Odisha News Sports News

ଶୁବମନଙ୍କ ଶତକ, ଇଂଲଣ୍ଡ ଆଗରେ ୩୯୯ ରନର ଟାର୍ଗେଟ

ବିଶାଖାପାଟଣା,୪/୨ : ରୋମାଞ୍ଚକର ସ୍ଥିତିରେ ପହଞ୍ଚିଯାଇଛି ବିଶାଖାପାଟଣା ଟେଷ୍ଟ। ମ୍ୟାଚର ୩ୟ ଦିନରେ ଭାରତ ନିଜର ୨ୟ ଇନିଂସରେ ୨୫୫ରନରେ ଅଲଆଉଟ ହୋଇଯାଇଛି । ଫଳରେ ବିଜୟ ପାଇଁ ୩୯୯ ରନ ଆବଶ୍ୟକ କରୁଛି ଇଂଲଣ୍ଡ ।
ଆଜିର ମ୍ୟାଚରେ ଭାରତ ନିଜର ଗତକାଲିର ସ୍କୋର ୨୮/୦ରୁ ଆଗକୁ ଖେଳିବା ଆରମ୍ଭ କରିଥିଲା । ତେବେ ଏହି ଇନିଂସରେ ବି ଅଧିନାୟକ ରୋହିତ ଶର୍ମା ବଡ଼ ସ୍କୋର କରିପାରିନଥିଲେ ଓ ମାତ୍ର ୧୩ ରନରେ ଆଉଟ ହୋଇଥିଲେ । ସେହିପରି ପ୍ରଥମ ଇନିଂସରେ ଦ୍ବିଶତକ ଲଗାଇଥିବା ଯଶସ୍ବୀ ଜୟସ୍ବାଲ ମାତ୍ର ୧୭ ରନ କରି ଆଉଟ ହୋଇଥିଲେ । ତେବେ ଶୁଭମନ ଗିଲ୍ ଲଢୁଆ ବ୍ୟାଟିଂ କରି ନିଜର ଶତକ ପୂରଣ କରିଥିଲେ । ସେ ଶ୍ରେୟସ ଆୟର ଓ ଅକ୍ଷର ପଟେଲଙ୍କ ସହ ମିଶି ଉପଯୋଗୀ ପାର୍ଟନରସିପ କରିଥିଲେ । ଆୟର ୨୭ ରନ ଓ ଅକ୍ଷର ୪୫ ରନ କରିଥିଲେ । ସେହିପରି ଆର.ଅଶ୍ବୀନ ୨୯ ରନ କରିଥିଲେ ।
ଏହି ମ୍ୟାଚରେ ଟସ ଜିତି ଭାରତ ବ୍ୟାଟିଂ କରିଥିଲା ଓ ନିଜର ପ୍ରଥମ ଇନିଂସରେ ୩୯୬ ରନ କରିଥିଲା । ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୨୫୩ ରନ କରି ଅଲଆଉଟ ହୋଇଯାଇଥିଲା ।

Related Posts

Seo wordpress plugin by www.seowizard.org.