ଲିକ୍ ହେଲା ଗ୍ୟାସ ସିଲିଣ୍ଡର, ୩ ଗୁରୁତର

କଟକ,୮/୧୨: କଟକର ପିଠାପୁର ସ୍ଥିତ ତାରଚାନ୍ଦପାଟଣାରେ ଭୋରରୁ ଏଲ୍ପିଜି ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ହୋଇଛି। ରୋଷେଇ କାର୍ଯ୍ୟ ଚାଲୁଥିବା ବେଳେ ଗ୍ୟାସ୍ ଲିକ୍ ହୋଇ ହଠାତ୍ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ ଏକ ପରିବାରର ୩ ଜଣ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି।
ଖବର ପାଇ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ।