Odisha News

ଜାଗାବାଡ଼ିକୁ ନେଇ ମାମୁଁ ଭଣଜା ମଧ୍ୟରେ ଗୋଷ୍ଠୀ ସଂଘର୍ଷ: ୬ ଜଣ ଗୁରୁତର

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା,୨୧/୪: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଜାଗାବାଡ଼ିକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଙ୍ଘର୍ଷ । ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡ଼ିଛି ।
ଗୋଷ୍ଠୀ ସଙ୍ଘର୍ଷରେ ୬ ଜଣ ଗୁରୁତର ଆହାତ ହୋଇଥିବା ବେଳେ ସମସ୍ତଙ୍କୁ ପ୍ରଥମେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ସମ୍ପର୍କୀୟ ଲୋକେ ।
ପ୍ରାଥମିକ ଚିକିତ୍ସା ପରେ ଦୁଇଜଣ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ବାଲିଗୁଡ଼ା ପାଟ୍ଟଖଣ୍ଡା ସାହିର ଅସରଫ୍ ଓ ଆଲ୍ଲା ଉଦ୍ଦିନଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନରୁ ଜାଗାବାଡ଼ିକୁ ନେଇ କଳହ ଲାଗି ରହିଥିଲା । ଉଭୟେ ସମ୍ପର୍କରେ ମାମୁଁ ଭଣଜା ହୋଇଥିବା ଜଣାପଡ଼ିଛି ।
ଦୀର୍ଘ ଦିନରୁ ଲାଗି ରହିଥିବା କଳହ ଗତକାଲି ଉଗ୍ର ରୂପ ନେଇଥିବା ବେଳେ ଅସରଫ୍ ଓ ତାଙ୍କ ତିନି ପୁଅ ଆଲ୍ଲା ଉଦ୍ଦିନ୍, ରାସିଦ୍ ଓ ସାହିଦ୍ ଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡ଼ିଛି । ତେବେ ଏନେଇ ବର୍ତ୍ତମାନ ସୁଦ୍ଧା ବାଲିଗୁଡ଼ା ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି ।

Related Posts

Seo wordpress plugin by www.seowizard.org.