Odisha News

ୱାର୍ଡ଼ ନଂ ୬୫ରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ସମାଜସେବୀ ଅରବିନ୍ଦ ଦାସ (ନଣ୍ଡା)

Arabinda Das files nomination as Independent candidate for Ward No. 65

By Rabinarayan Prusty/ Prabhat Kumar Singh
ଭୁବନେଶ୍ୱର, ୬.୩ : ଭୁବନେଶ୍ୱର ମହାନଗର ନିଗମର ୱାର୍ଡ଼ ନଂ ୬୫ରୁ କର୍ପୋରେଟର ପଦବୀ ପାଇଁ ସ୍ୱାଧୀନ ପ୍ରାର୍ଥୀଭାବେ ସମାଜସେବୀ ଅରବିନ୍ଦ ଦାସ (ନଣ୍ଡା) ରବିବାର ଦିନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ଦୀର୍ଘବର୍ଷ ଧରି ନିଜକୁ ସମାଜସେବାରେ ନିୟୋଜିତ କରିଥିବା ଏବଂ ୱାର୍ଡ଼ ନଂ-୬୫ରେ ଥିବା ମୌଳିକ ସମସ୍ୟାଗୁଡ଼ିକର ସମାଧାନ କରି ଲୋକଙ୍କୁ ସେବା ଯୋଗାଇ ଆସୁଥିବା ଅରବିନ୍ଦ ତାଙ୍କର ନାମାଙ୍କନ ପତ୍ର ଦାଖଲ ପରେ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ଯେ, ଜଣେ ସମାଜସେବୀ ହିସାବରେ ଲୋକଙ୍କୁ ସେବା ଯୋଗାଇବା ମୋର ପ୍ରଥମ କର୍ତ୍ତବ୍ୟ ।
ବାତ୍ୟା, ବନ୍ୟା, ମହାମାରୀ କରୋନା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମୁଁ ଲୋକଙ୍କୁ ସେବା ଯୋଗାଇ ଆସୁଛି । ରାଜଧାନୀ ଭୁବନେଶ୍ୱରକୁ ଏକ ନମ୍ବର ସହରରେ ପରିଣତ କରିବା ମୋର ପ୍ରଥମ ଲକ୍ଷ୍ୟ । ଏଥିସହିତ ରାଜଧାନୀରେ ବସବାସ କରୁଥିବା ବସ୍ତିବାସିନ୍ଦାମାନଙ୍କ ସମସ୍ୟାକୁ ଦୂର କରି ସେମାନଙ୍କ ପାଇଁ ଆଦର୍ଶ କଲୋନୀ ପ୍ରତିଷ୍ଠା କରିବା, ଡ୍ରେନେଜ ସମସ୍ୟାକୁ ଦୂର କରିବା ସହିତ ରାଜଧାନୀରେ ବଢି ଚାଲିଥିବା ଚୋରି, ଡ଼କାୟତି, ଚୋରା ମଦ, ଗଞ୍ଜେଇ ଓ ଧଳା ଜହର କାରବାରକୁ ବନ୍ଦ କରିବା ଏବଂ ରାଜଧାନୀର ଗରିବ, ଅସହାୟ ଓ ନିଷ୍ପେସିତ ଲୋକମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ମୁଁ ଆଜି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛି ।
ମୋର ସମାଜସେବା ଓ ତ୍ୟାଗ ପାଇଁ ୱାର୍ଡ଼ ନଂ-୬୫ ସାଧାରଣ ଜନତା ମୋତେ ବିଜୟୀ କରିବେ ବୋଲି ମୋର ଆଶା ଓ ବିଶ୍ୱାସ । ଅରବିନ୍ଦଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ତାଙ୍କର ଶତାଧିକ ସମର୍ଥକ ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.