Odisha News

ଶିଶୁ ମଙ୍ଗଳ କମିଟି ର ଅଧ୍ୟକ୍ଷ ଓ ସଦସ୍ୟ ସଦସ୍ୟା ଙ୍କ ଯୋଗଦାନ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୩/୫ : ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶା ସରକାର ଙ୍କ ବିଜ୍ଞପ୍ତି ସଂଖ୍ୟା ୯୬୩୦ ତାରିଖ ୧୨.୦୫.୨୦୨୩ ଅନୁସାରେ ଆଜି ବୌଦ୍ଧ ଜିଲ୍ଲା ର ଶିଶୁ ମଙ୍ଗଳ କମିଟି ର ଅଧ୍ୟକ୍ଷ ଭାବେ ଶ୍ରୀଯୁକ୍ତ ଦାମୋଦର ସାହୁ ଦାୟିତ୍ଵ ଗ୍ରହଣ କରିଥିବା ବେଳେ ସଦସ୍ୟ ଭାବେ ଶ୍ରୀଯୁକ୍ତ ରାଜୀବ ନାୟକ ଏବଂ ପ୍ରମୋଦ କୁମାର ସାହୁ ସଦସ୍ୟା ଭାବରେ ଶ୍ରୀମତୀ ପୁଷ୍ପୁତା ପ୍ରଧାନ ଓ ଶ୍ରୀମତୀ ପ୍ରିୟ ଦର୍ଶନି ପୁରୋହିତ ଦାୟିତ୍ଵ ଗ୍ରହଣ କରିଛନ୍ତି।
ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ ଉପସ୍ଥିତି ରେ କମିଟି ଦାୟିତ୍ଵ ଗ୍ରହଣ କରିଥିଲେ। ଦାୟିତ୍ଵ ଗ୍ରହଣ ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଦାରିଦ୍ର‌୍ୟ ଭଞ୍ଜନ ମଦନମୋହନ ପାତ୍ର, ମୁଖ୍ୟ ଉନ୍ନୟନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ମେହେର ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାହୁଲ ପ୍ରଧାନ ଉପସ୍ଥିତ ଥିଲେ।
Drdaconferace ହଲ ଠାରେ ବିଭିନ୍ନ ବିଭାଗ ସହଯୋଗିତା ମାଧ୍ୟମରେ ମିଶନ୍ ଶକ୍ତି ସହାୟତାରେ ସୋୟମ ସହାୟକ ଦଳମାନଙ୍କ ପାଇଁ ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜିତ
ବୌଦ୍ଧ,୨୩/୫ : ଆଦ୍ୟ ତା୨୩,୫,୨୦୨୩ ରିଖ Drdaconferace ହଲ ଠାରେ ବିଭିନ୍ନ ବିଭାଗ ସହଯୋଗିତା ମାଧ୍ୟମରେ ମିଶନ୍ ଶକ୍ତି ସହାୟତାରେ ସୋୟମ ସହାୟକ ଦଳମାନଙ୍କ ପାଇଁ ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ, ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ଅବିନାଶ ପାଣ୍ଡିଆ, ସମନ୍ଵିତ ଶିଶୁ ଅଧିକାରିଣୀ ଶ୍ରୀମତୀ, ମିନତି ଦେଓ, ଜିଲ୍ଲାସ୍ତରୀୟ ମିଶନ ଶକ୍ତି ଅଧିକାରୀ ଶ୍ରୀ ଦେବଦୂତ ମିଶ୍ର,ଜିଲ୍ଲା ମସ୍ଥ୍ୟ ବିଭାଗ ଅଧିକାରୀ ଶ୍ରୀମତୀ ଲିପ୍ସା ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।୧୫୦ ଜଣ ସୋୟଂ ସହାୟକ ଦଳର ମା ମାନେ ୯ ଟି ଗ୍ରାମପଞ୍ଚାୟତ,crp,mbk ମାନେ ଯୋଗ ଦେଇଥିଲେ। ମିଶନ ଶକ୍ତି ବ୍ଲକ୍ ସଂଯୋଜିକା ଶ୍ରୀମତୀ ସସ୍ମିତା ବାଦି, olm ର bpm ଶ୍ରୀ ସତ୍ୟବପ୍ରକାଶ ବଘା ର, ମଞ୍ଚ ପରିଚାଳନା କରି ଥିଲେଏବଂ ବିଜୟ କୁମାର ଭୋଇ କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିଥିଲେ।

Related Posts

Seo wordpress plugin by www.seowizard.org.