Odisha News

ମଦ ପିଇ ହୋସ ଉଡାଇଲେ ଚିଲିକା ବିଧାୟକ: ଲୋକଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ, ୨୫ ଜଣ ଗୁରୁତର

ଭୁବନେଶ୍ୱର,୧୨ ।୩: ମଦ ପିଇ ହୋସ ଉଡାଇଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ମାତାଲ ଅବସ୍ଥାରେ ବାଣପୁର ବ୍ଲକ ନିକଟରେ ଶନିବାର ଦିନ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ ପ୍ରଶାନ୍ତ । ଗାଡ଼ି ମଡ଼ାଇ ଦେବାରୁ ଉତକ୍ଷିପ୍ତ ଲୋକେ ବିଧାୟକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ।
ବିଧାୟକଙ୍କୁ ଗାଡ଼ିରୁ ଘୋଷାଡ଼ି ଆଣି ତଳେ ପକାଇ ନିର୍ଦ୍ଧୁମ ମାଡ଼ ମାରିଛନ୍ତି । ଲୋକଙ୍କ ଆକ୍ରମଣରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲହୁଲୁହାଣ ହୋଇଯାଇଛନ୍ତି । ନିର୍ଘାତିଆ ମାଡ଼ରେ ରକ୍ତାକ୍ତ ହୋଇପଡ଼ିଛନ୍ତି । ତାଙ୍କୁ ପୋଲିସ୍ ଉଦ୍ଧାର କରି ତାଙ୍କର ଗାଡ଼ିର ମଧ୍ୟ ଅବସ୍ଥା ନାହିଁ । ବିଧାୟକଙ୍କ ଗାଡ଼ି ଭାଙ୍ଗି ଚୁରମାର ହୋଇରଇଛି । ଗାଡ଼ିକୁ ଓଲଟାଇ ଦେବା ସହ ପଥରରେ ଛେଚିଦେଇ ଭାଙ୍ଗି ଦେଇଛନ୍ତି । ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଅବସରରେ ଯାଉଥିବା ବେଳେ ତାଙ୍କୁ ଆକ୍ରମଣ କରିଛନ୍ତି ।
ବ୍ଲକ ଆଗରେ ଭିଡ଼ ଭିତରକୁ ବିଧାୟକଙ୍କ ଗାଡ଼ି ଧସେଇ ପଶିଥିଲା । ଆଉ ଏହି ଗାଡ଼ି ଧକ୍କାରେ ୨ ପୋଲିସ୍ କର୍ମଚାରୀ ସମେତ ୨୫ ଜଣ ଗୁରୁତର ହୋଇଛନ୍ତି । ବିଧାୟକ ମଦ ପିଇ ଗାଡ଼ି ମଡ଼ାଇ ଦେଇଥିବା ଲୋକେ ଅଭିଯୋଗ କରିଛନ୍ତି ।
ସେପଟେ ଲୋକଙ୍କ ଉପରେ ଚିଲିକା ବିଧାୟକ ଗାଡ଼ି ମଡ଼ାଇ ଦେବା ଘଟଣାକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ । ବିଧାୟକ ମଦ ପିଇ ଗାଡ଼ି ମଡ଼ାଇ ଦେଇଥିବା କଥା ସେ କହିଛନ୍ତି । ଲୋକଙ୍କ ଉପରେ ରାଗ ରଖି ତଥା ଡରାଇବା ପାଇଁ ସେ ଗାଡ଼ି ମଡ଼ାଇଛନ୍ତି । ଏଭଳି କାମ ସୁସ୍ଥ ମସ୍ତିସ୍କ ଥିବା ବ୍ୟକ୍ତିର ହୋଇପାରେନା । ଏପରି ଲୋକର ସ୍ଥାନ କେବଳ ଜେଲରେ । ତାଙ୍କ ବିରୋଧରେ ସରକାର କଡ଼ା କାର‌୍ୟ୍ୟାନୁଷ୍ଠାନ ନେବା ଆଶା ବୋଲି ପୃଥ୍ବୀରାଜ କହିଛନ୍ତି ।

Related Posts

Seo wordpress plugin by www.seowizard.org.