Odisha News

ରାଜଧାନୀରୁ ୨୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ମହିଳାଙ୍କୁ ଗିରଫ କଲା ଅବକାରୀ ଫ୍ଲାଇଂ ସ୍କ୍ୱାଡ

ଭୁବନେଶ୍ୱର ୧୨/୮: ରାଜଧାନୀରେ ବେଧଡକ ଚାଲିଛି ଧଳାଜହର କାରବାର । ପୋଲିସର ନାକତଳେ ଜୋରଦାର ଚାଲିଛି ବେପାର । ବାରମ୍ୱାର ଏମିତି ହେବା ପରେ ପୋଲିସ କିଛି କରିପାରନଥିବା ଯାହା ସାଧରଣରେ ପ୍ରଶ୍ନବାଚୀ ସୃଷ୍ଟିକରିଛି ।
ଏବେ ପୁଣିଥରେ ୨୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ଭୁବନେଶ୍ୱର କେଦାରପଲ୍ଲୀ ବସ୍ତିରୁ ଜବତ କରିଛି କଟକ ଅବକାରୀ ଫ୍ଲାଇଂ ସ୍କ୍ୱାର୍ଡ । ବ୍ରାଉନସୁଗାର ବିକ୍ରି କରିବା ଅଭିଯୋଗରେ ଜଣେ ମହିଳା ବ୍ୟବସାୟୀ ଗିରଫ ହୋଇଛନ୍ତି । ଗିରଫ ମହିଳା ଜଣଙ୍କ ହେଲେ ସୁଷମା ନାୟକ ।

Related Posts

Seo wordpress plugin by www.seowizard.org.