Odisha News

ସମ୍ବଲପୁର : ରେଲୱେ ଟ୍ରାକ୍ ଉପରେ ମାଡ଼ିଗଲା ଯାତ୍ରୀବାହୀ ବସ୍

ସମ୍ବଲପୁର,୮/୭: ସମ୍ବଲପୁର ସ୍ଥିତ ଲକ୍ଷ୍ମୀଡୁଙ୍ଗୁରୀ ନିକଟରେ ରେଳ ଲାଇନକୁ ଏକ ବସ୍ ମାଡ଼ିଯାଇଥିବାର ଖବର ମିଳିଛି। ତେବେ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି।
ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଭୁବନେଶ୍ବରରୁ ବରଗଡ଼ ଆସୁଥିବା ନଡ଼ିଆରାଣୀ ବସ୍ ଭାରସାମ୍ୟ ହରାଇ ସମ୍ବଲପୁର ସ୍ଥିତ ଲକ୍ଷ୍ମୀଡୁଙ୍ଗୁରୀ ନିକଟରେ ରେଳ ଲାଇନକୁ ମାଡ଼ିଯାଇଥିଲା। ୧୦ ସେକେଣ୍ଡ ପୂର୍ବରୁ ସେହି ଲାଇନରେ ଏକ ମାଲବାହୀ ଟ୍ରେନ୍ ଯାଇଥିଲା। ବୋଧହୁଏଏହି କାରଣରୁ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ବସ୍।
ବସ୍ ଦୁର୍ଘଟଣା ପରେ ଟ୍ରେନ ଲାଇନ ନିକଟରେ ପଡ଼ିଥିଲା। ଏହି କାରଣରୁ ଟ୍ରେନଗୁଡ଼ିକ ଅନ୍ୟ ଟ୍ରାକରେ ଚଳାଚଳ କରୁଥିଲା। କ୍ରେନ୍ ଜରିଆରେ ବସଟି କଢାଯିବା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଛି। ଟ୍ରାକ ଉପରକୁ ସମ୍ପୂର୍ଣ୍ଣ ଭାବେ ମାଡ଼ିନଥିବାରୁ ବଡ଼ ଅଘଟଣରୁ ବର୍ତ୍ତି ଯାଇଛି। ଘଟଣାସ୍ଥଳରେ ରେଳ କର୍ମଚାରୀ ଓ କ୍ଷେତରାଜପୁର ପୁଲିସ ପହଞ୍ଚି ବସ୍କୁ ଟ୍ରାକରୁ ସ୍ଥାନାନ୍ତର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ବସଟି ଦ୍ରୁତଗତିରେ ଆସୁଥିବା ହେତୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି।

Related Posts

Seo wordpress plugin by www.seowizard.org.