Odisha News

ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୧/୬: ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଆଜି ମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି କ୍ଷ ଆୟୋଜିତ ଉତ୍ସବରେ ବୌଦ୍ଧ ବିଧ୍ୟାୟକ ତଥା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥିଭାବେ ଯୋଗଦେଇ ବୌଦ୍ଧ ଜିଲ୍ଲାର କୃତି ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
କ୍ରୀଡା କ୍ଷେତ୍ରରେ ବୌଦ୍ଧ ଜିଲା ଅନେକ ସୁନାମ ଅର୍ଜନ କରିଥିବା ବେଳେ ସନ୍ତରଣ କ୍ଷେତ୍ରରେ ରାଜ୍ୟ ତଥା ରାଷ୍ଟ୍ରୀୟସ୍ତରରେ ଜିଲ୍ଲା ର ସନ୍ତରଣକାରୀଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିଥିଲେ ।
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ରେ ଅନୁଷ୍ଠିତ ୩୬ ତମ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ବୌଦ୍ଧ ଜିଲ୍ଲା ରୁ ୨୨ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ କ୍ଷ
ପ୍ରତିଯୋଗୀ ମାନେ ବିଭିନ୍ନ ବର୍ଗରେ ବିଜୟଲାଭ କରି ୩୬ ଟି ମେଡାଲ ହାସଲ କରିଛନ୍ତି କ୍ଷ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସତ୍ୟରଂଜନ ସାହୁ , ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟ ଭଞ୍ଜନ ମଦନ ମୋହନ ପାତ୍ର, ଉପଜିଲାପାଳ ରବିନ୍ଦ୍ର ନାଥ କହଁର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକନ୍ତି ବଳିୟାରସିଂହଙ୍କ ସମତେ ଜିଲ୍ଲାର ସମସ୍ତ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ବୌଦ୍ଧ ଜିଲ୍ଲା ଟିମର କୋଚ ରବି ନାରାୟଣ ବେହେରା , ସମ୍ପାଦକ ରବୀନ୍ଦ୍ର କୁମାର ରାଉତ , ମ୍ୟାନେଜର ରଂଜିତ ରାଉତଙ୍କୁ ଏହି ଅବସରରେ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ ।

ଅମଲାଙ୍କ ଆନ୍ଦୋଳନ ଯୋଗୁଁ ଅଫିସ ଖାଲି, କାମ ଠପ
ବୌଦ୍ଧ,୧୦/୬: ସାରା ରାଜ୍ୟରେ ମିଳିତ ଅମଲା ମଞ୍ଚପକ୍ଷରୁ ଅମଲା ମାନେ ମୁଳ ଦରମା ଗ୍ରେଡପେ ୪୨୦୦ ବୃଦ୍ଧି ଦାବୀରେ ଗତ ୧ ତାରିଖ ଠାରୁ ଆନ୍ଦୋଳନ ଚଳାଇ ଆସୁଛନ୍ତି । ଏହି ଆନ୍ଦୋଳନରେ ବୌଦ୍ଧ ଜିଲ୍ଲା ମିଳିତ ଅମଲା ମଂଚ ମଧ୍ୟଞ୍ଚ ସାମିଲ ହୋଇଛି । ଦୀର୍ଘ ଦଶଦିନ ବିତିଯାଇଥିଲେ ସୁଧା ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଅମଲା ମାନଙ୍କ ଆନ୍ଦୋଳନ ଯୋଗୁ ବୌଦ୍ଧ ଜିଲ୍ଲାରେ ପୁରାପୁରି ସରକାରୀ କାମ ଠପ ହୋଇପଡିଛି । ଜିଲ୍ଲାରେ ୨୬୦ରୁ ଅଧିକ ଅମଲା ମାନେ ଆନ୍ଦୋଳନ କରିଆସୁଅଛନ୍ତି । ଏପେଟ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାବେଳେ ଦିନ ୯ ଟା ହେଲେ ଘରୁ ବାହାରି ହେଉନଥିବା ବେଳେ ଗରୀବ ଜନସାଧାରଣ ନିଜର ଜୂରୁରୀ କାମରେ କାର୍ଯ୍ୟାଳୟ ଗୁଡିକ ଆସି ଦେଖିବାକୁ ଗଲେ ଅମଲାମାନଙ୍କ ଆନ୍ଦୋଳନ ଯୋଗୁଁ ଅଫିସ ଗୁଡିକ ପୁରାଖାଲି ପଡିଛି । ଫଳରେ ଟାଣ ଖରାରେ କାମ ନହୋଇ ନିରାଶ ହୋଇ ଫେରିବାକୁ ପଡୁଛି ।
