Odisha News

ଶୋଇଥିବା ପୁଅକୁ ଉଠାଇ ଟାଙ୍ଗିଆରେ ହାଣିଲା ବାପା

ଦେବଗଡ଼ ୧୮/୫ : ସଂପର୍କରେ ଦାଗ । ବୁଝିଲାନି ବାପା ଓ ପୁଅର ସଂପର୍କ । ନିଶାସକ୍ତ ଅବସ୍ଥାରେ ବାପାର ଟାଙ୍ଗିଆ ଚୋଟରେ ପୁଅର ମୃତ ଘଟିଛି।
ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ ଥାନା ଅନ୍ତର୍ଗତ ଗୁଣ୍ଡୁରିପୋଷି ଗ୍ରାମରେ । ମୃତକ ହେଲେ ଗୋଲବଦନ ପାତ୍ର, ତାଙ୍କ ବୟସ ୩୨ ବର୍ଷ ବୋଲି ଅନୁମାନ କରାଯାଉଛି ।
ଖବର ଅନୁଯାୟୀ, ଦେବଗଡ ଥାନା ଅନ୍ତର୍ଗତ ଗୁଣ୍ଡୁରିପୋଷି ଗ୍ରାମର ମୁଚି ପାତ୍ର ଓ ତାଙ୍କର ପୁଅ ଗୋଲବଦନ ମଧ୍ୟରେ ମଙ୍ଗଳବାର ବିଳମ୍ବିତ ରାତିରେ କୌଣସି କାରଣରୁ ବଚସା ହୋଇଥିଲା ।
ତେବେ ନିଶାସକ୍ତ ଅବସ୍ଥାରେ ଥିବା ବାପା ମୁଚି ତାଙ୍କର ପୁଅ ଗୋଲବଦନକୁ ଏକ ଟାଙ୍ଗିଆ ସାହାଯ୍ୟରେ ଆକ୍ରମଣ କରିଥିଲେ ।
ଫଳରେ ଟାଙ୍ଗିଆ ଚୋଟରେ ଗୋଲବଦନଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଖବରପାଇ ଦେବଗଡ ଥାନା ପୁଲିସ ଏବଂ ସାଇଣ୍ଟିଫିକ ଟିମ ପଂହଚି ଶବ ଓ ରକ୍ତ ଭିଜା ଟାଙ୍ଗିଆ ଜବତ କରିବା ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ବାପା ମୁଚିକୁ ପୁଲିସ ଅଟକ ରଖି ପଚାରାଉଚୁରା ଜାରି ରଖିଛି ।
ସେହିପରି ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ତଦନ୍ତକୁ ଜୋରଦାର କରାଯିବ ବୋଲି ସୂଚନା ମିଳିଛି ।
ଏପିରିକି ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ନେଇପାରେ ପୋଲିସ ।

Related Posts

Seo wordpress plugin by www.seowizard.org.