Odisha News

ଶ୍ରୀକ୍ଷେତ୍ରକୁ ଆସୁଥିଲା ୩କୋଟି ଟଙ୍କାର ଧଳା ଜହର, ମାଡ଼ି ବସିଲା ପୁଲିସ

ପୁରୀ, ୧୪/୫: ପୁରୀ ମଙ୍ଗଳାଘାଟ ଛକରୁ ୩ କେଜି ବ୍ରାଉନସୁଗାର ଜବତ କରାଯିବା ସହ ଏହି ମାମଲାରେ ତିନିଜଣଙ୍କୁ ଗିରଫ କରାଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୩ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ସୂଚନା ଅନୁଯାୟୀ, ପୁରୀ ଏସଟିଏଫ ଏବଂ ବାସେଳି ସାହି ଥାନା ପୁଲିସ୍ ମିଳିତ ଭାବେ ଆଜି ସକାଳେ ଏକ ମାରୁତି ଅଲ୍ଟୋ କାରକୁ ପିଛା କରି ମଙ୍ଗଳାଘାଟ ଛକରେ ଧରିବାରେ ସଫଳ ହୋଇଥିଲେ। ସେହି କାରରୁ ୩.୧୯୨ କିଲୋଗ୍ରାମ୍ ଓଜନର ବ୍ରାଉନ୍ ସୁଗାର ଜବତ କରାଯାଇଥିଲା। ଏହି ମାମଲାରେ ସୁଶାନ୍ତ ପଟ୍ଟନାୟକ ଓରଫ ନଣ୍ଡା(୨୨), ରାଜକିଶୋର ସାହୁ(୨୪) ଓ ମାନସ ସାହୁଙ୍କୁ ଗିରଫ କରାଯାଇଛି। ଏମାନେ ସମସ୍ତେ ପୁରୀର ଯୁବକ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ଏସପି ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କୁ ଆଜି କୋର୍ଟଚାଲାଣ କରାଯିବ।
ଅଭିଯୁକ୍ତମାନଙ୍କଠାରୁ ୨୦ ହଜାର ଟଙ୍କା, ୪ଟି ମୋବାଇଲ୍ ଫୋନ୍ ଗୋଟିଏ ଓଜନ ମେସିନ୍ ଓ ଏକ ଧୂସର ରଙ୍ଗ ମାରୁତି ଅଲ୍ଟୋ କାର ଜବତ କରାଯାଇଛି। ଏନେଇ ଅଧିକ ତଦନ୍ତ ଚାଲିଛି।

Related Posts

Seo wordpress plugin by www.seowizard.org.