ବୌଦ୍ଧ ନାଗରିକ କମିଟିର ସାଧାରଣ ବୈଠକ
ବୌଦ୍ଧ,୧୧/୬: ବୌଦ୍ଧ ଜିଲ୍ଲା ନାଗରିକ କମିଟି ପକ୍ଷରୁ ଏକ ବୈଠକ କମିଟିର ସମ୍ପାଦକ ବିଶେଶ୍ୱର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଶେଷତଃ ପାନୀୟ ଜଳ ଯୋଗାଣ, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଚଳିତ ବର୍ଷର ଯୁକ୍ତ ଦୁଇ ବିଜ୍ଞାନରେ ନୈରାଶ୍ୟ ଜନକ ଫଳାଫଳ , ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ପୌରପରିଷଦର ମାନ୍ୟତା ପ୍ରଦାନ ଓ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ଅଧିନକୁ ସବୁ ଉଚ୍ଚସ୍ତରୀୟ କାର୍ଯ୍ୟାଳୟ ସ୍ଥାନାନ୍ତର ଉପରେ ଆଲୋଚନା ହୋଇଥିଲା । ଆଲୋଚନାରେ ପ୍ରଥମେ ସହରବାସୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦିଆଯାଉ ତାପରେ ଜନସାଧାରଣଙ୍କ ସହ ଆଲୋଚନା କରାଯାଇ ମିଟର ଲଗାଇବାର ବ୍ୟବସ୍ଥା କରାଯାଉବୋଲି ମତ ପ୍ରକାଶ ପାଇଥିଲା । ସେହିପରି ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ସମସ୍ତ ସୁବିଧା ଥାଇ ସୁଧା ଫଳାଫଳ ନୈରାଶ୍ୟ ଜନକ ହୋଇଥିବାରୁ ନାଗରିକ କମିଟି ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଥିଲା ।
ମହାବିଦ୍ୟାଳୟରେ ପିଜି ପାଠ୍ୟ ବିଭାଗ ଖୋଲାଯିବା ଉପରେ ଆଲୋଚନା ହେବା ସହ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଏକ ବୟାନ ଥିଲା ଚକଖଡି ଅଭାବରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ଉପରେ ଆଲୋଚନା ହୋଇଥିଲା । ଏନେଇ ନାଗରିକ କମିଟି ପକ୍ଷରୁ ମହାବିଦ୍ୟାଳୟର ସୁବିଧା ଅସୁବିଧା ନେଇ ଏକ ପ୍ରତନିଧି ଦଳ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ କରାଯାଇ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କ ସହ ଏକ ସାକ୍ଷାତକାର କରାଯିବାକୁ ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏହା ସହ ଉତ୍ତରାଞ୍ଚଳ ରାଜସ୍ୱକମିଶନର ଅଧିନକୁ ସମସ୍ତ ଉଚ୍ଚସ୍ତରୀୟ କାର୍ଯ୍ୟାଳୟକ ଗୁଡିକ ଆସିବା ଉପରେ ନାଗରିକ କମିଟି ପକ୍ଷରୁ ଏକ କମିଟି ସାକ୍ଷାତ କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।
