Odisha News

ମହିମା ମିଶ୍ରଙ୍କ ଘରେ ପଶିଲା ସିବିଆଇ: କଟକ, ପାରାଦୀପରେ ଚାଲିଛି ରେଡ

କଟକ ,୪/୮: ବଢିଲା ବିଶିଷ୍ଟ ଶିଳ୍ପପତୀ ମହିମା ମିଶ୍ରଙ୍କ ଅଡୁଆ । ସିବିଆଇ ଜାଲରେ ଫସିଛନ୍ତି ଶିଳ୍ପପତି ମହିମା ମିଶ୍ର ।
କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ସିବିଆଇ ପକ୍ଷରୁ ରେଡ କରାଯାଇଥିବା ସୂଚନା । ଏହାସହ କଟକ ଲିଙ୍କରୋଡ ସ୍ଥିତ ଙଝଖ କାର୍ଯ୍ୟାଳୟରେ ଚଢାଉ କରପାଇଛି । ସେହିଭଳି ଓଡିଆ ବଜାରରେ ଥିବା ମହିମା ମିଶ୍ରଙ୍କ ବାସଭବନରେ ବି ରେଡ ହୋଇଛି । ତେବେ ଏହି ରେଡ୍ କାରଣ କଣ ତାହା ଜଣାପଡିନି ।
ସୂଚନା ଥାଉକି ବହୁଚର୍ଚ୍ଚିତ ସିୱେଜ ସିପିଙ୍ଗ୍ ଆଣ୍ଡ ଲଜିଷ୍ଟିକ ପ୍ରାଇଭେଟ ଲିମିଟେଡ ପାରାଦ୍ୱିପ ଶାଖାର ପରିଚାଳକ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ହୋଇଥିବା ଶିଳ୍ପପତି ମହିମା ମିଶ୍ରଙ୍କୁ ୨୦୨୧ ନଭେମ୍ୱର ମାସରେ ମିଳିଥିଲା ଜାମିନ୍ ।
ବ୍ୟବସାୟିକ ଶତ୍ରୁତା କାରଣରୁ ସିୱେଜ ସିପିଙ୍ଗ୍ ଆଣ୍ଡ ଲଜିଷ୍ଟିକ ପ୍ରାଇଭେଟ ଲିମିଟେଡ ପାରାଦ୍ୱିପ ଶାଖାର ପରିଚାଳକ ମହେନ୍ଦ୍ର ସ୍ୱାଇଁଙ୍କୁ ୨୬ ଅକ୍ଟୋବର ୨୦୧୬ରେ ତାଙ୍କ କାର୍ଯ୍ୟାଳୟକୁ ଯିବାବେଳେ ବୋମା ଫିଙ୍ଗି ହତ୍ୟା କରାଯାଇଥିଲା ।
ମହିମା ମିଶ୍ରଙ୍କ ଇଙ୍ଗିତରେ ମହେନ୍ଦ୍ରଙ୍କୁ ହତ୍ୟା କରାଯାଇଥିଲା । ତେବେ ମୁଖ୍ୟ ଅଭିଯୁକ୍ତ ମହିମା ମିଶ୍ର ଚେନ୍ନାଇ, ଦିଲ୍ଲୀ, ନେପାଳ ବାଟ ଦେଇ ଥାଇଲାଣ୍ଡରେ ଯାଇ ଲୁଚିଥିଲେ । ପୋଲିସ ପକ୍ଷରୁ ଲୁକଆଉଟ ନୋଟିସ ଜାରି କରାଯିବା ପରେ ମହିମାଙ୍କୁ ବ୍ୟାଙ୍କକ୍ରୁ ଗିରଫ କରାଯାଇ ଓଡ଼ିଶା ଅଣାଯାଇଥିଲା ।

Related Posts

Seo wordpress plugin by www.seowizard.org.