Odisha News

ବିଜୟ ଅମୃତା କୁଲାଙ୍ଗେ ଓମଫେଡର ନୂଆ ଏମ୍‌ଡି

ଭୁବନେଶ୍ବର, ୨୦/୩: ଆଇଏଏସ୍ ବିଜୟ ଅମୃତ କୁଲାଙ୍ଗେଙ୍କୁ ନୂଆ ଦାୟିତ୍ୱ ମିଳିଛି। ଓମଫେଡର ପରିଚାଳନା ନିର୍ଦ୍ଦେଶକ ଭାବେ ବିଜୟ ଅମୃତ କୁଲାଙ୍ଗେଙ୍କୁ ଅବସ୍ଥାପିତ କରାଯାଇଛି।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ତାଙ୍କର ନୂଆ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ସେ ବିଏମସି କମିସନର ଦାୟିତ୍ୱରେ ଥିଲେ।
କିଛି ଦିନ ତଳେ ତାଙ୍କୁ ହଠାତ୍ ପଦରୁ ହଟାଇ ଏକ ମାସ ଛୁଟି ଦିଆଯାଇଥିଲା। ଛୁଟି ସରିବା ପରେ ଏବେ ସରକାର ତାଙ୍କୁ ଏହି ନୂଆ ନିଯୁକ୍ତି ଦେଇଛନ୍ତି।

Related Posts

Seo wordpress plugin by www.seowizard.org.