Odisha News

ମାନବିକତା ଦେଖାଇଲେ ଏସଆଇ, ସ୍ବେଛାସେବୀଙ୍କୁ ଧରି କରିଲେ ଶବ ଦାହ

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୦/୧୨: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳ ନିକଟରୁ ନୟାଗଡ଼ରେ ଶ୍ରମିକ ଭାବେ କାମ କରୁଥିବା ଶଙ୍କର୍ଷଣ ପାତ୍ରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।
ସେ ନୟାଗଡ଼ ବନଖଣ୍ଡରେ ଅସ୍ଥାୟୀ ଶ୍ରମିକଭାବରେ କାଯ୍ୟ କରିଆସୁଥିଲେ । ତେବେ ତାଙ୍କୁ ୬୦ ବର୍ଷ ବୟସ ହୋଇଯାଇଥିବାରୁ ସେ କିଛିଦିନତଳେ କାଯ୍ୟରୁ ବାହାରିଯାଇଥିଲେ । ନୟାଗଡ ସଦରଥାନା ଅଧୀନସ୍ଥ ପଥୁରିପଡା ଅଂଚଳରେ ରହୁଥିଲେ ପରିବାର ସହିତ ତାଙ୍କର ଭଲ ସମ୍ପର୍କ ନଥିଲା ଏଭଳି ସ୍ଥିତିରେ ସ୍ଥାନୀୟ ବଳରାମ ସରଂକ୍ଷିତ ଜଙ୍ଗଲ ନିକଟରେ ସେ ଦଉଡି ଦେଇଥିଲେ ।
ସ୍ଥାନୀୟ ଲୋକମାନେ ସଦରଥାନା କୁ ଖବର ଦେଇଥିଲେ । ପରେ ପୋଲିସ ସେହି ସ୍ଥାନରେ ପହଂଚି ଶବ ଉଦ୍ଧାର କରିଥିଲେ ଶଙ୍କର୍ଷଣଙ୍କ ପରିବାରକୁ ଖବର ଦେବାପରେ ସେମାନେ ଆସି ପହଂଚିଥିଲେ ଏବଂ ଶଙ୍କର୍ଷଣ ଙ୍କ ଶବ ନେବାକୁ ମନକରିଦେଇଥିଲେ । ଶଙ୍କର୍ଷଣଙ୍କ ମୃତୁକୁ ନେଇ ତାଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ କରାଯାଇନଥିବା ସଦରଥାନା ଏସଆଇ ସ୍ମୃତିରଞ୍ଜନ ମହାନ୍ତି ସୂଚନା ଦେଇଥିଲେ ।
ପରବର୍ତୀ ସମୟରେ ଏସଆଇ ସ୍ମୃତିରଞ୍ଜନ ମହାନ୍ତି ଫଜ୍ଜସାଇ ଉମା ଫାଉଣ୍ଡେସନର ତ୍କକର୍ମକର୍ତ୍ତା ଉମାକାନ୍ତ ମହାପାତ୍ର, ସନ୍ତୋଷ କୁମାର ପ୍ରଧାନ,ପ୍ରଶାନ୍ତ କୁମାର ସାହୁ, ରୋହନ ପ୍ରୀତି ଦାସ, ଦେବପ୍ରସାଦ ବେହେରା, ସ୍ପନ୍ଦନ ମହାନ୍ତି, ସନା କାଠୁଆ, ସୁରେଶ ମହାନ୍ତି ସହଯୋଗରେ ମୃତ ଶଙ୍କର୍ଷଣ ଙ୍କ ଶବ ଦାହ କରିଥିଲେ । ଏସଆଇ ଙ୍କ ଏଭଲି ନିଆରା କାଯ୍ୟକୁ ସାଧାରଣରେ ପ୍ରଶଂସା ର ସୁଅ ଛୁଟିଛି ।
ଦୁର୍ଘଟଣା ଗ୍ରସ୍ତ ଅଜଣା ଯୁବକଙ୍କୁ ଚିକିତ୍ସା ପାଇଁ ନିଜେ ଗାଡ଼ିରେ ମେଡ଼ିକାଲ ନେଇ ନିଜର ମାନବିକତା ଦେଖାଇଛନ୍ତି ତହସିଲଦାର ରାଜେଶ କିଶୋର ସ୍ଵାଇଁ
