Odisha News

ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି, ୧୭ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର ୧୯/୭ : ସରିଲା ରାଜ୍ୟ କ୍ୟାବିନେଟ୍ର ବୈଠକ । ମଙ୍ଗଳବାର ବସିଥିବା ରାଜ୍ୟ କ୍ୟାବିନେଟ୍ର ଏହି ବୈଠକରେ ୧୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଏନେଇ ବିଧାନସଭାରେ ସୂଚନା ଦେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ।
ତେବେ କ୍ୟାବିନେଟ୍ରେ ହୋଇଥିବା ନିଷ୍ପତ୍ତି ମଧ୍ୟରେ, ୨୦୨୨ ଆଇଟି ପଲିସିକୁ କ୍ୟାବିନେଟର ମୋହର ଲାଗିଛି । ଆଇଟି କ୍ଷେତ୍ରରେ ଅଧିକ ନିଯୁକ୍ତି ଓ ପୁଞ୍ଜିନିବେଶର ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।
ପାଇକ ବିଦ୍ରୋହ ସ୍ମାରକୀ ପାଇଁ ରାଜ୍ୟ ସରକାର ଯୋଗାଇଛନ୍ତି ୯.୬୮ ଏକର ଜମି । ଖୋର୍ଦ୍ଧା ବରୁଣେଇ ଠାରେ ଜମି ଯୋଗାଇ ଦିଆଯାଇଛି ।
୪ ଜିଲ୍ଲାକୁ ମନରେଗା ଯୋଜନାରେ ଅଧିକ ୨୦୦ ଦିନ କାମ ଯୋଗାଇବେ ରାଜ୍ୟ ସରକାର । ବଲାଙ୍ଗିର, କଳାହାଣ୍ଡି, ବରଗଡ଼, ନୂଆପଡ଼ାର ୨୦ ବ୍ଲକରେ ଏହା ଲାଗୁ ହେବ । ଦାଦନ ପ୍ରବଣ ବ୍ଲକରେ କାମ ଯୋଗାଇବା ଲକ୍ଷ୍ୟରେ ନୂଆ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାର ୧୦୦ ଦିନ କାମ ଯୋଗାଉଛନ୍ତି ।
ପୁରୀରେ ‘ଅବଢ଼ା’ ଯୋଜନାରେ ହେବ ବୋର୍ଡିଂ ଓ ରହଣୀ । ଏହି ସୁବିଧା ପାଇଁ ୧୩୫ କୋଟି ୬୦ ଲକ୍ଷ ଟଙ୍କା ବିନିଯୋଗ ହେବ । ୨୪ ମାସରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିଭଳି ମାନ୍ୟବର ଓଡ଼ିଶା ଲୋକାୟୁକ୍ତଙ୍କର ୨୦୨୧ ବର୍ଷର ବାର୍ଷିକ ରିପୋର୍ଟକୁ ମଞ୍ଜୁରି ମିଳିଛି।
‘ଔଔଗ- ଜଳ ଜୀବନ ମିଶନ’କୁ କ୍ୟାବିନେଟ୍ ମଞ୍ଜୁରୀ । ୨୪ ମାସରେ ସବୁ କାମ ସାରିବାକୁ ଟାର୍ଗେଟ ରଖାଯାଇଛି । ସେହିଭଳି ଓଡିଶା ଡିପ୍ଳୋମା ଯାନ୍ତ୍ରିକ ସେବା( ନିଯୁକ୍ତ ପଦ୍ଧତି ଏବଂ ସେବା ସର୍ତ୍ତାବଳୀ) ନୟମାବଳୀ-୨୦୧୨ର ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ।
ଏହାସହିତ ନଦୀ ଗର୍ଭରେ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ ପ୍ରକ୍ପର ଯୋଜନାରେ ମୋହର ବାଜିଛି। ପ୍ରକଳ୍ପ ନିର୍ମାଣ ପାଇଁ ୧୪୯ କୋଟି ୬୦ ଲକ୍ଷ ବ୍ୟତୀତ ପାଞ୍ଚ ବର୍ଷ ପର‌୍ୟ୍ୟନ୍ତ ରକ୍ଷଣବେକ୍ଷଣ ପାଇଁ ୨ କୋଟି ପଚାଶ ଲକ୍ଷ ଟଙ୍କା ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ୩୬ ମାସ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ରହିଛି।

Related Posts

Seo wordpress plugin by www.seowizard.org.