ବୌଦ୍ଧ ବିଜ୍ଞାପିତ ଅଞ୍ଚଳକ ପରିଷଦକୁ ପୌରପରିଷଦର ମାନ୍ୟତା ଦାବୀରେ କମିଟି ପକ୍ଷରୁ ପୁର୍ବରୁ ପଦକ୍ଷେପ ନେବା ଉପରେ ପୁର୍ବତନ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଥିଲା । ଏନେଇ ପୁର୍ବରୁ କମିଟି ପକ୍ଷରୁ ନଗର ଉନ୍ନୟନ ବିଭାଗକୁ ପତ୍ରାଳପ କରାଯାଇଥିବା ବେଳେ ମୁନ୍‌ସିପାଲଟି ନିର୍ବାଚନ ଘୋଷଣା ହୋଇଯିବାରୁ ଏହା କାର୍ଯ୍ୟକାରୀ ହୋଇପାରିନଥିଲା ।
ଏଣୁ ରାଜ୍ୟ ସରକାର ତୁରନ୍ତ ବୌଦ୍ଧ ବିଜ୍ଞାପିତ ଅଞ୍ଚଳକ ପରିଷଦକୁ ପୌରପରିଷଦ ମାନ୍ୟତା ଦିଆଯିବା ଦାବୀ କରାଯାଇଥିଲା । ଏନେଇ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ, ନଗରଉନ୍ନୟନ ମନ୍ତ୍ରୀ ଓ ସ୍ଥାନୀୟ ମନ୍ତ୍ରୀଙ୍କୁ ପତ୍ର ମାଧ୍ୟରେ ଦାବୀ କରିବାକୁ ପ୍ରସ୍ତାବ ଗୃହିତ ହୋଇଥିଲା ।
ବୈଠକରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡମ୍ବରୁଧର ଭୋଇ ଓ ପ୍ରଶାନ୍ତ କୁମାର ମହାପାତ୍ର, ବିଜେପି ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି, ସନ୍ତୋଷ ପୁରୋହିତ, ସମରେଶ ମିଶ୍ର, ଯୁଗଳ କିଶୋର ସାମଲ, ଶ୍ୟାମସୁନ୍ଦର ପୁରୋହିତ, ସୁର୍ଯ୍ୟକାନ୍ତ ଦଳବେହେରା, ଷଷ୍ଠ ପୁରୋହିତ, ଲୋକାନାଥ ଶତପଥି, ସୁଶାନ୍ତ ପ୍ରସାଦ ମିଶ୍ର, ଦିଲିପ କୁମାର ଶୁକ୍ଳ, ଆଶୁତୋଷ ଦାଶ, ରଘୁନାଥ ଷଢଙ୍ଗୀ, ନିଶିଥ ପୃଷ୍ଟି, ପ୍ରଦୋଷ ମିଶ୍ର, ସତ୍ୟାନନ୍ଦ ପାଣ୍ଡେ, ବିଶିକେସନ ପ୍ରଧାନ, ଜିତେନ୍ଦ୍ର ବେହେରା, ଶିବ ଅଗ୍ରୱାଲା, ନିରଂଜନ ଦାନୀ, ସତ୍ୟନାରାୟଣ ପାଣି, ଦେବାନନ୍ଦ ସାହୁ, ସଂଜିବ ମହାକୂୁଡ, ଚନ୍ଦ୍ରଶେଖର ପାତ୍ର,ଦିବ୍ୟରଂଜନ ପଟ୍ଟନାୟକ, ଧବଳେଶ୍ୱର ମହାପାତ୍ର ଓ ରବିନ୍ଦ୍ର ପଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।
ଏମଜିଏନଆରଜିଏ କାମରେ ଅନିୟମିତତା, ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କଲେ ଗ୍ରାମବାସୀ
ବୌଦ୍ଧ,୧୧/୬: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ମଥୁରା ଗ୍ରାମ ପଂଚାୟତର ବଡସୁବଳିଆ ଗ୍ରାମରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅନିୟମିତତା ହୋଇଥିବା ନେଇ ଜିଲ୍ଲାପାଳଙ୍କ ଠାରେ ଗ୍ରାମବାସୀ ଅଭିଯୋଗ କରିଥିବା ଜଣାପଡିଛି । ଅଭିଯୋଗ ଅନୁଯାଇ, ମଥୁରା ପଂଚାୟତର ବଡସୁବଳିଆ ଗ୍ରାମର ପୋଖରୀ ଉନ୍ନତି କରଣ ପାଇଁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୫ ଲକ୍ଷ ୫ ହଜାର ଟଙ୍କା ମଂଜୁର ହୋଇଥିଲା । କିନ୍ତୁ କାମଟିକୁ ଜେସିବି ଓ ଟ୍ରାକ୍ଟର ଦ୍ୱାରା କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି । ଜେସିବି ଓ ଟ୍ରାକ୍ଟର ଦ୍ୱାରା କରାଯାଉଥିବା କାମ ଯୋଗୁଁ ଗ୍ରାମର ଦିନ ମଜୁରୀଆ କାମରୁ ବଂଚିତ ହେଉଛନ୍ତି । ବେଆଇନ ଭାବରେ ପୋଖରୀ କାମଚାଲୁଥିବାରୁ ତଦନ୍ତ କରି ପଦକ୍ଷେପ ନେବାକୁ ଦାବି କରିଛନ୍ତି ।
