Odisha News

ଯୁକ୍ରେନ୍ ରାଷ୍ଟ୍ରପତି ଜେଲେସ୍କିଙ୍କ କାର୍ ଦୁର୍ଘଟଣା

ୟୁକ୍ରେନ ୧୫/୦୯: ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ କାର ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ଜେଲେନସ୍କି ସାମାନ୍ୟ ଆହତ ହୋଇଛନ୍ତି । ରାଜଧାନୀ କିଭ୍ ନିକଟରେ ଦୁର୍ଘଟଣା ଘଟିଛି ।
ୟୁକ୍ରେନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏକ ପାସେଞ୍ଜର କାର ଜେଲେନସ୍କିଙ୍କ ଏସକର୍ଟ ସହ ତାଙ୍କ କାରକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଜେଲେନସ୍କିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେ ଗୁରୁତର ନଥିବା ଡାକ୍ତର ସୂଚନା ଦେଇଛନ୍ତି। ଦୁର୍ଘଟଣା ପରେ ପୋଲିସ ଘଟଣାର ତଦନ୍ତ କରୁଛି ।

Related Posts

Seo wordpress plugin by www.seowizard.org.