Odisha News

ରାଜ୍ୟ ସରକାଙ୍କ ଉପରେ ଖୁବ୍ ବର୍ଷିଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା

ଭୁବନେଶ୍ୱର, ୨୮ ।୧୧: ଓଡ଼ିଶା ଗସ୍ତରେ ଥିବା ବିଜେପି ରାଷ୍ଟ୍ରୀ ସଭାପତି ଜେ.ପି ନଡ୍ଡା ଆଜି ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ତୁମୁଡ଼ିବନ୍ଧ ସଭାରେ ବିଭିନ୍ନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ନଡ୍ଡା । ପ୍ରଦେଶର ହିତ କଥା କହୁଥିବା ନବୀନ ବାବୁ ଆୟୁଷ୍ମାନ ଭାରତ ଯୋଜନାରୁ ୬୦ ଲକ୍ଷ ଲୋକଙ୍କୁ ବଞ୍ଚିତ କରୁଛନ୍ତି । ମୋଦି ସ୍ୱାସ୍ଥ୍ୟସେବା ଦେବାକୁ ଚାହୁଁଛନ୍ତି ହେଲେ ନବୀନ ସେଥିରେ ବାଧା ସୃଷ୍ଟି କରୁଛନ୍ତି । ଏଭଳି ସରକାରକୁ ଏଠାରେ ରଖାଯିବା ଉଚିତ କି ବୋଲି ପଚାରିଲେ ନଡ୍ଡା । ଏଭଳି ସରକାରକୁ ଆଗାମୀ ନିର୍ବାଚନରେ ହଟାଇବାକୁ ଆହ୍ୱାନ ଦେଲେ ।ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ କାମ କରିଛନ୍ତି କହିଲେ ନଡ୍ଡା । ଦେଶରେ ସର୍ବାଧିକ ୮୭ଟି ଏକଲବ୍ୟ ଆବାସିକ ସ୍କୁଲ ଓଡ଼ିଶାରେ ହୋଇଛି । ୩ ଶହ କୋଟି ଟଙ୍କାରେ ଭୁବନେଶ୍ୱର ରେଳ ଷ୍ଟେସନ ଚକାଚକ୍ ହେଉଛି । ପ୍ରତି ଘରକୁ ଟ୍ୟାପ୍ ପାଣି ପାଇଁ ୩୩୨୩ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ।
ଅନ୍ୟପଟେ ରତ୍ନ ଭଣ୍ଡାର କଥା ଉଠାଇ ନବୀନଙ୍କୁ ସିଧା ନିଶାନା କଲେ ଜେପି ନଡ୍ଡା । ରତ୍ନଭଣ୍ଡାରକୁ ସୁରକ୍ଷିତ ରଖିବା କାମ କାହିଁକି କରାଯାଉନି । ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା, ନବୀନଙ୍କୁ ଜବାବ ଦେବାକୁ ହେବ । ନବୀନ କହିଥିଲେ ଓଡ଼ିଆ ୟୁନିଭର୍ସିଟି କରିବେ, ତାହା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ନଡ୍ଡା ।
ଖାଲି ସେତିକି ନୁହେଁ ଏନ୍‌ସିଆବି ରିପୋର୍ଟ ଅନୁସାରେ ମହିଳା ନିର‌୍ୟାତନା ଓଡ଼ିଶାରେ ଦ୍ୱିଗୁଣିତ ବୋଲି କହି ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲେ ନଡ୍ଡା । ସବୁଠାରୁ ଅଧିକ ମହିଳା ଚାଲାଣ, ମାନବ ଚାଲାଣ ଓଡ଼ିଶାରୁ ହେଉଛି । ମହିଳା ଚାଲାଣରେ ଓଡ଼ିଶା ଦେଶରେ ସବୁଠାରୁ ଆଗରେ । ଓଡ଼ିଶା ପୋଲିସ ଉପରେ ମଧ୍ୟ ସବୁଠାରୁ ଅଧିକ ଆକ୍ରମଣ ହୋଇଛି । ରକ୍ଷକ ଭକ୍ଷକ ଥିଲା, ଏବେ ରକ୍ଷକ ନିଜେ ଅସୁରକ୍ଷିତ ହୋଇପଡ଼ିଛି କହିଲେ ନଡ୍ଡା । ଯେଉଁଠି ରକ୍ଷକ ନିଜେ ଅସୁରକ୍ଷିତ, ସେ ସୁରକ୍ଷା ଦେବ କେମିତି । ଏହା ଏଭଳି ଏକ ପ୍ରଦେଶ, ଯେଉଁଠି ସରକାର କିଏ ଚଳାଉଛି ଜଣାପଡୁନି । ଏଭଳି ସରକାରକୁ ଛୁଟି କରିଦେବା ଦରକାର ବୋଲି କହିଲେ ନଡ୍ଡା ।

Related Posts

Seo wordpress plugin by www.seowizard.org.