ବୌଦ୍ଧ ଏନଏସି ମୁକ୍ତା ଯୋଜନାର ସମୀକ୍ଷା ବୈଠକ ,୨.୫୨ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ
ବୌଦ୍ଧ,୧୧/୬ : ବୌଦ୍ଧଗଡ ବିଜ୍ଞାପିତ ଅଂଚଳର ବିକାଶ ନେଇ ଆଭାସି ଜରିଆରେ ୫ଟି ସଚିବ ଭି.କେ. ପାଣ୍ଡିଆନ ମୁକ୍ତା ଯୋଜନାର ସମୀକ୍ଷା କରିବା ସହିତ ୨.୫୨ କୋଟି ଅନୁଦାନରେ ପ୍ରସ୍ତାବିତ ୩୬ ଗୋଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ।
ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସ୍ୱାନ ହଲଠାରେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ,ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବୌଦ୍ଧଗଡ ଏନଏସିର ବିକାଶ ନେଇ ଆଲୋଚନା କରାଯାଇଥିଲା ।
ଆଭାସି ଜରିଆରରେ ୫ଟି ସଚିବ ଏହି ବୈଠକରେ ଯୋଗଦେଇ ବୌଦ୍ଧ ଏନଏସି ଅଧିନରେ ମୁକ୍ତା ଯୋଜନାରେ ଚାଲିଥିବା ପ୍ରକଳ୍ପ ଗୁଡିକର ଅଗ୍ରଗତି ସଂପର୍କରେ ପଚାରି ବୁଝିବା ସହିତ ମହିଳା ସ୍ୱୟଂସହାୟକ ଗୋଷ୍ଠୀଗୁଡିକୁ ଯୋଜନାରେ ସାମିଲ କରାଯାଇ ପ୍ରୋତ୍ସାହନ ଯୋଗାଇଦେବାକୁ ପରାମର୍ଶ ଦେଇଥିଲେ ।
ବୌଦ୍ଧ ଏନଏସିରେ ପ୍ରସ୍ତାବିତ ୩୬ ଗୋଟି ପ୍ରକଳ୍ପ ମଧ୍ୟରେ ୨୫ ଲକ୍ଷ ଟଙ୍କା ଅନୁଦାନରେ ୨ ଗୋଟି ଶିଶୁ କ୍ରୀଡା ଉଦ୍ୟାନ,୩୬ ଲକ୍ଷ ଟଙ୍କା ଅନୁଦାନରେ ୧୪ ଗୋଟି ସହର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ,୧୫ ଲକ୍ଷ ଟଙ୍କା ଅନୁଦାନରେ ୬ ଗୋଟି ପରିଶ୍ରାଗାର,୧୫ ଲକ୍ଷ ଟଙ୍କା ଅନୁଦାନରେ ୧ ଗୋଟି ପାର୍କ,୬ ଲକ୍ଷ ଟଙ୍କା ଅନୁଦାନରେ ୧ ଗୋଟି ଖେଳପଡିଆ,୧୦ ଲକ୍ଷ ଟଙ୍କା ଅନୁଦାନରେ ୧ ଗୋଟି ପବ୍ଲିକ ଜିମ୍‌,୮୫ ଲକ୍ଷ ଟଙ୍କା ଅନୁଦାନରେ ୬ ଗୋଟି ଭେଣ୍ଡିଂଜୋନ୍‌, ଓ ୬୦ ଲକ୍ଷ ଟଙ୍କା ଅନୁଦାନରେ ୫ ଗୋଟି ଖୋଲାସ୍ଥାନର ଉନ୍ନତିକରଣ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି ।
ଏନଏସି ଅଧିନରେ ଚାଲିଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଓ ଧାର୍ଯ୍ୟ ସମୟ ମଧ୍ୟରେ ସମସ୍ତ ପ୍ରକଳ୍ପ କାର୍ଯ୍ୟ କରିବାକୁ ଶ୍ରୀ ପାଣ୍ଡିଆନ ବୈଠକରେ ପରାମର୍ଶ ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ସତ୍ୟରଂଜନ ସାହୁ, ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟଭଞ୍ଜନ ମଦନ ମୋହନ ପାତ୍ର, ଜିଲ୍ଲାପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଶ୍ୱିନୀ କୁମାର ମେହେର ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ସହରର ବିଭିନ୍ନ ମହିଳା ସ୍ୱୟଂ ସେବକ ଗୋଷ୍ଠିର କର୍ମକର୍ତ୍ତା ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.