Odisha News

ମାଲବାହୀ ଟ୍ରେନର ଚାରିଟି ବଗି ଲାଇନଚ୍ୟୁତ, କୌଣସି କ୍ଷତି ଘଟିନଥିବା ସୂଚନା

ସୁନ୍ଦରଗଡ଼, ୧୮/୫ : ପୁଣି ମାଲବାହୀ ଟ୍ରେନର ବଗି ଲାଇନଚ୍ୟୁତ ହୋଇଛି । ଏପରି ଏକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ବିମିଲାଗଡ ରେଲୱେ ଷ୍ଟେସନ ଡ୍ୟାମ୍ ବସ୍ତି ନିକଟରେ ଘଟିଛି । ଏନେଇ ରେଲୱେ ବିଭାଗ ପକ୍ଷରୁ ତଦନ୍ତ ଜାରି କରାଯାଇଛି ।
ସୂଚନା ଅନୁସାରେ, ଲୁହା ପଥର ବୋଝେଇ କରି ମାଲବାହୀ ଟ୍ରେନ୍ ନମ୍ୱର ଈଙଝଗ୭୭୯ ଟ୍ରେନ୍ ରକ୍ସି ରେଲୱେ ସାଇଡିଙ୍ଗରୁ ବିମଲାଗାଡ ପଟକୁ ଯାଉଥିଲା । ଏହି ସମୟରେ ଡ୍ୟାମ୍ ବସ୍ତି ନିକଟରେ ଚାରୋଟି ବଗି ଲାଇନଚ୍ୟୁତ ହୋଇଛି । ଏନେଇ ରେଲୱେ କର୍ମଚାରୀଙ୍କୁ ଖବର ଦିଆଯାଇଥିଲା । ଖବର ପାଇ, ରେଲୱେ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଥିଲେ । ଏହି ଖବର ଚକ୍ରଧରପୁର ରେଳ ମଣ୍ଡଳ ଡିଆଏମ୍ ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ଦୁର୍ଘଟଣାରେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିନାହିଁ ।

Related Posts