ସେ ପୁଲିସ ବିଭାଗର Continue Reading
Odisha News
କଟକ,୨୧/୧୨: କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ବିବାଦରେ ଆଜି ନୂଆ ମୋଡ ଆସିଛି ।ଆଜି ହାଇକୋର୍ଟ ଅନୁଭବଙ୍କୁ ବିବାହ ବିଛେଦ ପାଇଁ ଅନୁମତି ଦେଇଛନ୍ତି । କେବଳ ଅନୁମତି ଦେଇନାହାନ୍ତି ବରଂ ପରିବାର ଅଦାଲତର ବିବାହ ବିଛେଦ ରାୟକୁ ଖାରଜ ମଧ୍ୟ କରିଛନ୍ତି । ମିଳିଥିବା ସୂଚନା ମୁତାବକ ତଳ କୋର୍ଟ ପୂର୍ବରୁ ଏହି ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଥିଲେ । ଏହାକୁ ଚ୍ୟାଲେଞ୍ଜ କରି […]Continue Reading
Odisha News
କଟକ,୧୩/୧୨: ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର ଆସିଛି। ଆସନ୍ତା ଫେବ୍ରୁଆରି ୨୦ ତାରିଖ ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ମାର୍ଚ୍ଚ ୪ ତାରିଖ ପର‌୍ୟ୍ୟନ୍ତ ଜାରି ରହିବ। ଏନେଇ ସାମ୍ବାଦିକ ସମ୍ମିଳନୀରେ ବୁଧବାର ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ସୂଚନା ଦେଇଛନ୍ତି।ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ଫେବ୍ରୁଆରି ୨୦ (ମଙ୍ଗଳବାର)ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ (ସୋମବାର) ଯାଏଁ ଚାଲିବ। ମାଟ୍ରିକ୍ Continue Reading
Odisha News
ବାଙ୍କୀ, ୧୧/୧୨ : ବିବାହ ଭୋଜିରୁ ଘରକୁ କାରରେ ଫେରୁଥିଲେ। ଅଧା ବାଟରେ ଗଛରେ ପିଟିହେଲା କାର୍। ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ରଣଶଙ୍ଖ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ଯୁବକଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଗତକାଲି ବିଳମ୍ବିତ ରାତିରେ ୩ ଜଣ ଯୁବକ ବିବାହ ଭୋଜିରୁ ଯୋଗ ଦେଇ ଏକ କାର୍ରେ ବାଙ୍କୀରୁ ଆଠଗଡ଼ ନିଜ ଘରକୁ […]Continue Reading
Odisha News
କଟକ,୮/୧୨: କଟକର ପିଠାପୁର ସ୍ଥିତ ତାରଚାନ୍ଦପାଟଣାରେ ଭୋରରୁ ଏଲ୍ପିଜି ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ହୋଇଛି। ରୋଷେଇ କାର୍ଯ୍ୟ ଚାଲୁଥିବା ବେଳେ ଗ୍ୟାସ୍ ଲିକ୍ ହୋଇ ହଠାତ୍ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ ଏକ ପରିବାରର ୩ ଜଣ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି।ଖବର ପାଇ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ।Continue Reading
Odisha News
କଟକ,୬/୧୨: ଆହୁରି ସହଜ ହେବ ମାଟ୍ରିକ୍ ପରୀକ୍ଷା। ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଦିଆଯିବ ନମୁନା ପ୍ରଶ୍ନପତ୍ର। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୪ ଦଶମ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଛି।ଏହି ପ୍ରଶ୍ନପତ୍ର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିବାକୁ ମାଧ୍ୟମିକ ଶିକ୍ଷାନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମାଧ୍ୟମିକ Continue Reading
Odisha News
କଟକ ,୨୩/୧୧: କଳା, ସଂସ୍କୃତି, ଐତିହ୍ୟ, ବାଣିଜ୍ୟର ସମାହାର ହେଉଛି କଟକ ବାଲିଯାତ୍ରା। ଏହାର ଗୌରବମୟ ଇତିହାସ ରହିଛି। ମାତ୍ର ବର୍ଷ ବର୍ଷ ଧରି ଚାଲି ଆସୁଥିବା ଏହି ଐତିହାସିକ ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା।ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହି ଏଥିନିମନ୍ତେ କେନ୍ଦ୍ରକୁ ଦାୟୀ କରିଛନ୍ତି କଟକ ମେୟର ସୁବାସ ସିଂ। ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମେୟର କହିଛନ୍ତି ପ୍ରଧାନମନ୍ତ୍ରୀ ବିଦେଶରେ ବାଲିଯାତ୍ରା କଥା କହୁଛନ୍ତି, ଅଥଚ Continue Reading
Odisha News
କଟକ,୧୨/୧୧: ନଦୀରୁ ପୁଅକୁ ଉଦ୍ଧାର କରିବା ବେଳେ ବୁଡ଼ିଯାଇ ବାପାଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, କଟକ ନିକଟ ନରାଜ କୈବର୍ତ୍ତସାହି ନଦୀଘାଟକୁ ଆଜି ସକାଳେ ଶରତ ସାହୁ ନାମକ ଜଣେ ଯୁବକ ନିଜର ୮ ବର୍ଷର ପୁଅକୁ ସାଙ୍ଗରେ ଧରି ନଦୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ଉଭୟେ ଗାଧୋଇବା ସମୟରେ ଅସାବଧାନତାବଶତଃ ପୁଅ ନଦୀ ଭିତରକୁ ଚାଲିଯାଇଥିଲା। ଏଣେ ପୁଅକୁ ରକ୍ଷା କରିବାକୁ ଯାଇଥିଲେ ଶରତ।ପୁଅକୁ ସୁରକ୍ଷିତଭାବେ ନଦୀକୂଳକୁ ଫେରାଇ ଆଣିବାରେ ସେ Continue Reading
Seo wordpress plugin by www.seowizard.org.