Odisha News

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ଟ୍ରାକକୁ ଖସିଲା ୩ ବଗି

ସୁନ୍ଦରଗଡ, ୨୩/୫ : ସୁନ୍ଦରଗଡ ଜିଲ୍ଲାର ବରସୁଆଁରେ ଏକ ମାଲବାହୀ ଟ୍ରେନ୍ର ୩ ବଗି ଲାଇନଚ୍ୟୁତ ହୋଇଛି। ବରସୁଆଁକୁ ଲୁହାପଥର ଲୋଡ଼ କରିବାକୁ ଆସିଥିବା ସମୟରେ ଏହା ଘଟିଥିବା କୁହାଯାଉଛି। ଏହା ଦ୍ବାରା କୌଣସି ଧନଜୀବନ ହାନି ହୋଇ ନ ଥିବା ରେଳ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଲୁହାପଥର ଲୋଡ଼ କରିବା ନିମନ୍ତେ ବୁଧବାର ରାତିରେ ବରସୁଆଁ ଅଭିମୁଖେ ଏକ ମାଲବାହୀ ଟ୍ରେନ୍ ଆସିଥିଲା। ମାତ୍ର ଖଣିରେ ଲୋଡ଼ କରିବା ନିମନ୍ତେ ପହଞ୍ଚିବା ପୂର୍ବରୁ ବସ୍ଷ୍ଟାଣ୍ଡ ନିକଟରେ ଟ୍ରେନ୍ର ୩ଟି ବଗି ଲାଇନଚ୍ୟୁତ ହୋଇଥିଲା।
ଖବର ପାଇ ଘଟଣାସ୍ଥଳରେ ରେଲୱେ ବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚି ସ୍ଥିତିକୁ ଅନୁଧ୍ୟାନ କରିଥିଲେ। ଟ୍ରେନ୍ର ବଗିଗୁଡ଼ିକୁ ଟ୍ରାକ୍ରୁ ବାହାର କରାଯାଇଥିଲା। ଏହା ପରେ ଏହି ମାର୍ଗରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିଲା।

Related Posts

Seo wordpress plugin by www.seowizard.org.