Odisha News

ରାଜଧାନୀ ଭୁବନେଶ୍ୱର ରେ ନିଆଁ ବର୍ଷୁଛି; ତାତି ଛୁଇଁଲା ୪୩ ଡିଗ୍ରୀ

ଭୁବନେଶ୍ୱର,୨୪/୪: ତତଲା କଡେଇରେ ଭାଜି ହେଉଛି ଓଡ଼ିଶା। ଅସହ୍ୟ ହେଲାଣି ଗରମ, ଅସ୍ତବ୍ୟସ୍ତ ହେଲାଣି ଜୀବନ।
ଅସମ୍ଭାଳ ତାତିରେ ହସ୍ତସନ୍ତ ହେଲେଣି ରାଜଧାନୀବାସୀ। ଆକାଶରୁ ବର୍ଷୁଛି ନିଆ, ଜଳୁଛି ଲୋକଙ୍କ ଦେହ। ରବିବାର ରାଜଧାନୀ ଭୁବନେଶ୍ୱରରେ ୪୩.୦ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ ।
ଆଜି ଦିନ ୨.୩୦ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୩.୦ ଡିଗ୍ରୀ ରେକର୍ଡ କରାଯାଇଛି ।
ସେହିପରି ଝାରସୁଗୁଡାର ତାପମାତ୍ରା ୪୧.୪ ଡିଗ୍ରୀ,ସମ୍ବଲପୁର ତାପମାତ୍ର ୪୦.୮ ଡିଗ୍ରୀ, ଚାନ୍ଦବାଲିର ତାପମାତ୍ରା ୪୦.୮, ହୀରାକୁଦର ତାପମାତ୍ରା ୪୦ ଡିଗ୍ରୀ, କେନ୍ଦୁଝରର ତାପମାତ୍ରା ୪୦.୮ ଡିଗ୍ରୀ, ବାଲେଶ୍ୱରର ତାପମାତ୍ରା ୩୮ ଡିଗ୍ରୀ, ପୁରୀର ତାପମାତ୍ରା ୩୨.୪ ଡିଗ୍ରୀ, ପାରାଦ୍ୱୀପର ତାପମାତ୍ରା ୩୧.୮ ଡିଗ୍ରୀ ଏବଂ ଗୋପାଳପୁରରେ ତାପମାତ୍ରା ୩୧.୨ ଡିଗ୍ରୀ ରେକର୍ଡ କରାଯାଇଛି।

Related Posts

Seo wordpress plugin by www.seowizard.org.