Odisha News

ମିଶନ ଶକ୍ତି ବିଭାଗ, ଉପଦେଷ୍ଟା ଙ୍କ ଦୁଇ ଦିନିଆ ବୌଦ୍ଧ ଜିଲ୍ଲା ଗସ୍ତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୮/୧୨): ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ହରଭଙ୍ଗା ଵ୍ଳକ ସମ୍ମିଳନୀ କକ୍ଷରେ ଆଜି ପୂର୍ବାହ୍ନ ରେ ମିଶନ ଶକ୍ତି ଵିଭାଗର ଉପଦେଷ୍ଟା ଡଃ ଲୋପାମୁଦ୍ରା ବକ୍ସିପାତ୍ର ଙ୍କ ଗସ୍ତ ଦିବସରେ ମିଶନ ଶକ୍ତି କାର୍ଯ୍ୟକ୍ରମର ଅନୁଶୀଳନ ନିମନ୍ତେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ମିଶନ ଶକ୍ତି ଓ ବିଭିନ୍ନ ବିଭାଗର ସହଭାଗିତା ରେ ମହିଳା ଗୋଷ୍ଠୀ ମାନଙ୍କ ଦ୍ଵାରା କରାଯାଉଥିବା ବିଭିନ୍ନ ଜୀବିକା ସମ୍ବନ୍ଧୀୟ କାର୍ଯ୍ୟକ୍ରମର ଅନୁଶୀଳନ କରାଯିବା ସହିତ ସଚେତନତା ଉପରେ ଆଲୋଚନା କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ର ପରିପ୍ରେକ୍ଷୀରେ ମହିଳା ଗୋଷ୍ଠୀଙ୍କ ର କାର୍ଯ୍ୟ ଏଵଂ ବିଭିନ୍ନ ସମସ୍ୟା ର ସମାଧାନ ଉପରେ କେନ୍ଦ୍ରୀଭୂତ କରାଯାଇଥିଲା।
ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମିଶନ ଶକ୍ତି ବିଭାଗ ର ଉପଦେଷ୍ଟା ଡଃ ଲୋପାମୁଦ୍ରା ବକ୍ସିପାତ୍ର, ଡି.ପି.ସି, ମିଶନ ଶକ୍ତି,ଵୈ।ଦ୍ଧ,ବି.ଡି.ଓ, ହରଭଙ୍ଗା,ସି ଡ଼ି.ପି.ଓ, ହରଭଙ୍ଗା,ବି.ପି.ସି,ବି.ପି.ଏମ୍,ବି.ପି.ଏ.ସି.ଏ,ବି.ଏଲ୍.ସି, ଜିଲ୍ଲା, ବ୍ଳକ ଓ ପଞ୍ଚାୟତ ସ୍ତରୀୟ ମହାସଂଘର ସଭ୍ୟା ମାନଙ୍କ ସମେତ ଵ୍ଳକ ର କ୍ୟାଡର ସମୂହ ଅଂଶ ଗ୍ରହଣ କରିଥିଲେ।
ଡଃ ବକ୍ସିପାତ୍ର ଵ୍ଳକ ପରିସର ରେ ଥିବା ମିଶନ ଶକ୍ତି କାଫେ, ଭୈରବୀ ଉତ୍ପାଦକ ଦଳ,ଲୁଣିବାହାଲ, ଶ୍ରୀ ଜଗନ୍ନାଥ ଉତ୍ପାଦକ ଦଳ,ଚମ୍ପାପୁର ଓ ବାମଣ୍ଡା ସ୍ଥିତ ଵଜରଙ୍ଗୀ ସ୍ଵୟଂ ସହାୟକ ଗୋଷ୍ଠୀ ର ଗସ୍ତ ରେ ଯାଇ ମା ମାନଙ୍କ ଦ୍ଵାରା କରାଯାଉଥିବା କାର୍ଯ୍ୟକୁ ଅନୁଧ୍ୟାନ କରି ଆଗକୁ ବଢିବା ପାଇଁ ଉପଦେଶ ଦେଇଥିଲେ।
ଭୈରବୀ ଉତ୍ପାଦକ ଦଳ, ଲୁଣିବାହାଲ ଦ୍ଵାରା କରାଯାଉଥିବା ଋତୁ କାଳୀନ ଛତୁ ଉତ୍ପାଦନ ର ଚାହିଦା ଓ ଅଗ୍ରଗତି ସହିତ କୃଷକ ବଜାର, ବୌଦ୍ଧରେ ବିକ୍ରି ବ୍ୟବସ୍ଥାର କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିଶ୍ଚିତ କରାଇଥିଲେ।
ଶ୍ରୀ ଜଗନ୍ନାଥ ଉତ୍ପାଦକ ଦଳ, ଚମ୍ପାପୁର ଦ୍ଵାରା କରାଯାଉଥିବା ହସ୍ତତନ୍ତ ବ୍ୟବସାୟ ଓ ଵଜରଙ୍ଗୀ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ବାରା କରାଯାଇଥିବା ଵ୍ରଏଲର୍ ଫାର୍ମ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଆହୁରି ସୃଦୃଢ଼ କରିବା ପାଇଁ ପରାମର୍ଶ ଦେଇଥିଲେ।
ଏହାପରେ ମଧ୍ୟାହ୍ନରେ ଡଃ ବକ୍ସିପାତ୍ର ଵୈ।ଦ୍ଧ ଵ୍ଳକ ଗସ୍ତ କରି ଵ୍ଳକ ସମ୍ମିଳନୀ କକ୍ଷରେ ସ୍ଵୟଂ ସହାୟକ ଗୋଷ୍ଠୀ,ମିଶନ ଶକ୍ତି ର ଜିଲ୍ଲା ଓ ବ୍ଳକ୍ ସ୍ତରୀୟ କର୍ମକର୍ତ୍ତା ଙ୍କ ସହିତ ମିଶନ ଶକ୍ତି କାର୍ଯ୍ୟର ଅନୁଶୀଳନ କରିବା ସହିତ ବିଭିନ୍ନ ପଞ୍ଚାୟତ ଗସ୍ତ କରି ମା ମାନଙ୍କ ସହିତ ବିଭିନ୍ନ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ।

Related Posts

Seo wordpress plugin by www.seowizard.org.