ନୟାଗଡ଼,୧୦/୧୨ : ଦୁର୍ଘଟଣା ଗ୍ରସ୍ତ ଅଜଣା ଯୁବକଙ୍କୁ ଚିକିତ୍ସା ପାଇଁ ନିଜେ ଗାଡ଼ିରେ ମେଡ଼ିକାଲ ନେଇ ନିଜର ମାନବିକତା ଦେଖାଇଛନ୍ତି ତହସିଲଦାର ରାଜେଶ କିଶୋର ସ୍ଵାଇଁ । ସୂଚନା ଅନୁଯାୟୀ ଶୁକ୍ରବାର ଦିନ ଅପରାହ୍ନରେ ନୟାଗଡ଼ ପୁରୁଣା ସହର ଦକ୍ଷିଣ କାଳୀ ମନ୍ଦିର ନିକଟରେ ବାଇକ କୁ କାର ଧକ୍କା ଫଳରେ ତିନି ଜଣ ବାଇକ ଆରୋହି ଗୁରୁତର ଆହତ ହୋଇ ଘଟଣା ସ୍ଥଳରେ ଛଟପଟ ହେଉଥିଲେ ।
ସେହି ରାସ୍ତା ଦେଇ ତହସିଲଦାର ରାଜେଶ କିଶୋର ସ୍ବାଇଁ ଅଫିସ ଆସୁଥିବା ବେଳେ ଆହତଙ୍କୁ ଦେଖୁ ଅଟକି ଥିଲେ । ତୁରନ୍ତ ଚିକିତ୍ସା ପାଇଁ ଗୁରୁତର ଆହତ ହୋଇଥିବା ଦୁଇ ଜଣ ଯୁବକଙ୍କୁ ନିଜ ଗାଡିରେ ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଇଥିଲେ । ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଧ୍ବକ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ନୂଆଗାଁ ଥାନା ଦେଉଳି ଗାଁର ଦୁଇ ଭାଇ କାଳିଆ ଏବଂ ବଳିଆ ସାହୁ ମାମୁଁ ଝିଅ ବାହାଘର ପାଇଁ ଝୁମ୍ପୁରୀ ଗାଁ କୁ ଆସିଥିଲେ । ନୟାଗଡ଼ ବଜାର ରୁ ଫ୍ୟାନ କିଣିବା ପାଇଁ ମଟର ସାଇକେଲରେ କାଳିଆ ବଳିଆ ଏବଂ ଅନ୍ୟ ଜଣେ ବନ୍ଧୁଙ୍କ ସହ ମିଶି ଝୁମ୍ପୁରୀ ଗାଁ ରୁ ଆସୁଥିବା ବେଳେ ଦକ୍ଷିଣ କାଳୀ ମନ୍ଦିର ପୂର୍ବରୁ ଏକ କାର ଭାରସାମ୍ୟ ହରାଇ ବାଇକକୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର ଆଗ ଚକା ବାହାରି ରାସ୍ତାରେ ଛିଟିକି
ପଡିଛି । ହେଲେ କାର ଡ୍ରାଇଭର ର କୌଣସି କ୍ଷତି ହୋଇ ନାହିଁ । ଅଭିଯୋଗ ପରେ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ସ୍ଥଳରୁ ଅଜଣା ଆହତ ମାନଙ୍କୁ ଚିକିତ୍ସା ପାଇଁ ତହସିଲଦାର ରାଜେଶ କିଶୋର ସ୍ବାଇଁ ନିଜେ ଗାଡ଼ିରେ ମେଡ଼ିକାଲ ଆଣିବା ଏବଂ ମେଡ଼ିକାଲରେ ଉପସ୍ଥିତ ରହିସେମାନଙ୍କର ଚିକିତ୍ସା କରାଇବା ଘଟଣା ସବୁ ମହଲରୁ ଶୁଭେଚ୍ଛା ମିଳିଥିବା ବେଳେ ଏହା ଥିଲା ମୋର ପ୍ରାଥମିକ କର୍ତ୍ତବ୍ୟ ବୋଲି କହିଛନ୍ତି ତହସିଲଦାର ରାଜେଶ କିଶୋର ସ୍ବାଇଁ ।

Related Posts

Seo wordpress plugin by www.seowizard.org.