Odisha News

ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବାଗଡେ ଗାଁ ନିକଟରେ ଆଜି ସକାଳେ ସିରଜ ଦୁର୍ଘଟଣା

ରାଇରଙ୍ଗପୁର,୫/୧: ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବାଗଡେ ଗାଁ ନିକଟରେ ଆଜି ସକାଳେ ସିରଜ ଦୁର୍ଘଟଣା ଘଟିଛି। ଏକ କାର୍ ଦ୍ରୁତଗତିରେ ଆସି ବାଇକ୍ ଧକ୍କାକୁ ଦେଇଥିଲେ। ତା’ ପରେ ସାଇକେଲ ଯୋଗେ ଟ୍ୟୁସନ ଯାଉଥିବା ଦୁଇ କଲେଜ ଛାତ୍ରୀଙ୍କୁ ଧକ୍କା ଦେଇ ରାସ୍ତା କଡ଼ର ଥିବା ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲା। ଦୁର୍ଘଟଣାରେ ବାଇକ୍ ଆରୋହୀର ମୃତ୍ୟୁ ଘଟିଥିବା ବେଳେ ୨କଲେଜ ଛାତ୍ରୀ ଆହତ ହୋଇଥିଲା। ମୃତ ବାଇକ୍ ଆରୋହୀ ଜଣଙ୍କ ହେଲେ ତାପସ ମଶ୍ର। ତାଙ୍କ ଘର ଝାଡଗାଁରେ ବୋଲି ଜଣାଯାଇଛି। ଆହତ ଦୁଇ କଲେଜ ଛାତ୍ରୀ ନାକୀ ହେମ୍ବ୍ରମ ଓ ଫୁଲ ସରେନଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଦୁର୍ଘଟଣା ପରେ କାର୍ ଡ୍ରାଇଭର ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ବହଲଦା ଥାନା ପୁଲିସ କାର୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

Related Posts

Seo wordpress plugin by www.seowizard.org.