Odisha News

ଶ୍ରୀମନ୍ଦିର ଗର୍ଭଗୃହ ଭିତରେ ଖସିଲା ଚୂନ, ଶ୍ରୀଜିଉଙ୍କ ଶ୍ରୀଅଙ୍ଗକୁ ସ୍ପର୍ଶ କରିନାହିଁ

ପୁରୀ,୩/୮: ଶ୍ରୀମନ୍ଦିର ଗର୍ଭଗୃହରେ ଖସିଛି କେମିକାଲ ଯୁକ୍ତ ପ୍ଳାଷ୍ଟର। ପ୍ରାୟ ଦେଢ କିଲୋଗ୍ରାମ ଓଜନର ଏକ କେମିକାଲ ଯୁକ୍ତ ପ୍ଳାଷ୍ଟର ଖସିଥିବା ସୂଚନା ମିଳିଛି। ପ୍ଳାଷ୍ଟରଟିକୁ ବଡଠାକୁର ଶ୍ରୀ ବଳଭଦ୍ରଙ୍କ ପଛପଟ ପରିକ୍ରମାରୁ ଠାବ କରାଯାଇଛି।ପ୍ଳାଷ୍ଟରଟି ଖସିବା ପରେ ଚୁନା ହୋଇଯାଇଥିଲ।
ଗତକାଲି ପଥରଟିକୁ ଠାବ କରିବା ସହ ଗାରଦରେ ଜିମା ଦିଆଯାଇଛି। ତେବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଆଘାତ ଲାଗିନାହିଁ।
ପଥର ଖସିବାକୁ ନେଇ ଚର୍ଚ୍ଚା ହେବା ପରେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଏହା ପଥର ନୁହଁ ଚୁନପଥର ବା ପ୍ଳାଷ୍ଟର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।
ମହାପ୍ରଭୁ ଶ୍ରୀଗୁଣ୍ଡିଚା ଯାତ୍ରା କରିବା ପରେ ଏଏସଆଇ ଓ ବିଶେଷଜ୍ଞ ଟିମ୍ ଦ୍ୱାରା ଗର୍ଭଗୃହ ଯାଞ୍ଚ ହେବା ସହ ମରାମତି କରାଯାଇଥିଲା। ତେବେ ରତ୍ନବେଦୀରେ ଯେଉଁ ମରାମତି କାର‌୍ୟ୍ୟ କରାଯାଇଥିଲା ବୋଧହୁଏ ସେଥିପାଇଁ ଚୁନପଥର ଖସିଥାଇ ପାରେ ବୋଲି ଆଶଙ୍କା କରାଯାଉଛି।

Related Posts

Seo wordpress plugin by www.seowizard.org.